ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଗରପାଳିକା ଓ ଇ ଓ ମୁହାଁମୁହିଁ #ଇ ଓ ଙ୍କ ଚାମ୍ବର ରେ ତାଲା ପକାଇଲେ ଅଧକ୍ଷା , ତ୍ରିରଙ୍ଗା ଆଲୋକ ସଜା ୱାର୍କ ଅର୍ଡର କୁ କେନ୍ଦ୍ର କରି ବିବାଦ 

 କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦ ରେ ଘୋ୍ର ବିବାଦ ଦେଖା ଦେଇଛି। ପୌର ଅଧକ୍ଷା ସ୍ମିତାରାଣୀ ମହାନ୍ତି ଓ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଇଓ ବଳଦେବ ବେହେରା ଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି । ଏପରିକି ଅଧକ୍ଷା ମହାନ୍ତି ଇଓ ଙ୍କ କାର୍ଯ୍ୟାଳୟ ଚେମ୍ବର ରେ ତାଲା ପକାଇ ଦେଇଥିଲେ । ଇଓ ବେହରା ଜିଲ୍ଲାପାଳ ଙ୍କୁ ଜଣାଇବା ପରେ ତାଲା ଫିଟିଥିଲା । ଅଧ୍ୟକ୍ଷା କୁଆଡେ କହିଲେ ମଜାରେ ତାଲା ପକାଇ ଥିଲି । ପୌର ପରିଷଦ ର କିଛି କାଉନସିଲର ଇଓ ବଳଦେବ ବେହେରା ଙ୍କ ଦୁର୍ବ୍ୟବହାର ନେଇ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ଦେଇଥିବାବେଳ ଦିନକ ପରେ ଆଉ କିଛି କାଉନସିଲର ଇଓ ଙ୍କ ସପକ୍ଷରେ ଜିଲ୍ଲାପାଳ ଙ୍କୁ ଅଭିଯୋଗ ଦେଇଥିଲେ। ପୌର ପରିଷଦ ରେ ଶୀତଳ ଯୁଦ୍ଧ ଚାଲିଥିବା ବେଳେ ଅଧ୍ୟକ୍ଷା କିଛି କାଉନସିଲର ଙ୍କୁ ନେଇ ବନାରସ ଯାଇଥିବା ଆଲୋଚନା ହେଉଛି । ଫୁଲବାଣୀ ପୌର ପରିଷଦ ରେ ଉପୁଜିଥିବା ବିବାଦର କାରଣ ସହର ରାସ୍ତାର ବିଦ୍ୟୁତ ଖୁଣ୍ଟରେ ସବୁଜ ଧଳା ଓ କମଳା ରଙ୍ଗ ର ତ୍ରିରଙ୍ଗା ଆଲୋକ ସଜା ୱାର୍କ ଅର୍ଡର କୁ ନେଇ ଅଧ୍ୟକ୍ଷା ଙ୍କ ସ୍ୱାମୀ କୁଆଡେ ତ୍ରିରଙ୍ଗା ଆଲୋକ ସଜା ସଂସ୍ଥା ଇ ଏସ ଏଲ କୁ ଆଲୋକ ସଜା ପାଇଁ ଅର୍ଡର ଦେଇଥିବା କାଉନସିଲର ମାନଙ୍କ ମଧ୍ୟରେ ଆଲୋଚନା ହେଉଥିବା ଜଣାପଡିଛି । ଏହା ପରେ ରାସ୍ତା ର ବିଦ୍ୟୁତ ଖୁଣ୍ଟ ମାନଙ୍କରେ ଆଲୋକ ସଜା କାମ ଆରମ୍ଭ ହୋଇଥିଲା ।