ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଜାତୀୟ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ

ବ୍ଲକ ସ୍ତରୀୟ ଜାତୀୟ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ

ଜୁନାଗଡ଼,୨/୪(ମ ନି ସ)ଜୁନାଗଡ଼ ଲଙ୍କେଶ୍ୱରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଜାତୀୟ ବଜ୍ଞାନ କଂଗ୍ରେସ ଅନୁଷ୍ଠିତ ହୋଇଥିଲା।ଏହି ବିଜ୍ଞାନ କଂଗ୍ରେସ ରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ର ,ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଥିଲେ।ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ତପନ କୁମାର ମାଝୀ,ସମ୍ମାନିତ ଅତିଥି ଭାବେ ବିଆରଏସ ନେପାଳ ଚନ୍ଦ୍ର ବାଗ,ଅତିରିକ୍ତ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ସୁଶାନ୍ତ କୁମାର ଠାକୁର,ବିଏସଆରସି ସମ୍ପାଦକ ମଳୟ କୁମାର ମୁଣ୍ଡ ପ୍ରମୁଖମଞ୍ଚସିନ ଥିଲେ।ଏଥିରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋରଞ୍ଜନ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ।ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ କଂଗ୍ରେସ ଦଳର ଛାତ୍ରୀ ପ୍ରିୟଙ୍କା ପାଢ଼ୀ ଗାଇଡ଼ ଟିଚରଦେବାଶିଷ ପାଣିଗ୍ରାହୀ ଙ୍କ ତତ୍ୱବା ଧାନରେ ତାଙ୍କ ପ୍ରୋଜେକ୍ଟ ପ୍ରଦର୍ଶନ କରିଥିଲେ।ଚିଲିଗୁଡା ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେମଧ୍ୟ ଶିକ୍ଷକ ଘନଶ୍ୟାମଙ୍କ ନେତୃତ୍ୱରେ ତାଙ୍କ ପ୍ରୋଜେକ୍ଟ ପ୍ରଦର୍ଶନ କରିଥିଲେ।ଛାତ୍ରଛାତ୍ରୀ ମାନେ ରାଜ୍ୟ ସ୍ଥରୀୟ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ନିଜକୁ ପ୍ରସ୍ତୁତ ରଖିବାକୁ ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥି ମନେ ପରାମର୍ଶ ଦେବା ସହ ମାର୍ଗଦର୍ଶନ କରିଥିଲେ।ଉଦଯାପନି ସନ୍ଧ୍ୟାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା।ବିଜ୍ଞାନ ଶିକ୍ଷକ ସ୍ୱଦ୍ଵେଷ ଭାଟି ଜାତୀୟ ବିଜ୍ଞାନ କଂଗ୍ରେସ ବିଷୟରେ ଆଲୋଚନା କରିଥିଲେ।ବଜ୍ଞାନ ଶିକ୍ଷକ ମୃତୁଞ୍ଜୟ ପଣ୍ଡା ,ଚନ୍ଦ୍ର ଶେଖର ସିଂ ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ ବିଏସ ଆର ସି ସକ୍ରିୟ ସଦସ୍ୟ ନିରଞ୍ଜନ ସାହାଣୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଆକାଂକ୍ଷା ହାଟ ଉଦଘାଟିତ

Sunil Chandra Nayak

ନବରଙ୍ଗପୁର ଠାରେ ବିକାଶ ମେଳା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଲଗାଣ ବର୍ଷା ରେ ଉପ ଜିଲ୍ଲାପାଳଙ୍କ ପାଚେରୀ ଭାଙ୍ଗି ୩ ବାଇକ୍ ଚୁରମାର

Sunil Chandra Nayak

Leave a Comment

error: Content is protected !!