ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦୁଇଟି କଲରାପତରିଆ ବାଘଛାଲ ସହ ଜୀବନ୍ତ ବାର୍‌ହା ଜବତ, ୭ ଜଣ ଅଭିଯୁକ୍ତ ଗିରଫ

ଦୁଇଟି କଲରାପତରିଆ ବାଘଛାଲ ସହ ଜୀବନ୍ତ ବାର୍‌ହା ଜବତ, ୭ ଜଣ ଅଭିଯୁକ୍ତ ଗିରଫ

କଳାହାଣ୍ଡି ଦକ୍ଷିଣ ବନଖଣ୍ଡକୁ ମିଳିଛି ଏକ ବଡ଼ ସଫଳତା। ଜିଲ୍ଲାର ଥୁଆମୂଲ ରାମପୁର ବନାଞ୍ଚଳର ସାଇସୁରନି ରେଞ୍ଜରେ ଏକ ବନ୍ୟପ୍ରାଣୀ ଚୋରା ଚାଲାଣ ଓ ଶିକାରୀ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ବନ ବିଭାଗ। ଏହି ଘଟଣାରେ ଆଜି ୭ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ବନ୍ୟପ୍ରାଣୀ ସାମଗ୍ରୀ ଏବଂ ମାରଣାସ୍ତ୍ର ଜବତ କରାଯାଇଛି।

ଗିରଫ ଅଭିଯୁକ୍ତ ମାନେ ହେଲେ କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଥାନା ଅନ୍ତର୍ଗତ ଡାବ୍ରିଗୁଡାର କୁମୁଦରାଉତ, ପାନଭଟାର ତରଙ୍ଗ ପାତ୍ର, ତଲ ଆମପଦରର ସନ୍ତୋଷ କୁମାର ଜାଲ,ଅର୍ଜୁନ ମାଝୀ, ନୀଳକଣ୍ଠ ସାହୁ, ଆନନ୍ଦ ମାଝୀ ଓ ଲେଲି ମାଝୀ। ଶିକାରୀମାନେ ବନ୍ୟଜନ୍ତୁ ଶିକାର କରି ସେମାନଙ୍କ ଅଙ୍ଗ ଚୋରା ଚାଲାଣ ପାଇଁ ଯୋଜନା କରୁଥିବା ବେଳେ ସୂଚନା ପାଇ ମାଡି ବସିଥିଲା ବନ ବିଭାଗ । ସେମାନଙ୍କ ନିକଟରୁ ୨ଟି କଲରାପତରିଆ ବାଘଛାଲ,ନଖ ହାଡ଼, ଦାନ୍ତ, ନିଶ ଓ ବାଘ ଛାଲ ଖଣ୍ଡ ଜବତ ହୋଇଛି। ଏହା ସହିତ ଏକ ୧୦ କିଲୋ ଓଜନର ଜୀବନ୍ତ ବଣୁଆ ବାର୍‌ହା, ଏକ ଗୋଧି ମୁଣ୍ଡ ଏବଂ ବନ୍ୟଜନ୍ତୁ ନଖ ମଧ୍ୟ ଉଦ୍ଧାର କରାଯାଇଛି।

ସେହିପରି ଶିକାର ପାଇଁ ବ୍ୟବହୃତ ଏକ ଦେଶୀ ଟୋପିଦାର ବନ୍ଧୁକ, ୭ ଗ୍ରାମ ବାରୁଦ, ୨୦୬ଟି ଗୁଳି, ବନ୍ଧୁକ ସଫା କରିବା ରଡ୍‌ ସମେତ ଧନୁ ଓ ୨ଟି ତୀର ଜବତ କରାଯାଇଛି। ବନ ବିଭାଗ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ବଳରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ରାକେଟ୍‌ରେ ଆଉ କିଛି ଜଣ ସମ୍ପୃକ୍ତି ଥିବାବେଳେ ସେମାନେ ଏବେ ଫେରାର ଥିବା ବନ ବିଭାଗରୁ ସୂଚନା ମିଳିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ତ୍ରିକୋଣୀୟ ପ୍ରେମରୁ ହତ୍ୟା,ନାବାଳକ ସହ ଚାରି କୋର୍ଟ ଚାଲାଣ

Sunil Chandra Nayak

ରାଜନୈତିକ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଘଟି ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ , ୬ ଆହତ

Sunil Chandra Nayak

ପୀତବାସ ପଣ୍ଡା ହତ୍ୟା ମାମଲାର ମାଷ୍ଟର ମାଇଣ୍ଡ ପିଣ୍ଟୁ ଦାସ ଫୁଲବାଣୀ ଜେଲରେ: ବଢ଼ିଲା ସୁରକ୍ଷା ବ୍ୟବସ୍ଥା

Sunil Chandra Nayak

Leave a Comment

error: Content is protected !!