ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୁବକଙ୍କୁ ବନ୍ଧୁକ ଦେଖେଇ ଧମକ ,ଅଭିଯୁକ୍ତ ଗିରଫ

ନୂଆପଡ଼ା, : ନୂଆପଡ଼ା ଜିଲ୍ଲା ଖରିଆରରୋଡ଼ ଜୋଙ୍କ ଥାନା ପୁଲିସ୍ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେବା ଅଭିଯୋଗରେ ବନ୍ଧୁକ ସହ ଅଭିଯୁକ୍ତକୁ ଗିରଫ କରିଛି। ସୂଚନା ରୁ ପ୍ରକାଶ ଯେ, ଖରିଆରରୋଡ଼ ୱାର୍ଡ ନମ୍ବର ୧୧ ର ଧର୍ମେନ୍ଦ୍ର ସିଂ ବଗା ଓ ଉତ୍ତରପପ୍ରଦେଶ ରାଜ୍ୟର ସୋନୁ ସିଂ(୩୨)ଙ୍କ ମଧ୍ୟରେ କୌଣସି କାରଣଙ୍କ ନେଇ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ସୋନୁ ରାଗିଯାଇ ବନ୍ଧୁକ ବାହାର କରି ଧର୍ମେନ୍ଦ୍ରକୁ ହତ୍ୟା କରିବାକୁ ଧକମ ଦେଇ ଫେରାର ହୋଇଥିଲେ। ଏନେଇ ଧର୍ମେନ୍ଦ୍ର ଜୋଙ୍କ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ପରେ ଦଳଦଳିଠାରେ ଥିବା ଏକ ଢାବାରୁ ପୁଲିସ୍ ସୋନୁଙ୍କୁ ଗିରଫ କରିବା ସହ ତାହା ଠାରୁ ଏକ ବନ୍ଧୁକ ଜବତ କରିଥିଲା। ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ କୈଳାସ ଚନ୍ଦ୍ର ସେଠି ସୂଚନା ଦେଇଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବେଆଇନ ଧାନ କାରବାରରେ ଜଡିତ ଥିବାରୁ ବେହେରା ରାଇସମିଲ କୁ ସିଲ କଲେ ତହସିଲଦାର

Sunil Chandra Nayak

୬ ବର୍ଷ ର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ କୋର୍ଟ ଚାଲାଣ

masiha

GST ତାରିଖ ଅବଦ୍ଧି ଶେଷ,ସିମେଣ୍ଟ ଗାଡିକୁ ଧରିଲା GST ବିଭାଗ ଅଧିକାରୀ

Sunil Chandra Nayak

Leave a Comment

error: Content is protected !!