ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଘାସ ମରା କୀଟନାଶକ ଔଷଧ ହେଲା କାଳ ୧୫ ଏକର ଧାନ ନଷ୍ଟ। କ୍ଷତି ପୂରଣ ଦାବି କରି ଥାନାରେ ଏତଲା ଦେଲେ ଚାଷୀ

ଘାସ ମରା କୀଟନାଶକ ଔଷଧ ହେଲା କାଳ ୧୫ ଏକର ଧାନ ନଷ୍ଟ। କ୍ଷତି ପୂରଣ ଦାବି କରି ଥାନାରେ ଏତଲା ଦେଲେ ଚାଷୀ

ଝରିଗାଁ – ତା – , ୨୧ / ୦୮ / ୨୬- : – ଧାନ ଚାଷ ଜମିରେ ଉଠିଥିବା ଅନାବନା ଘାସ ଲଟା ବୁଦା ସଫା କରିବାକୁ ଘାସ ମରା ପାଉଡର IPL Apsara ସ୍ଥାନୀୟ ଦୋକାନୀ ଠାରୁ କିଣି ଆଠ ଜଣ ଚାଷୀ ନିଜ ଜମିରେ ରାସାୟନିକ ସାର୍ ସହ ମିଶ୍ରିତ କରି ବ୍ୟବହାର କରିଥିଲେ। ଏହାର ପ୍ରୟୋଗ କରିବାର ପାଞ୍ଚ ଦିନ ମଧ୍ୟରେ ଧାନ ଗଛ ଗୁଡ଼ିକ ନାଲି ହଳଦୀ ରଙ୍ଗ ହୋଇ ମୂଳରୁ ସୁଖୀ ସଦି ଯାଇଥିବା ଚାଷୀ ଦେଖିଥିଲେ। ପ୍ରାୟ ପନ୍ଦର ଏକର ରୁ ଉର୍ଦ୍ଧ ଧାନ ଜମିରେ ୨୫ ରୁ ୩୦ ପ୍ରତିଶତ ଧାନ ଗଛ ନଷ୍ଟ ହୋଇଥିବା ଅଭିଯୋଗ କରି ଉମରକୋଟ ଥାନାରେ ଚାଷୀ ଲକ୍ଷଣ ଭତରା ଏତଲା ପ୍ରଦାନ କରିଛନ୍ତି। ଘଟଣା ଘଟିଛି ଝରିଗାଁ ବ୍ଲକ, ରତାଖଣ୍ଡି ଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଭଇଁଶି ବନ୍ଧା ଗ୍ରାମରେ। ଚାଷୀଙ୍କ ଅଭିଯୋଗ ପ୍ରକାରେ ଉଚିତ୍ ସମୟରେ ତୋଳି ପକାଇ ପାଗ ଅନୁକୂଳ ମଧ୍ୟରେ ଧାନ ରୁଆ ସାରିଥିଲେ। ପରେ ଘାସ ଉପାଡ଼ିବା ସମୟରେ ରାସାୟନିକ ସାର ସହ ଘାସ ମରା ପାଉଡର ଔଷଧ ମିଶ୍ରଣ କରି ଜମିରେ ପକାଇବାକୁ ସ୍ଥାନୀୟ ଦୋକାନୀ ସୋମନାଥ ଗଣ୍ଡ ନିଜ ଗାଁ ଚାଷୀଙ୍କୁ ଦେଇଥିଲେ। ସୋମନାଥ ଧୋଡ୍ରା ପଞ୍ଚାୟତ ସଦର ସାର ବ୍ୟବସାୟୀ ରୂପେଶ ଗୁପ୍ତା ଠାରୁ ସାର ଓ କୀଟନାଶକ ଔଷଧ ବିକ୍ରୟ କରିଥିବା କହିଛନ୍ତି। ଚାଷୀଙ୍କ ସମସ୍ୟା ନେଇ ରୂପେଶ ଗୁପ୍ତା ଙ୍କୁ ଜଣାଇଥିବା କହିଛନ୍ତି ସୋମନାଥ ଗଣ୍ଡ। ତେବେ କେଉଁ କାରଣରୁ ଧାନ ଗଛ ନଷ୍ଟ ହୋଇଛି ସେଥିପ୍ରତି ସେ ଉତ୍ତରଦାୟୀ ନାହିଁ ବୋଲି ସ୍ପଷ୍ଟ ମନା କରିବା ସହ ନଷ୍ଟ ହୋଇଥିବା ଚାଷୀଙ୍କ କ୍ଷତିପୂରଣ ଦାବି କରୁଥିବା ବେଳେ ରୂପେଶ ଗୁପ୍ତା କ୍ଷତିପୂରଣ ଦେବାକୁ ମନା କରୁଥିବା ଚାଷୀ ଅଭିଯୋଗ କରିଛନ୍ତି। ଧାନ ଜମି ରେ ଏହି ସାର ଓ ଘାସ ମରା ଔଷଧ ପ୍ରୟୋଗ ଯୋଗୁଁ କମଳୁ ଭତରାଙ୍କ ଦୁଇ ଏକର , ଲକ୍ଷଣ ଭତରା ୩ ଏକର,ତ୍ରିଲୋଚନ ସାନ୍ତା ଦେଢ ଏକର,ସୋମନାଥ ସାନ୍ତା ଦୁଇ ଏକର, ଚେତମନ୍ ଭତରା ଏକ ଏକର, ଲକ୍ଷଣ ଭତରା ଦୁଇ ଏକର,ଚୈତନ୍ୟ ସାନ୍ତା ଦେଢ ଏକର,ଶୁକ୍ରୁ ଗଣ୍ଡ ଦୁଇ ଏକର ସବୁ ୧୫ ଏକର ରୁ ଉର୍ଦ୍ଧ୍ୱ ଜମି।