ଏହି ବିଦ୍ୟୁତ ଖୁଣ୍ଟ ରେ ଆଲୋକ ସଜା କାମ କିଏ କରୁଛି ବୋଲି ଇ ଓ ଙ୍କୁ ଜଣେ କାଉନସିଲର ପଚାରିବାରୁ ଇଓ ଜାଣି ନାହାନ୍ତି ବୋଲି କହିବା ସହ ସମ୍ପୃକ୍ତ ଆଲୋକ ସଜା କାମ ପାଇଁ କୋୖଣସି ୱାର୍କଅର୍ଡର କାହାରିକୁ ଦିଆଯାଇନାହିଁ କି କାଉନସିଲ ରେ ପ୍ରସ୍ତାବ ଗ୍ରହଣ କରାଯାଇ ନାହିଁ । ସରକାର ର ଅନୁମତି ବିନା ଇ ଏସ ଏଲ କୁ ଆଲୋକ ସଜା କାମ ଦିଆ ଯାଇ ପାରିବ ନାହିଁ ବୋଲି ଇ ଓ ବଳଦେବ ବେହେରା ସାମ୍ବାଦିକ ମାନଙ୍କୁ କହିଛନ୍ତି। ପୌର ପରିଷଦ ର କେତକ ୱାର୍ଡ ରେ ଉନ୍ନୟନ କାର୍ଯ୍ୟ ପାଇଁ ଫାଇଲ ଇ ଓ ଦସ୍ତଖତ କରି ପଠାଇଥିଲେ ମଧ୍ୟ୍ୟ ଦୀର୍ଘ ଛଅ ମାସ ହେଲା ଅଧ୍ୟକ୍ଷା ମହାନ୍ତି ଅନୁମଦନ କରୁନଥିବାରୁ ପାତର ଅନ୍ତର କରାଯାଉଥିବା ଜଣାପଡିଛି। ପୌର ପରିଷଦ ଅଧ୍ୟକ୍ଷା ଙ୍କର ସ୍ଵାମୀ ର ଇଙ୍ଗିତ ରେ ଫୁଲବାଣୀ ପୌର ପରିଷଦ ପରିଚାଳିତ ହେଉଥିବା ଆଲୋଚନା ହେଉଛି। ଅଧ୍ୟକ୍ଷା ଙ୍କ ସ୍ୱାମୀ କୁଆଡେ କାଉନସିଲର ମାନଙ୍କୁ ଅନ୍ତର ପାତର କରି କାମ ବାଣ୍ଟୁଛନ୍ତି। ଅଧ୍ୟକ୍ଷା କିଛି ମହିଳା କାଉନସିଲର ଙ୍କର ସ୍ୱାମୀ ମାନଙ୍କୁ ପୌର ପରିଷଦ କାର୍ଯ୍ୟ ରେ ବ୍ୟବହାର କରି କାଉନ୍ସିଲ ରେ ବିଭ୍ରାଟ ସୃଷ୍ଟି କରୁଥିବା ମଧ୍ୟ ଆଲୋଚନା ହେଉଛି। ଫୁଲବାଣୀ ମ୍ୟୁନିସିପାଲିଟି ଅନ୍ୟ ୱାର୍ଡ ଗୁଡ଼ିକ ରେ ଉନ୍ନୟନ କାର୍ଯ୍ୟ ହେଉନ ଥିବା ବେଳେ ଏକ ନିର୍ଦ୍ଦିଷ୍ଟ ୱାର୍ଡ କୁ କୋଟି କୋଟି ଟଙ୍କାର କାମ ଦେଇ ଅଧ୍ୟକ୍ଷା ଚର୍ଚ୍ଚା ରେ ରହିଥିଲେ। କୁଆଡେ ଇଓ ଓ ଅଧ୍ୟକ୍ଷା ଙ୍କର ଶୀତଳ ଯୁଦ୍ଧ ଯୋଗୁଁ ଫୁଲବାଣୀ ସହରରେ ଉନ୍ନୟନ କାର୍ଯ୍ୟ ଠପ ହୋଇଯାଇଛି। ଜିଲ୍ଲା ପ୍ରଶାସନ କି ପ୍ରକାର ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଅଳ୍ପ ବର୍ଷା ରେ ସୃଷ୍ଟି ହେଉଛି କୁତ୍ରିମ ବନ୍ୟା! ଆଖି ପଲକରେ ଏବେ ଭୋଗିବେ ଟେମେରା ଗ୍ରାମବାସୀ

Sunil Chandra Nayak

ଧର୍ମଗଡ ବ୍ଲକ ର ବଡଘୁମେର ପଞ୍ଚାୟତ ରେ ସମ୍ଭାବ୍ୟ ମରୁଡି ସ୍ଥିତି ଜଳଜଳ, ଚିନ୍ତା ରେ ଚାଷୀକୁଳ। ଶୁଖିଲା ଧାନପଲ୍ଲା ଧରି ଚାଷୀ ଉପଜିଲ୍ଲାପାଳ ଙ୍କ ଦ୍ବାରସ୍ଥ

masiha

ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମାର ପୁନଃ କାର୍ଯ୍ୟ କ୍ଷେମ କରିବା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ସ୍ମାରକ ପତ୍ର ପ୍ରଦାନ 

masiha

Leave a Comment

error: Content is protected !!