ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସିପିଆଇ କଟକ ନଗର କମିଟିର ବୈଠକ

କଟକ : ଭାରତୀୟ କମ୍ଯୁନିଷ୍ଟ ପାର୍ଟି (ସିପିଆଇ),କଟକ ନଗର କମିଟି ର ଏକ ବୈଠକ ଆଜି ଚାନ୍ଦନୀଚୌକ ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ବରିଷ୍ଠ ଶ୍ରମିକ ନେତା ମଧୁସୂଦନ କର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ର ପ୍ରାରମ୍ଭରେ ବିଶିଷ୍ଟ ବ୍ୟକ୍ତି,ସଭ୍ୟ ଶୁଭେଚ୍ଛୁ ମାନଙ୍କ ବିୟୋଗ ରେ ଶୋକ ପ୍ରସ୍ତାବ ଆଗତ କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ନଗର କମିଟି ସଂପାଦକ ପ୍ରସନ୍ନ ମହାପାତ୍ର କାମଦାମର ବିବରଣୀ ପ୍ରଦାନ କରିଥିଲେ । ନଗର କମିଟି ର ବରିଷ୍ଠ ସାଥି କିଶୋର ଚନ୍ଦ୍ର ଜେନା ବଜେଟ ସଂପର୍କ ରେ ଉଦବୋଧନ ଦେଇ ଥିଲେ, ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ତ୍ରିପାଠୀ ବଜେଟ ଏବଂ ଅର୍ଥ ନୀତିରେ ସଙ୍କଟ,ଦାରିଦ୍ର୍ଯ,ବରୋଜଗାରୀ ,ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣରେ ରଖିବାକୁ କହିଥିଲେ ।ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଅମରେନ୍ଦୁ ମହାନ୍ତି ,ଜିଲ୍ଲା ସଂପାଦକ ବିନୋଦ କୁମାର ବେହେରା,ସୁକାନ୍ତ ବାରିକ ରାମଚନ୍ଦ୍ର ବେହେରା, କ୍ଷୀରୋଦ କୁମାର ବିଶ୍ବାଳ, ମିହିର କୁମାର ବିଶ୍ବାଳ, କୃଷ୍ଣ ପ୍ରିୟା ମହାପାତ୍ର,ସୁଶାନ୍ତ ମହାପାତ୍ର, ବିପିନ ବିହାରୀ ପାଢୀ, ଶରତ ଚନ୍ଦ୍ର ମଲ୍ଲିକ, ଅଶୋକ ତା, ବାବାଜି ବେହେରା, ସାନନ୍ଦ ସେଠୀ, ପ୍ରଣବ ରାଉତରାୟ, ପୂର୍ଣ୍ଣଚନ୍ଦ୍ର ସିଂହ,ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।ବୈଠକ ରେ ନଗର କମିଟି ରେ ଥିବା ୧୪ ଟି ଶାଖା କମିଟି ମାନଙ୍କର ସଭ୍ୟ ପଦ ନବୀକରଣ, ଆସନ୍ତା ମାର୍ଚ୍ଚ ୨୩ ଭୁବନେଶ୍ଵର ମହାସମାବେସ ରେ ଅଂଶଗ୍ରହଣ କରିବା, ଆଇ ପି ଟି ଏ ରାଜ୍ୟ ସମ୍ମିଳନୀ ଫେବୃଆରୀ ୨୫, ମହିଳା ଦିବସ ପାଳନ ମାର୍ଚ୍ଚ ୮, ପାର୍ଟି ପାଣ୍ଠି ସଂଗ୍ରହ ଅଭିଯାନ, ଜିଲ୍ଲା ସ୍ତରୀୟ ସମାବେଶ ଆଦି ଏଜେଣ୍ଡା ଉପରେ ଆଲୋଚନା ଓ ତା’ର ସଫଳତା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଶେଷରେ ଅଶୋକ ତା ଧନ୍ୟବାଦ ଅର୍ପଣ କରିଥିଲେ,ଜଗନ୍ନାଥ ମଲ୍ଲିକ ପରିଚାଳନା କରିଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

କୁଣ୍ତୁଳି ପଞ୍ଚାୟତରେ ବିଜେଡିର କର୍ମୀ ସମାବେଶ ଏବଂ ବିଶାଳ ମିଶ୍ରଣ ପର୍ବ , ଅନ୍ୟ ଦଳ ଛାଡି ବିଜେଡିରେ ଯୋଗ ଦେଲେ ଶତାଧିକ କର୍ମୀ

Sunil Chandra Nayak

ରାଇରଙ୍ଗପୁର ପାଢିଆ ଧର୍ମଶାଳା ପରିସରରେ ବିଜେଡି ଆପ୍ରବାସୀ ସାମ୍ମୁଖ୍ୟ ର କର୍ମି ସମ୍ମିଳନୀ

masiha

୧୧ ଦଫା ଦାବି ନେଇ ବ୍ଲକ କଂଗ୍ରେସର ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ 

Leave a Comment

error: Content is protected !!