ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାୟନ୍ସ କ୍ଲବ୍ ନବରଙ୍ଗପୁର ଏଲିଟ୍‌ର ଚାର୍ଟର ନାଇଟ୍ ଓ ଅଧିଷ୍ଠାନ ସମାରୋହ 

ଲାୟନ୍ସ କ୍ଲବ୍ ନବରଙ୍ଗପୁର ଏଲିଟ୍‌ର ଚାର୍ଟର ନାଇଟ୍ ଓ ଅଧିଷ୍ଠାନ ସମାରୋହ 

ନବରଙ୍ଗପୁର;(୨୧|୮)(ରବି ନାରାୟଣ ମହାନ୍ତି) ନବରଙ୍ଗପୁରରେ ଲାୟନ୍ସ କ୍ଲବ୍ ନବରଙ୍ଗପୁର ଏଲିଟ୍‌ର ଚାର୍ଟର ନାଇଟ୍ ଓ ଅଧିଷ୍ଠାନ ସମାରୋହ ଏକ ଭବ୍ୟ ଓ ଗରିମାମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଇଣ୍ଡକ୍ସନ ଅଫିସର ଜିଲ୍ଲା ଗଭର୍ଣ୍ଣର Ln. ଅଶ୍ୱିନୀ ଦାଶ, ଫର୍ଷ୍ଟ ଲେଡି ଶ୍ରୀମତୀ ସୁଶ୍ରୀତା ଦାଶ, ଇନ୍‌ଷ୍ଟଲେସନ ଅଫିସର PDG Ln. ଇଞ୍ଜିନିୟର ଦିଲ୍ଲୀପ କୁମାର ଦାଶ, ZC Ln. ଶ୍ରୀନିବାସ ରାଓ, RC Ln. ଡ଼ଃ ସଞ୍ଜୁକ୍ତା ପଣ୍ଡା ଏବଂ ସମ୍ମାନିତ ଅତିଥି Ln.ଡ଼ଃ କେ. ଡି. ପଟ୍ଟନାୟକ ଓ Ln.ଶ୍ରୀ ଜଗନ୍ନାଥ ମହାପାତ୍ରଙ୍କ ଗରିମାମୟ ଉପସ୍ଥିତି ଅନୁଷ୍ଠାନକୁ ଅଧିକ ଗୌରବାନ୍ୱିତ କରିଥିଲା।ଏହି ଅବସରରେ ଲାୟନ୍ସ କ୍ଲବ୍ ନବରଙ୍ଗପୁର ଏଲିଟ୍‌ର ନବନିର୍ବାଚିତ ପଦାଧିକାରୀମାନେ ଔପଚାରିକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ—

ସଭାପତି: Ln. ଡ଼ଃ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ସମ୍ପାଦକ: Ln. ଅବନୀ ମହାପାତ୍ର

କୋଷାଧ୍ୟକ୍ଷ: Ln. ଅଜିତ ନନ୍ଦ

PDG Ln. ଇଞ୍ଜିନିୟର ଦିଲ୍ଲୀପ କୁମାର ଦାଶ ଇନ୍‌ଷ୍ଟଲେସନ ଅଫିସର ଭାବେ ନବନିର୍ବାଚିତ ପଦାଧିକାରୀମାନଙ୍କୁ ଶପଥ ଓ ଦାୟିତ୍ୱ ପ୍ରଦାନ କରିଥିବାବେଳେ, Ln. ଅଶ୍ୱିନୀ ଦାଶ ଇଣ୍ଡକ୍ସନ ଅଫିସର ଭାବେ ନୂତନ ସଦସ୍ୟମାନଙ୍କୁ ଲାୟନ୍ସ ପରିବାରରେ ସ୍ୱାଗତ କରିଥିଲେ।କ୍ଲବ୍‌ର ସମସ୍ତ ସମ୍ମାନିତ ସଦସ୍ୟଙ୍କ ଉପସ୍ଥିତିରେ ଏହି ଅନୁଷ୍ଠାନ ସେବା, ସହଯୋଗ, ନେତୃତ୍ୱ ଓ ସମାଜ ପ୍ରତି ପ୍ରତିବଦ୍ଧତାର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଚିଲିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ 

Sunil Chandra Nayak

୫୪ ବର୍ଷରେ ଲଙ୍କେଶ୍ୱରୀ କ୍ଲବ ପୂଜା ମଣ୍ଡପ, ମନମୋହୁଛି ଅକ୍ଷରଧାମ ତୋରଣ,ଭିଡ ଜମୁଛି ବିଭିନ୍ନ ପୂଜା ମଣ୍ଡପରେ

masiha

କଲିଆ କୁଣ୍ଡଳ ପଞ୍ଚାୟତ ରେ ଜନ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!