ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଲକ୍ଷାଧିକ ଟଙ୍କାର ଶାଗୁଆନ୍ କାଠ ଜବତ

ଲକ୍ଷାଧିକ ଟଙ୍କାର ଶାଗୁଆନ୍ କାଠ ଜବତ

ଭଞ୍ଜନଗର,୨୧/୮ ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରିୟ ବନାଞ୍ଚଳ ଅଧିନ ପଳାସପଲ୍ଲୀ ଗ୍ରାମରେ ଗୁରୁବାର ବନବିଭାଗ ଚଢାଉ କରି ୩୫ସିଫ୍ଟ ଶାଗୁଆନ୍ କାଠ ଜବତ କରିଛି।ଏନେଇ ଏକ ‘ୟୁଡି’ ମାମଲା ରୁଜୁ କରାଯାଇଛି। ଜବତ କରାଯାଇଥିବା ସମସ୍ତ କାଠକୁ ବନବିଭାଗ ସୁରକ୍ଷିତ ଭାବେ ନିଜ ଅଧୀନକୁ ନେଇଛି। ଏହି କାର୍ଯ୍ୟକଳାପରେ ଜଡ଼ିତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ବନବିଭାଗ ଅଧିକ ତଦନ୍ତ ଜାରି ରଖିଥିବା ବନାଞ୍ଚଳ ଅଧିକାରୀ ପୃଥ୍ୱୀରାଜ ପ୍ରଧାନ ସୁଚନା ଦେଇଛନ୍ତି। ସୂଚନା ଅନୁସାରେ, ଗୁରୁବାର ସକାଳୁ ପଳାସପଲ୍ଲୀ ଗ୍ରାମରେ ବିପୁଳ ବେଆଇନ ଶାଗୁଆନ କାଠ ଗଚ୍ଛିତ ହୋଇଥିବା ନେଇ ବନବିଭାଗ ସୁଚନା ପାଇଥିଲା। ନିର୍ଭରଯୋଗ୍ୟ ସୂଚନା ଆଧାରରେ, ବନାଞ୍ଚଳ ଅଧିକାରୀ ପୃଥ୍ୱୀରାଜ ପ୍ରଧାନଙ୍କ ନେତୃତ୍ୱରେ ଗାଙ୍ଗପୁର ଏବଂ ସେଣ୍ଟ୍ରାଲ୍ ରେଞ୍ଜର କର୍ମଚାରୀଙ୍କୁ ନେଇ ଏକ ମିଳିତ ଦଳ ଗଠନ କରାଯାଇଥିଲା। ଏହି ଦଳ ଗାଙ୍ଗପୁର ଥାନା ଅନ୍ତର୍ଗତ ପଲାସପଲ୍ଲୀ ଗ୍ରାମ ନିକଟସ୍ଥ ସନ୍ଦିଗ୍ଧ ସ୍ଥାନରେ ଚଢ଼ଉ କରିଥିଲେ। ସେଠାରୁ ପ୍ରାୟ ୩୫.୫ ଘନଫୁଟ ପରିମାଣର ଶାଗୁଆନ କାଠ (ଗୋଲାକାର କାଠ, ପଟା ଓ ବିଭିନ୍ନ ଆକାରର କାଠ) ଜବତ କରିଥିଲେ।ଜବତ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ଏନେଇ ବନ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Related posts

ତାଳଚୁଆ ଅଞ୍ଚଳରେ ଦୁଃଖର ଲହରୀ ଖେଳିଯାଇଛି,ଗୋଟିଏ ଘରେ ବାପା ମା ପୁଅଙ୍କ ଶବ ଉଦ୍ଧାର

masiha

ଟ୍ରକ ଧକ୍କା ରେ ଗୁରୁତର ଯୁବକ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ୧ ଲକ୍ଷ କ୍ଷତିପୂରଣ ଦେବାପରେ ଶବ ଗାଁ କୁ ନେଲେ ପରିବାର

Sunil Chandra Nayak

ଶାଳ ସାଇଜ କାଠ ଜବତ , ୨ ଗିରଫ

Leave a Comment

error: Content is protected !!