ଆଇପିଏଲ ଅପସରା .ଔଷଧ ପ୍ରୟୋଗ ଯୋଗୁଁ ଚାଷୀଙ୍କ ଧାନ ନଷ୍ଟ ହୋଇଛି। କ୍ଷତି ପୂରଣ ରୂପେଶ ଗୁପ୍ତା ଠାରୁ ପଶିବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଚାଷୀ। ତଦନ୍ତ ଅଫିସର୍ ଏ ଏସ ଆଇ ରାଜେଶ୍ ବଞ୍ଜାରା ତଦନ୍ତ କରୁଥିବା ବେଳେ ଉଭୟ ପକ୍ଷଙ୍କୁ ଡକାଇ ଆଇନ ଅନୁସାରେ ନିଷ୍କର୍ଷ ବାହାର କରିବାକୁ ପ୍ରୟାସ କରାଯିବା ନେଇ ଶ୍ରୀ ବଞ୍ଜାରା ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଗରିବ କ୍ଷୁଦ୍ର ଚାଷୀ ର ମୁଖ୍ୟ ସମ୍ବଳ କହିଲେ ଧାନ ଚାଷ। ଯାହା ବର୍ଷକର ଜୀବନଜୀବିକା ପାଇଁ ସହାୟ ହୋଇ ଆସୁଛି। ଚାଷ ଲାଗି ହୋଇଥିବା ଖର୍ଚ୍ଚ ତୁଳନାରେ ଉତ୍ପାଦନ କମିଲେ ଚାଷୀର ଆର୍ଥିକ କ୍ଷତି ଘଟିବ। ତେଣୁ ସେ ସାର ବ୍ୟବସାୟୀ ରୂପେଶ ଗୁପ୍ତା ଯଦି କ୍ଷତି ପୂରଣ ନ ଦିଅନ୍ତି ତାହା ହେଲେ ଚାଷୀ ଜିଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆନ୍ଦୋଳନ କୁ ଓହ୍ଲାଇବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି।

ଝରିଗାଁ ରୁ ଗଣେଶ ଛତ୍ରିଆ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

୬ମାସ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ

Sunil Chandra Nayak

ଗଂଜେଇ ଚୋରା ଚାଲାଣ ବେଳେ ଦୁଇଜଣ ଗିରଫ     

masiha

ନୂଆପଡା ସିଆରପିଏଫ ଓ ମାଓବାଦୀ ଗୁଲିବିନିମୟ ,କୁମ୍ବିଂ ଅପରେସନ ଜାରି

masiha

Leave a Comment

error: Content is protected !!