ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

୫ କେଜି ଚାଉଳ କେନ୍ଦ୍ର କାଟି ଦେଇଥିବା ରୁ କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତି ବିରୋଦ୍ଧରେ ବିଜେଡିର ବିକ୍ଷୋଭ

ଫୁଲବାଣୀ :- କେନ୍ଦ୍ର ସରକାର ଥିବା ମୋଦି ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଗରିବ ଲୋକ ପାଉଥିବା ମୁଣ୍ଡ ପିଛା ୫କେଜି ଚାଉଳ କାଟି ଦେଇଥିବା ଯୋଗ ଓଡିଶାରେ ତୀବ୍ର ବିରୋଧ କରିଛି ବିଜୁ ଜନତା ଦଳ । ଏଥି ପାଇଁ ମାସକୁ ୧୦ କେଜି ଚାଉଳ ବଦଳରେ ହିତାଧ୍ୟାକାରୀଙ୍କୁ ୫ କେଜି ଚାଉଳ ମିଳୁଛି । ପ୍ରଧାନମନ୍ତ୍ରୀ ଗରିବ ଅନ୍ନ କଲ୍ୟାଣ ଯୋଜନା ବନ୍ଦ କରିଦେବା ଯୋଗୁଁ ଓଡିଶାର ୩.୨୫ କୋଟି ଲୋକ ପ୍ରଭାବିତ ହେବେ । ଏହା ସହିତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ରେ ମିଳୁଥିବା ଚାଉଳର ନାମକୁ ପରିବର୍ତ୍ତନ କରି ଗରିବ ଖାଉଟି ମାନଙ୍କ ପେଟ କୁ ଲାତ ମାରୁଛି କେନ୍ଦ୍ର ସରକାର । ଓଡିଶାର ଗରିବ ଲୋକମାନଙ୍କୁ ଭୋକ ଉପାଷ ରେ ରଖିବା ପାଇଁ ବିଜେପ ସରକାର କରିଛି ଷଡଯନ୍ତ୍ର । ଏହାର ଉଚିତ ଯବାବ ଦେବା ପାଇଁ ଗୁରୁବାର ଦିନ ରାଜ୍ୟରେ ଥିବା ସମସ୍ତ ସଦର ମହକୁମା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ବିଜେଡି ତରଫରୁ ପ୍ରତିବାଦ କରି ଧାରଣା ଦିଆଯାଇଥିଲା । ଏହି ଅବସରରେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଙ୍କ ନେତୃତ୍ବରେ ଜିଲ୍ଲା ସଭାପତି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କନ୍ଧମାଳ ପର୍ଯ୍ୟବେକ୍ଷକ ଶ୍ରୀ ନାୟକ ଓ ଜିଲ୍ଲା ସଭାପତି ନେତୃତ୍ୱରେ ମହାମହିମ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଏକ ସ୍ମାରକପତ୍ର କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଙ୍କୁ ପ୍ରଦାନ କରାଯାଇଥିଲା । ତତ ସହିତ ନଗର ସଭାପତି ସୁଧୀର କର୍ଣ୍ଣ ଙ୍କ ନେତୃତ୍ୱରେ ଫୁଲବାଣୀ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେଵ ବେହେରା ଙ୍କୁ ଏବଂ ଫୁଲବାଣୀ ବିଜେଡି ବ୍ଲକ ସଭାପତି ବାଳକୃଷ୍ଣ ସାହୁ ଙ୍କ ନେତୃତ୍ୱରେ ଫୁଲବାଣୀ ବିଡ଼ିଓ ବେଣୁଧର ବାଣୁଆ ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ର ମଣି କହଁର ଯୋଗଦେଇ କେନ୍ଦ୍ର ସରକାରର ଓଡିଶା ପ୍ରତି ଥିବା ବୈମାତୃକ ମନୋଭାବ କୁ ନେଇ ଗର୍ଜିବା ସହ କେନ୍ଦ୍ରରେ ଥିବା ବିଜେପି ସରକାରକୁ କଡା ସମାଲୋଚନା କରିଥିଲେ । କେନ୍ଦ୍ରରେ ଥିବା ବିଜେପି ସରକାର ଗରିବ ଲୋକଙ୍କ ଭାତ ରେ ଲାତ ମାରିଲା ଏବଂ ୫ କେଜି ଚାଉଳକୁ କାଟି ଦେଲା। ଗରିବ ଲୋକ ଏବେ ୧୦ କେଜି ଚାଉଳ ପାଉଥିବା ଜାଗାରେ ଏବେ ମାତ୍ର ୫ କେଜି ପାଉଛନ୍ତି। ଏହାର ଜବାବ ମାଗିବା ସହ ଧାନ କିଣା ଉପରେ ହେଉଥିବା ଦୁର୍ନୀତି ସମ୍ପର୍କରେ ଆଲୋଚନାକରି ଚାଷୀ ଧାନ କ୍ରୟ ଓ ଏମଏସ ପି ଉପରେ ଗୁରୁତର ପ୍ରଭାବ ପଡୁଛି ବୋଲି କହିବା ସହ ଚାଷୀଙ୍କ ଉନ୍ନତିପାଇଁ କାର୍ଯ୍ୟ କରିବାକୁ କହିବା ସହ ଯଦି କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ ନ ’ କରେ ତେବେ ଆଗାମି ଦିନରେ ଏହାର ଉଚିତ ଜବାବ ଓଡିଶା ବାସୀ ଭୋଟ ମାଧ୍ୟମରେ ଦେବେ ବୋଲି କଡା ଚେତାବନି ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ନଗର ସଭାପତି ସୁଧୀର କହଁର, ବିଜେଡି ସଭାନେତ୍ରୀ ପୁନମ କହଁର, ପାର୍ଥ ସାରଥୀ ବିଶ୍ଵାଳ, ଛାତ୍ର ବିଜୁ ଜନତା ଦଳ ସଭାପତି ସୁନୀଲ ସେଠୀ,ଜଳନ୍ଧର ବେହେରା,ପୂର୍ବତନ ପୌରାଧ୍ୟକ୍ଷ ରାଜେନ୍ଦ୍ର କହଁର, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ପଞ୍ଚାନନ କଁହର,ଜିଲ୍ଲା ଡିଜିଟାଲ ମିଡିଆ ସମ୍ପାଦକ ତଥା କାଉନ୍ସିଲର ରାଜେନ୍ଦ୍ର ପାଢ଼ୀ,ଗୀତାଞ୍ଜଳି ବେହେରା,ଚିନ୍ତାମଣି ଦାସ,ନମିତା ବେହେରା, ପ୍ରମିଳା ମଲ୍ଲିକଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ହେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ

masiha

ଧର୍ମଗଡ ରେ ବିଜୁ ଜନତା ଦଳର ବୈଠକ

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ବିଜେଡିରେ ମିଶିଲେ ୫ ଟି ପଞ୍ଚାୟତରୁ କଂଗ୍ରେସ ଦଳର ୧୭୧ ଜଣ ଓ ବିଜେପି ଦଳର ୧୪୩ ଜଣ କର୍ମୀ

masiha

Leave a Comment

error: Content is protected !!