ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାତୃକୃପା ସାହିତ୍ୟ ସଂସଦର ଷଷ୍ଠ ବାର୍ଷିକ ଵସନ୍ତ ମହୋତ୍ସବ ପାଳିତ 

ମାତୃକୃପା ସାହିତ୍ୟ ସଂସଦର ଷଷ୍ଠ ବାର୍ଷିକ ଵସନ୍ତ ମହୋତ୍ସବ ପାଳିତ 

କଟକ : ମାତୃକୃପା ସାହିତ୍ୟ ସଂସଦ ସୁଧାଗଡର ଷଷ୍ଠ ବାର୍ଷିକ ବସନ୍ତ ମହୋତ୍ସବର ପ୍ରଥମ ଅଧିବେଶନରେ ନବକାକଳିର ସମ୍ପାଦକ ସ୍ବପ୍ନିଳ କବି ଡ.ସୁରେନ୍ଦ୍ରନାଥ ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି ଅଧିବେଶନରେ ଅତିଥି ଭାବରେ ପଣ୍ଡିତ ଧର୍ମାନନ୍ଦ ପତି, କୃଷ୍ଣ ଚନ୍ଦ୍ର ନନ୍ଦ ଏବଂ ସୁଦୁର ଝାଡ଼ଖଣ୍ଡ ର ବିଶିଷ୍ଟ ସାହିତ୍ୟ ସାଧକ ସତ୍ୟପ୍ରକାଶ କର ମଞ୍ଚାସୀନ ରହି ବକ୍ତବ୍ୟ ଦେଇଥିଲେ। ପ୍ରବୀଣ ସୁବୁଦ୍ଧି ମନସ୍ଵିନୀ ନାୟକ ଏବଂ ସଂଜୟ କୁମାର ସାହୁଙ୍କ ସଂଯୋଜନା ରେ ପଚାଶରୁ ଉର୍ଦ୍ଧ୍ବ କଵି କବିତା ପାଠ କରିଥିଲେ। ଦ୍ବିତୀୟ ଅଧିବେଶନରେ ସଂପାଦିକା ମଞ୍ଚ ଆବାହନ କଲାବେଳେ ହାସ୍ୟ କୁମୁଦସଂପଦରଥଙ୍କ ସଭାପତିତ୍ବରେମୁଖ୍ୟଅତିଥି ଭାବରେ ଶଶଧର ପଣ୍ଡା ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମହାନ୍ତି ସମ୍ମାନୀୟ ଅତିଥି ରୂପେ ଶିଶିର କୁମାର ତ୍ରିପାଠୀ ଓ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଶତପଥୀ ଯୋଗଦାନ କରିଥିଲେ। ସଭାକାର୍ଯ୍ୟ ପରିଚାଳନା କରିଥିଲେ ସହସମ୍ପାଦକ ପ୍ରତାପ ରଶ୍ମୀ ନାୟକ ଓ ବିଶ୍ଵାମିତ୍ରା‌ ମିଶ୍ର ।ଚାଳିଶ ଜଣ କବି କଳାକାର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥି ମାନଙ୍କ ଦ୍ବାରା ସଂସଦ ର ମୁଖପତ୍ର ସାହିତ୍ୟ ସଂପଦ ଲୋକାର୍ପିତ ହୋଇଥିଲା।

    ତୃତୀୟ ଅଧିବେଶନରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା।ପ୍ରତାପ ଚନ୍ଦ୍ର ରାଉତ ପରିଚାଳନା କରିଥିବାବେଳେ ସଂଘମିତ୍ରା କାନୁନଗୋ, ମନୋଜ ରାମ୍,ଡ଼.ରଶ୍ମୀରଂଜନ ଦାସ୍ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଉଦଘୋଷକ ଥିଲେ ପ୍ରଣୟ ସ୍ବାଇଁ। ପରିଶେଷରେ କ୍ରିଷ୍ଣା ଦତ୍ତ ଏଵଂ କୈଳାସ ପୂର୍ତ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଅବକାରୀ ବିଭାଗ ର ମସୁଧା ରେ ଗୁପ୍ତି ପଞ୍ଚାୟତରେ ଚୋରା ମଦର ଆସର ଚଲାଇଚି ମଦ କାଉଣ୍ଟର ମାଲିକ

masiha

ସ୍ୱାସ୍ଥ୍ୟ ଜନିତ ସମସ୍ୟା ପାଇଁ ଡାକ୍ତର ପରାମର୍ଶ କରନ୍ତୁ ଗୁଣିଆକୁ ନୁହେଁ : ଅତିରିକ୍ତ ଜିଲ୍ଲାପାଳ 

ସୁର ତରଙ୍ଗର ମାସିକ ସଙ୍ଗୀତ କାର୍ଯକ୍ରମ ଚଳଚ୍ଚିତ୍ର ଅଭିନେତା ରାଜେଶ୍ ଖାନ୍ନା ଙ୍କୁ ସମର୍ପିତ

Sunil Chandra Nayak

Leave a Comment

error: Content is protected !!