ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ପୂର୍ବତନ ସମ୍ପାଦକ ଜୟନ୍ତ ପ୍ରହରାଜ ଙ୍କ ବିୟୋଗରେ ଶୋକ ସଭା

ମ,ରାମପୁର,୨୩/୭( ମସୀହା):- କଳାହାଣ୍ଡି ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ପୂର୍ବତନ ସମ୍ପାଦକ ଜୟନ୍ତ ପ୍ରହରାଜ ଙ୍କ ବିୟୋଗରେ ଅନୁଷ୍ଠାନ ଗୃହ ଠାରେ ଏକ ଶୋକ ସଭା ଅନୁଷ୍ଠିତ ହେଇ ଯାଇଛି। ସଭାପତି ପଦ୍ମ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶୋକ ସଭା ରେ ସମ୍ପାଦକ ହେମନ୍ତ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ । ପ୍ରାରମ୍ଭ ରେ ସ୍ବର୍ଗତ ପ୍ରହରାଜଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ପରେ ଉପ ସଭାପତି ସୁରେନ୍ଦ୍ର ମହାଖୁଡ଼ , ବରିଷ୍ଠ ସଦସ୍ୟ ପରମାନନ୍ଦ ବିଶି,ନାରାୟଣ ମହାଳିକ, ମାନସ ରଞ୍ଜନ ପ୍ରହରାଜ, ବିଭୂତି ଭୂଷଣ ମହାଖୁଡ଼, ଉଦ୍ଧବ ପଣ୍ଡା ପ୍ରମୁଖ ସ୍ବର୍ଗତ ପ୍ରହରାଜ ଙ୍କ ସ୍ମୃତି ଚାରଣ କରିଥିଲେ ।

ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ତିନି ଗ୍ରାମର ଅଷ୍ଟପ୍ରହରୀରେ ଯୋଗଦେଲେ ବ୍ଲକ ସଭାପତି ରାଜେନ୍ଦ୍ର ଦୁରିଆ

Sunil Chandra Nayak

କେରଳ ଭୁସ୍କଳନ ପ୍ରପୀଡ଼ିତ ଙ୍କ ପାଇଁ ସି ପି ଆଇ ଏମ୍ ର ରିଲିଫ ସଂଗ୍ରହ ଅଭିଯାନ

masiha

ଓଡିଶା ସାହିତ୍ୟିକ ସଂଗଠନ ତରଫରୁ କବିତା ଆସର

masiha

Leave a Comment

error: Content is protected !!