ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୁଖ୍ୟ ନିର୍ବାଚନ କମିଶନର ଞାନେଶ କୁମାର ଙ୍କୁ ବରଖାସ୍ତ ଦାବିରେ ସି ପି ଆଇ ଓ ସି ପି ଆଇ ଏମ୍ ର ବିକ୍ଷୋଭ

ମୁଖ୍ୟ ନିର୍ବାଚନ କମିଶନର ଞାନେଶ କୁମାର ଙ୍କୁ ବରଖାସ୍ତ ଦାବିରେ ସି ପି ଆଇ ଓ ସି ପି ଆଇ ଏମ୍ ର ବିକ୍ଷୋଭ

ରାଉରକେଲା ତା ୧/୧୦/୨୬ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ନାମରେ ଯୋଗ୍ୟ ନାଗରିକଙ୍କ ମତାଧିକାର ବଞ୍ଚିତ ହେବା ଏବଂ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ନିର୍ବାଚନ ଆୟୋଗର ସ୍ୱାଧୀନତା କୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଥିବା ବେଳେ ଆଜି ଅପରାହ୍ନରେ ଉଦିତ ନଗର ସ୍ଥିତ ଆମ୍ବେଦକର ଛକଠାରେ ସି ପି ଆଇ,ସି ପି ଆଇ (ଏମ୍),ସି ପି ଆଇ(ଏମ୍ ରାଉରକେଲା ଆଂଚଳିକ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।

 ଏହି ବିକ୍ଷୋଭରେ ବାମପନ୍ଥୀ ଦଳ ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ ଓ ସି ପି ଆଇ ଜିଲ୍ଲା ନେତା ଅନୁପମ ଦତ୍ତ ଙ୍କ ମିଳିତ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସି ପି ଆଇ ରାଉରକେଲା ଜୋନ୍ ସଂପାଦକ ସଦାନନ୍ଦ ସାହୁ,ସି ପି ଆଇ ଏମ୍ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ଜିଲ୍ଲା କମିଟି ସଦସ୍ୟ ବି ପି ମହାପାତ୍ର, ବସନ୍ତ ନାୟକ, ଆଂଚଳିକ ସଂପାଦକ ମଣ୍ଡଳୀ ସଦସ୍ୟ ଯଯାତି କେଶରୀ ସାହୁ, ଲକ୍ଷ୍ମୀଧର ନାୟକ, ବିଶ୍ଵଜିତ ମାଝୀ,ଅଜୟ ଶର୍ମା, ସି ପି ଆଇ ନେତା ପଞ୍ଚାନନ ସୁନା,ଭାଗ୍ୟଧର ରାଉତ, କାର୍ତ୍ତିକ ନାୟକ ନେତୃବୃନ୍ଦ ଉଦବୋଧନ ଦେଇ କହିଥିଲେ ଯେ ମତାଧିକାର ଗଣତନ୍ତ୍ରର ମୂଳ ଅଧିକାର। ତେଣୁ ଭୋଟର ତାଲିକା ପ୍ରସ୍ତୁତି, ସଂଶୋଧନ ଓ ନାମ ବାଦ ଦେବା ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ, ଆଇନସମ୍ମତ ଓ ଯାଞ୍ଚଯୋଗ୍ୟ ହେବା ଆବଶ୍ୟକ। ପ୍ରଶାସନିକ ତ୍ରୁଟି, ସଫ୍ଟୱେର ସମସ୍ୟା, ଦଲିଲର ଅସ୍ପଷ୍ଟତା କିମ୍ବା ଅପାରଦର୍ଶୀ ପ୍ରକ୍ରିୟାର ଆଳରେ କୌଣସି ଯୋଗ୍ୟ ନାଗରିକଙ୍କୁ ଭୋଟ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ। ୨୩ ସେପ୍ଟେମ୍ବରରେ ଗଣ ମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟକୁ ଉଲ୍ଲେଖ କରି ବକ୍ତାମାନେ କହିଥିଲେ ଯେ, ଗତ ଦଶ ମାସରେ ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ଭୋଟର ପଞ୍ଜିକରଣ, ନାମ ବାଦ ଓ ପୁନଃସ୍ଥାପନ, ଏସ ଆଇ ଆର୍ ଏବଂ ନିର୍ବାଚନୀ ତଥ୍ୟ ପରିଚାଳନା ନେଇ ଅନ୍ତତଃ ୧୪ ଥର ଆପତ୍ତି ଉଠାଇଥିବା ଦାବି କରାଯାଇଛି। ନିର୍ବାଚନୀ ତଥ୍ୟଭଣ୍ଡାରର କେନ୍ଦ୍ରୀକରଣ ଓ ଭୋଟର ତଥ୍ୟ ପରିଚାଳନା ନେଇ ଗୁରୁତର ମଧ୍ୟ ପ୍ରଶ୍ନ ଉଠିଛି। ଗୋଆରେ ୯୭ ଜଣ ଯୋଗ୍ୟ ଭୋଟରଙ୍କ ନାମ ସମ୍ପର୍କିତ ସଫ୍ଟୱେର ସମସ୍ୟାର ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି।

