ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ତେଜିଲା ତିର୍ତ୍ତୋଲ ବିଧାୟକଙ୍କ ବିରୁଦ୍ଧରେ ବିଦ୍ରୋହ, ମହିଳା କଂଗ୍ରେସ ନିଆଁ ଲଗେଇଲେ ଫୋଟୋ ଚିତ୍ରରେ 

ତିର୍ତ୍ତୋଲ :- ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବିଧାନସଭା ରୁ ବିଜୟୀ ହେବାପରେ ପରେ ବିଧାୟକ ବିଜୟ ଶଙ୍କର ଦାସ ଙ୍କ ରାଜନୈତିକ ଆକାଶରେ ସତେ ଯେପରି ରାହୁ ଗ୍ରାସ କରିଛି ! ବିବାଦୀୟ ହୋଇ ପଡିଛନ୍ତି ମହାଶୟ ! ପ୍ରେମିକା ସୋମାଲିକା ଙ୍କ ଅଭିଯୋଗ ଦିନକୁ ଦିନ ଭାରି ହେବାରେ ଲାଗିଛି ବିଧାୟକଙ୍କ ଉପରେ ! ଅଭିଯୋଗ ପରେ ପୋଲିସର ନିଷ୍କ୍ରିୟତା, ହାଇକୋର୍ଟ ନିର୍ଦ୍ଧେଷରେ ବି ପୋଲିସ ଆଇନକୁ ବାଟବଣା କରୁଛି ବୋଲି ଅଭିଯୋଗ କରିଛି ମହିଳା କଂଗ୍ରେସ ! ଜଣେ ସାଧାରଣ ବ୍ୟକ୍ତିର ଅପରାଧ ପାଇଁ ଯାହା ଆଇନ ଅଛି, ତାହା ବିଧାୟକ କ୍ଷେତ୍ରରେ ଅଲଗା ହେଉଛି କିପରି ? ଅଭିଯୁକ୍ତା ସୋମାଲିକା ଙ୍କୁ ପୋଲିସ ଜେରା କରିବାକୁ ଡକାଇ ପାରୁଛି, ବିଧାୟକ ଙ୍କୁ ଡକାଇ ପାରୁନି କାହିଁକି?? ଯୋଉ ସଂଗୀନ ଦଫା ଲାଗିଛି ବିଧାୟକ ଙ୍କ ନାମରେ ତାହାକୁ ଆଇନ ଦୃଷ୍ଟିରୁ କାର୍ଯ୍ୟକାରୀ କରାଯାଉନି କଣ ପାଇଁ ? କାହାର ଅଦୃଶ୍ୟ ହାତ ଏହି ମାମଲାକୁ ଚାପି ଧରୁଛି ? ମାଆକୁ ସମ୍ମାନ ନାରା ଲଗାଉଥିବା ନବୀନ ସରକାର ଏକ ଅପରାଧୀ କୁ ଦଳରୁ ବହିଷ୍କାର କରୁନି କାହିଁକି ??? ଏପରି ଅନେକ କଥା ନେଇ ତିର୍ତ୍ତୋଲ ମହିଳା କଂଗ୍ରେସ ଆଦିକବି ସାରଳା ଦାସ ମହାବିଦ୍ୟାଳୟ ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରା କରି ପହଂଚିଥିଲେ ତହସିଲ ଅଫିସ ନିକଟରେ ! ତହସିଲଦାର ଅମୁଲ୍ୟ କୁମାର ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରି ବିଧାୟକ ବିଜୟ ଶଙ୍କର ଦାସଙ୍କୁ ତୁରନ୍ତ ବହିଷ୍କାର କରାଯାଉ ବୋଲି ଦାବୀ କରିଥିଲେ ! ଏହି କାର୍ଯ୍ୟକ୍ରମରେ ଇଂ ହିମାଂଶୁ ଭୂଷଣ ମଲ୍ଲିକ, ଇଂ ବେଦଦ୍ୟୁତି ପୃଷ୍ଟି, ପ୍ରଶାନ୍ତ କୁମାର, ସାଂସଦ ପ୍ରାର୍ଥୀନୀ ପ୍ରତିମା ମଲ୍ଲିକ, ଧନଞ୍ଜୟ ସୁତାର, ଦେବପ୍ରସାଦ ନାୟକ, ସାଇ ପ୍ରଭଞ୍ଜନ, ରବୀନ୍ଦ୍ର ମଲ୍ଲିକ,ଦିପ୍ତୀରେଖା ସ୍ୱାଇଁ, ଆଦି ବହୁ ମହିଳା କର୍ମୀ ଯୋଗଦେଇଥିଲେ !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

କଂଗ୍ରେସ ଦଳ ବ୍ଲକ ସ୍ତରୀୟ କର୍ମୀ ସମାବେଶ ଏମ ପି ପ୍ରାର୍ଥୀ ଙ୍କ ଉପସ୍ଥିତି ରେ ମିଶ୍ରଣ ପର୍ବ

masiha

୧୧ ବର୍ଷ ପରେ ମଧ୍ୟ ଅଧୁରା ରହିଲା ଓଡ଼ିଶାର କୋଷ୍ଟାଲ ହାଇୱେ ପ୍ରକଳ୍ପ: ବିଜେଡି

ବିଜେପି ବସ୍ତିଅଭିଯାନ ତରଫରୁ ରାଉଲକେଲା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ବିପୁଳ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!