ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଟ୍ରକ୍ ଧକ୍କାରେ ଜଣେ  ମୃତ, ଦୁର୍ଘଟଣା ଘଟାଇ ଟ୍ରକ୍ ଫେରାର, ପୁଲିସର ତଦନ୍ତ ଜାରି

ଟ୍ରକ୍ ଧକ୍କାରେ ଜଣେ  ମୃତ, ଦୁର୍ଘଟଣା ଘଟାଇ ଟ୍ରକ୍ ଫେରାର, ପୁଲିସର ତଦନ୍ତ ଜାରି

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଆକାଶ କଲେଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କୁମ୍ଭକର୍ଣ୍ଣ ମାଝୀ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ଜୁନାଗଡ଼ ଥାନା ନକଟିଗୁଡା ଗାଁ ର ବୋଲି ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ କୁମ୍ଭକର୍ଣ୍ଣ ମାଝୀ ଆକାଶ କଲେଜ ନିକଟରେ ରାସ୍ତା ପାର ହେଉଥିବା ବେଳେ ଧର୍ମଗଡ ପଟୁ ଗୋଲାମୁଣ୍ଡା ଅଭିମୁଖେ ଯାଉଥିବା ଟ୍ରକଟି ତାଙ୍କୁ ଚାପି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବ୍ୟକ୍ତିଜଣକର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇ ଥିଲା। ଘଟଣା ସମ୍ପର୍କରେ ଖବର ପାଇ ଧର୍ମଗଡ଼ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଥିଲେ। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ଟ୍ରକ୍‌କୁ ଠାବ କରିବା ପାଇଁ ପୁଲିସ ତଦନ୍ତ ଜାରୀ ରଖିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଅଧିକ୍ଷଣ ଯନ୍ତ୍ରୀ ଗିରଫ ନେଇ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ରକ୍ତାକ୍ତ ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର ,ହତ୍ୟା ହୋଇଥିବା ନେଇ ଥାନାରେ ଏତଲା

ଲକ୍ଷାଧିକ ଟଙ୍କାର ଶାଗୁଆନ୍ କାଠ ଜବତ

Sunil Chandra Nayak

Leave a Comment

error: Content is protected !!