କାଶିପୁର:- 17/02/23 // ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶିପୁର ବ୍ଲକ୍ ଦୋରାଗୁଡା ଥାନା କରଳ ଆଦିବାସି ସାହିରେ ଏକ ଲୋମ ଟାଙ୍କୁରା ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଦିବାସି ସାହିର ଏକ ଘରେ ଜଣେ ମହିଳାଙ୍କ ଶବ ରକ୍ତାକ୍ତ ଅବସ୍ତାରେ ଉଦ୍ଧାର କରିଛି ଦୋରାଗୁଡା ପୋଲିସ ।
ଏହି ହତ୍ୟା ସନ୍ଦେହରେ ପୋଲିସ ୨ଜଣକୁ ଅଟକ ରଖିଛି । ମୃତକ ଜଣକ ହେଉଛନ୍ତି ସାପାଇ ମାଝୀ । ସାପାଇ ମାଝୀଙ୍କ ସ୍ବାମୀ ମାଲିକି ମାଝୀ ଏକ ଲୁହା ରଡ ସାହାଯ୍ୟରେ ସ୍ତ୍ରୀ ସାପାଇ ମାଝିଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ବୋଲି ସନ୍ଦେହ କରି ପୋଲିସ ସାପାଇ ମାଝିକୁ ଥାନାରେ ଅଟକ ରଖିଛି ଓ ତଦନ୍ତରେ ବାଧା ଉପୁଜିବ ବୋଲି ଅନ୍ୟ ଜଣକର ନାମ ଗୋପନ ରଖା ଯାଇଛି । ଏଭଳି ନାରକୀୟ କାଣ୍ଡର କାରଣ ଜଣା ପଡି ନଥିବା ବେଳେ, ଉକ୍ତ ଗ୍ରାମର ବାସିନ୍ଦା ମାନେ ମହିଳାଙ୍କ ନିର୍ମମ ହତ୍ୟାକୁ ନିନ୍ଦା କରିବା ସହିତ ହତ୍ୟା କରିଥିବା ବ୍ୟକ୍ତି ବିରୋଧରେ ଦୃଢ଼ରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି । ଦୋରଗୁଡ଼ା ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି , ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । ଏହା ପରେ ଡଗ ସ୍ୱାର୍ଡ ସହିତ ସାଇନଟିଫିକ ଟିମ ଦ୍ୱାରା ଘଟଣାର ତଦନ୍ତ ହେବ ବୋଲି ଥାନା ଅଧିକାରୀ କହିଛନ୍ତି । ମୃତ ମହିଳାର ଶବକୁ ବ୍ୟବଛେଦ ପାଇଁ କାଶିପୁର ବ୍ଲକ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି ।