ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଞ୍ଜୁଲତା ପାଢୀଙ୍କୁ ମିଳିଲା ପୁରସ୍କାର

ବାଲେଶ୍ଵର,୧୮/୦୨/୨୩- ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ରାଜ୍ୟ ତଥା ରାଜ୍ୟ ବାହାରେ ବସବାସ କରୁଥିବା ସାହିତ୍ୟ ବନ୍ଧୁ ମାନଙ୍କୁ ନେଇ ଆଗେଇ ଚାଲିଛି । ଗଦ୍ଯ ସାହିତ୍ୟର ବିକାଶ ନିମନ୍ତେ ଅନୁଷ୍ଠାନଟି ଗଢା ହୋଇଥିବାରୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଯଥା-ଗଳ୍ପ, ପ୍ରବନ୍ଧ, ନିବନ୍ଧ ଏବଂ ଓଡ଼ିଆ ମାନଙ୍କର ୧୨ ମାସରେ ୧୩ ପର୍ବକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଏଥିରେ ବିଭିନ୍ନ ସାହିତ୍ୟ ବନ୍ଧୁମାନେ ଭାଗନେଇ ଥା’ନ୍ତି । ଯଦି କବିତା ପ୍ରତିଯୋଗିତା ଅନୁଷ୍ଠାନର ଲକ୍ଷ୍ୟ ନୁହେଁ ତଥାପି ମଝିରେ ମଝିରେ ଅଘୋଷିତ ପ୍ରତିଯୋଗିତା ହୋଇଥାଏ । କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥାଏ । ପ୍ରତିଯୋଗିତା ମାଧ୍ୟରେ ନିଜ ମଧ୍ୟରେ ଲୁକ୍କାୟିତ ଭାବରେ ରହିଯାଉଥିବା ଗଦ୍ଯ ସାହିତ୍ୟକୁ ଲୋକଲୋଚନକୁ ଆଣିବା ହେଉଛି ଉକ୍ତ ପ୍ରତିଯୋଗିତାର ମୂଳଲକ୍ଷ୍ୟ । ଗତ ତା ୩୦/୦୧/୨୦୨୩ ରିଖରେ ନିବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ପ୍ରସଙ୍ଗ ଥିଲା- ” ରାଷ୍ଟ୍ରବାଦ ଓ ନେତାଜୀ ” । ଏଥିରେ ଯେଉଁ କେତେଜଣ ଅଅଂଶ ଗ୍ରହଣ କରିଥିଲେ ସମସ୍ତଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ଆଦର୍ଶ ଗୃହିଣୀ, କବି ଓ ଲେଖିକା ରଞ୍ଜୁଲତା ପାଢୀ । ସମୀକ୍ଷା କରିଥିଲେ ତାନଶ୍ରୀ ପାଣିଗ୍ରାହୀ, ବାଲେଶ୍ଵର ଓ ସୁଜାତା ଦାସ ମହାନ୍ତି, କଟକ । ଉକ୍ତ ଫଳାଫଳରେ ଖୁସି ହୋଇ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଶ୍ଯାମସୁନ୍ଦରପୁର ପଞ୍ଚାୟତ ଅଧିନସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟ, କୃଷ୍ଣଦାସପୁରର ଜଣେ ସାହିତ୍ୟ ପ୍ରେମୀ ଅର୍ଥାତ ସାହିତ୍ୟକୁ ଅତି ଭଲ ପାଉଥିବା ଶିକ୍ଷକ ବିପିନ୍ ବିହାରୀ ଦାସ ପ୍ରଥମ ସ୍ଥାନ ଅଧିକାର କରିଥିବା ଶ୍ରୀମତୀ ପାଢୀଙ୍କୁ ୨୦୦(ଦୁଇଶହ)ଟଙ୍କା ପୁରସ୍କୃତ କରିଛନ୍ତି । ଏବଂ ଗଦ୍ଯ ସାହିତ୍ୟ ଆହୁରି ଆଗକୁ କିପରି ଆଗେଇ ପାରିବ, ଏଥିପାଇଁ ସୁନ୍ଦର ଗଦ୍ଯ ସାହିତ୍ୟ ରଚନା କରି ଅନୁଷ୍ଠାନକୁ ସହଯୋଗ କରିବା ସଙ୍ଗେ ସଙ୍ଗେ ସାରସ୍ୱତ ଜଗତରେ ନିଜର ପ୍ରତିଭାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇ ପରିଚୟ ସୃଷ୍ଟି କରିବାରେ ଉଦ୍ୟମ ଜାରି ରଖନ୍ତୁ ବୋଲି ଶିକ୍ଷକ ଶ୍ରୀ ଦାସ ଶ୍ରୀମତୀ ପାଢୀଙ୍କୁ ପରାମର୍ଶ ଦେଇଛନ୍ତି । ଉକ୍ତ ପୁରସ୍କାର ରାଶି ଫୋନ ପେ ମାଧ୍ୟମରେ ପ୍ରଦାନ କରାଯିବ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟର ନା ହସ୍ତାନ୍ତର ପ୍ରକ୍ରିୟା ଆଗେଇଲା ନା ହେଲା ଛାତ୍ରଛାତ୍ରୀ ଙ୍କ ସମସ୍ୟା ସମାଧାନ

Sunil Chandra Nayak

ଯୁକ୍ତ ଦୁଇ ବାଳକ କବାଡି ପ୍ରତିଯୋଗିତା

Sunil Chandra Nayak

କଳାହାଣ୍ଡି ଜିଲ୍ଲା ରେ ୫ଟି ଉପକ୍ରମ ରେ “ଆମ ହସ୍ପିଟାଲ” ଯୋଜନା ଆଭାସୀ ମାଧ୍ୟମରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

masiha

Leave a Comment

error: Content is protected !!