ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀ ରେ ବୁଡି ଦୁଇ ନାବାଳକ ମୃତ

ପୋଖରୀ ରେ ବୁଡି ଦୁଇ ନାବାଳକ ମୃତ

କାମାକ୍ଷାନଗର (ମନିସ )16/11/24 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଥାନା ଏକତାଳି ଗ୍ରାମରେ ଅଘଟଣ।ପୋଖରିରେ ବୁଡି ଦୁଇ ନାବାଳକ ଭାଇ ମୃତ।ସଂପର୍କରେ ଉଭୟ ଦାଦା ପୁଅ ଓ ବଡ଼ ବାପା ପୂଅ ହୋଇଥିବା ଜଣାପଡିଛି।ମୃତକ ଦ୍ବୟ ହେଲେ ଗଣେଶ୍ବର ବେହେରା (୮)ଓ ଶୁଭମ ବେହେରା (୭)।ବଡଓଷା ଉପଲକ୍ଷେ ଆଜି ସକାଳୁ ଦୁଇ ଭାଇ ଗ୍ରାମ ନିକଟରେ ଥିବା ଏକ ପୋଖରିକୁ ଗାଧୋଇବାକୁ ଆସିଥିଲେ।ପୋଖରୀ ରେ ଗାଧୋଉଥିବା ସମୟରେ ଅସାବଧାନତା ବସତ ଗୋଡ଼ ଖସି ଯିବାରୁ ଦୁଇ ଭାଇ ପୋଖରୀ ରେ ବୁଡିଯାଇଥିଲେ। କିଛି ସମୟ ପରେ ଦୁଇ ଭାଇ ଘରକୁ ଫେରିବାରୁ ବିଳମ୍ବ ହେବାରୁ ପରିବାର ଲୋକ ସମେତ ସ୍ଥାନିୟ ଲୋକ ମଧ୍ୟ ଖୋଜା ଖୋଜି ଆରମ୍ଭ କରିଥିଲେ।ତେବେ ପୋଖରି ପାଖରେ ଉଭୟଙ୍କର ଚପଲ ପଡିଥିବା ଦେଖିବା ପରେ ପୋଖରିରେ କିଛି ଗ୍ରାମବାସୀ ପଶି ଖୋଜିବା ଆରମ୍ଭ କରିଥିଲେ।ଦିର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ସ୍ଥାନିୟ ଲୋକଙ୍କ ଦ୍ବାରା ଦୁଇ ଭାଇ ଙ୍କ ମୃତଦେହ ଉଧାର କରାଯାଇଥିଲା ।ଏହାକୁ ନେଇ ସମଗ୍ର ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।ତେବେ ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମେଗା ରକ୍ତଦାନ ଶିବିର ଅନୁଷ୍ଠିତ, ୬୩ ୟୁନିଟ୍ ରକ୍ତ ସଂଗ୍ରହ

masiha

ଯୁବକ ସଂଘ ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ

Sunil Chandra Nayak

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୬ ଜନ୍ମଜୟନ୍ତୀ ଅବସରରେ ଧର୍ମଗଡ କୋର୍ଟ ପରିସରରେ ସଫେଇ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!