ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନିର୍ମମ ଭାବେ ସ୍ତ୍ରୀ କୁ ହତ୍ୟାକଲା ସ୍ବାମୀ !!!!:

କାଶିପୁର:- 17/02/23 // ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶିପୁର ବ୍ଲକ୍ ଦୋରାଗୁଡା ଥାନା କରଳ ଆଦିବାସି ସାହିରେ ଏକ ଲୋମ ଟାଙ୍କୁରା ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଦିବାସି ସାହିର ଏକ ଘରେ ଜଣେ ମହିଳାଙ୍କ ଶବ ରକ୍ତାକ୍ତ ଅବସ୍ତାରେ ଉଦ୍ଧାର କରିଛି ଦୋରାଗୁଡା ପୋଲିସ ।

ଏହି ହତ୍ୟା ସନ୍ଦେହରେ ପୋଲିସ ୨ଜଣକୁ ଅଟକ ରଖିଛି । ମୃତକ ଜଣକ ହେଉଛନ୍ତି ସାପାଇ ମାଝୀ । ସାପାଇ ମାଝୀଙ୍କ ସ୍ବାମୀ ମାଲିକି ମାଝୀ ଏକ ଲୁହା ରଡ ସାହାଯ୍ୟରେ ସ୍ତ୍ରୀ ସାପାଇ ମାଝିଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ବୋଲି ସନ୍ଦେହ କରି ପୋଲିସ ସାପାଇ ମାଝିକୁ ଥାନାରେ ଅଟକ ରଖିଛି ଓ ତଦନ୍ତରେ ବାଧା ଉପୁଜିବ ବୋଲି ଅନ୍ୟ ଜଣକର ନାମ ଗୋପନ ରଖା ଯାଇଛି । ଏଭଳି ନାରକୀୟ କାଣ୍ଡର କାରଣ ଜଣା ପଡି ନଥିବା ବେଳେ, ଉକ୍ତ ଗ୍ରାମର ବାସିନ୍ଦା ମାନେ ମହିଳାଙ୍କ ନିର୍ମମ ହତ୍ୟାକୁ ନିନ୍ଦା କରିବା ସହିତ ହତ୍ୟା କରିଥିବା ବ୍ୟକ୍ତି ବିରୋଧରେ ଦୃଢ଼ରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି । ଦୋରଗୁଡ଼ା ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି , ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । ଏହା ପରେ ଡଗ ସ୍ୱାର୍ଡ ସହିତ ସାଇନଟିଫିକ ଟିମ ଦ୍ୱାରା ଘଟଣାର ତଦନ୍ତ ହେବ ବୋଲି ଥାନା ଅଧିକାରୀ କହିଛନ୍ତି । ମୃତ ମହିଳାର ଶବକୁ ବ୍ୟବଛେଦ ପାଇଁ କାଶିପୁର ବ୍ଲକ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

ବ୍ୟୁରୋ ରିପୋର୍ଟ ମସିହା ନ୍ୟୁଜ ଓଡିଶା !

Related posts

ନବବୋଧୁର ସନ୍ଦେହ ଜନକ ମୃତ୍ୟୁକୁ ନେଇ ଉତେଜନା

masiha

ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ଘଟଣା ରେ ନିଲମ୍ବିତ ହେଲେ ସ୍କୁଲ ପ୍ରଧାନ ଶିକ୍ଷକ

Sunil Chandra Nayak

ଟ୍ରାକ୍ଟର ଦୁର୍ଘଟଣା ଜଣେ ମୃତ ଦୁଇ ଆହତ

masiha

Leave a Comment

error: Content is protected !!