ଚାରି ବାମପନ୍ଥୀ ଦଳ କହିଛନ୍ତି ଯେ ଏପରି ଗମ୍ଭୀର ପ୍ରଶ୍ନର ଉତ୍ତର କେବଳ ବିବୃତ୍ତିରେ ନୁହେଁ, ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ସାର୍ବଜନୀନ ଯାଞ୍ଚ ମାଧ୍ୟମରେ ଦିଆଯିବା ଆବଶ୍ୟକ।

ବିକ୍ଷୋଭ ସଭାରେ ଉଭୟ ବାମପନ୍ଥୀ ଦଳ ନିମ୍ନଲିଖିତ ଦାବି ଉପସ୍ଥାପନ କରିଥିଲେ— ମୁଖ୍ୟ ଅଭିଯୁକ୍ତ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ବରଖାସ୍ତ କରାଯାଉ,ତାଙ୍କ ବିରୋଧରେ ଉଠିଥିବା ସମସ୍ତ ପ୍ରଶ୍ନର ସ୍ବାଧୀନ ଏବଂ ନିରପେକ୍ଷ ତଦନ୍ତ, ଏସ ଆଇ ଆର୍ ତୁରନ୍ତ ବନ୍ଦ, ଅନ୍ୟାୟ ଭାବେ ବାଦ ପଡ଼ିଥିବା ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ତୁରନ୍ତ ପୁନଃସ୍ଥାପନ, ନିର୍ବାଚନ ଆୟୋଗର ସ୍ୱାଧୀନ ଓ ସ୍ୱଚ୍ଛ କାର୍ଯ୍ୟପ୍ରଣାଳୀ ପୁନଃସ୍ଥାପନ ଏବଂ ନିର୍ବାଚନ ଆୟୁକ୍ତ ନିଯୁକ୍ତି ବ୍ୟବସ୍ଥାରେ ସର୍ବୋଚ୍ଚ ଅଦାଲତର ମାର୍ଗ ଦର୍ଶିକାକୁ କାର୍ଯ୍ୟକାରୀ କରାଯାଉ।ବକ୍ତାମାନେ ଆହୁରି କହିଥିଲେ ଯେ ନିର୍ବାଚନୀ ବ୍ୟବସ୍ଥାର ବିଶ୍ୱସନୀୟତା କୌଣସି ଏକ ଦଳର ପ୍ରଶ୍ନ ନୁହେଁ; ଏହା ଭାରତୀୟ ଗଣତନ୍ତ୍ର, ମତାଧିକାର ଓ ସଂବିଧାନର ମୌଳିକ ପ୍ରଶ୍ନ। ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରୁ ବାଦ ପଡ଼ିବାକୁ କୌଣସି ପରିସ୍ଥିତିରେ ସ୍ୱୀକାର କରାଯିବ ନାହିଁ। “ଜ୍ଞାନେଶ କୁମାରଙ୍କୁ ହଟାଇବା,ଗଣତନ୍ତ୍ରକୁ ସୁରକ୍ଷା କରିବା,ମତାଧିକାରକୁ ସୁରକ୍ଷା କରିବା,ନିର୍ବାଚନ ପ୍ରକ୍ରିୟାର ବିଶ୍ୱସନୀୟତାକୁ ସୁରକ୍ଷା କରିବା ଆହ୍ୱାନ ରେ ୨୬ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ପ୍ରତିବାଦ କାର୍ଯ୍ୟକ୍ରମକୁ ଦେଶବ୍ୟାପୀ କରିବାକୁ ସମସ୍ତ ବାମପନ୍ଥୀ ଦଳ ଘୋଷଣା କରିଛନ୍ତି। ଭଗତ ସିଂହ ଓ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିବସକୁ ଗଣତନ୍ତ୍ର,ମତାଧିକାର ଓ ନାଗରିକ ଅଧିକାରର ସୁରକ୍ଷା ପାଇଁ ଜନ ଆନ୍ଦୋଳନକୁ ଶକ୍ତିଶାଳୀ କରିବାର ଅବସର ଭାବେ ଗ୍ରହଣ କରାଯିବା ସହିତ ଆଗାମୀ ୮ ଅକ୍ଟୋବର ଇଣ୍ଡିଆ ମେଣ୍ଟ ପକ୍ଷରୁ ଉକ୍ତ ଦାବି ସହିତ ଏମ୍ ଏମ୍ ଡି ଆର୍ ଆଇନ୍ ରଦ୍ଦ କରିବା, ଓଡ଼ିଶାର ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦାବିରେ ୧୨ ଘଣ୍ଟିଆ ହରତାଳ କୁ ସଫଳ କରିବା ପାଇଁ ଆହ୍ୱାନ କରିଥିଲେ।

     ଏହି ବିକ୍ଷୋଭ କାର୍ଯ୍ୟକ୍ରମ କୁ ସି ପି ଆଇ ଏମ୍ ନେତା ପ୍ରଭାତ ମହାନ୍ତି, ଅରୁଣ ମହାରଣା, ଅଜିତ ଏକ୍କା, ସମ୍ବିତ ସ୍ବାଇଁ, ସୁଧାଂଶୁ ଜେନା, ବିନୟ ବେହୁରିଆ, ଅଶୋକ ଦାସ, ଉପେନ୍ଦ୍ର ତ୍ରିପାଠୀ, ସଚିନ୍ ରାୟ, ପ୍ରମୋଦ ପରିଡ଼ା, ଏନ୍ କେ ରାଉତରାୟ, କୁଳମଣି ରାଉତ, ପ୍ରଦୀପ ଗୈ।ଡ, ସୁରେନ୍ଦ୍ର ବେହେରା, ଅଜିତ ଦାସ, ଜଗଦିଶ ପାଲ,ରାଜୁ ସୋନା,କୁନ୍ଦନ ବେହେରା,ସି ପି ଆଇ ନେତା ଅରୁଣ ଭୋଇ, କିଶୋର ବିଶୋଇ ଓ ଆନ୍ଦୋଳନ କୁ ସମର୍ଥନ କରି ଆଇନଜୀବୀ ରାଜା ମୁନ୍ନା,ଫୁଲଜେମସ ଏକ୍କା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦିଲ୍ଲୀରେ ସାହେବ ସମ୍ମାନୀତ

Sunil Chandra Nayak

ବିଜେପି ମଧୁବାବୁ ମଣ୍ଡଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ନୂଆପଡ଼ା ଜିଲ୍ଲା ହିନ୍ଦୁ ଏକତା ମଞ୍ଚ ପକ୍ଷ ରୁ ବଙ୍ଗଳାଦେଶ ରେ ହିନ୍ଦୁଙ୍କ ପ୍ରତି ଅତ୍ୟାଚାର ଏବଂ ଅନ୍ୟାୟ ବିରୁଦ୍ଧ ରେ ଏକ ବିକ୍ଷୋଭ ସଭା, ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର 

masiha

Leave a Comment

error: Content is protected !!