ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆରେଷ୍ଟ ହେଲେ ଜଗତସିଂହପୁର ର ଡେପୁଟି କଲେକ୍ଟର

କଥାରେ ଅଛି ଚୋର ଘରେ ସବୁଦିନ ଆଲୋକ ନଥାଏ, ଦିନେନା ଦିନେ ଅନ୍ଧାର ଆସେ ଅର୍ଥାତ ଚୋର ସମସ୍ତଙ୍କୁ ଅନ୍ଧାରରେ ରଖି ଯୋଉ ଚୋରି କରିଥାଏ ସେଇ ଅନ୍ଧାର ତା ଜୀବନକୁ ହିଁ ନିଜ ଆଡକୁ ଆକର୍ଷଣ କରିଥାଏ ! ଆମେ କହୁଛୁ ଜଗତସିଂହପୁର ର ବିବାଦୀୟ ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲା ଙ୍କ ବିଷୟରେ ! ମହାଶୟ ଜଣକ ସରକାରୀ ଅର୍ଥକୁ ଦୁରୁପଯୋଗ କରି, କଳାଧନ ସଂଗ୍ରହ କରିବାରେ ମାହିର ବୋଲି ନିଜେ ଧରାପଡ଼ିଗଲେ ! 9 ଗୋଟି ଭିନ୍ନ ଭିନ୍ନ ସ୍ଥାନରେ ନିଜର ଅନ୍ୟାୟ ଉପାର୍ଜିତ ଧନକୁ ବିନିଯୋଗ କରି ଦୁର୍ନୀତିର ବୃକ୍ଷ ରୋପଣ କରିଥିଲେ ! ଓଡିଶା ଭିଜିଲାନ୍ସ ର ସ୍ୱତନ୍ତ୍ର ଜଜ ଭୁବନେଶ୍ୱର ଙ୍କର 2 ଜଣ ଡ଼ିଏସପି,14 ଜଣ ଇନିସ୍ପେକ୍ଟର,6 ଜଣ ସହକାରୀ ଅଫିସରଙ୍କ ସମେତ ଅନ୍ୟ ସହାୟକ ମାନଙ୍କୁ ନେଇ ପିଲ୍ଲାଙ୍କର 9 ଗୋଟି ସ୍ଥାନରେ ଗତ 27/12/22 ତାରିଖରେ ଚଢ଼ାଉ କରିଥିଲେ ! ଆୟବହିର୍ଭୁତ ସମ୍ପତି ଥିବା କାରଣରୁ ଦୁର୍ନୀତିଗ୍ରସ୍ତ କାର୍ଯ୍ୟ କଳାପ ଧରାପଡ଼ିଯାଇଥିଲା ! ମହାଶୟ ଆଇନ ହାତରେ ବନ୍ଧାହେଇ ଭିଜିଲାନ୍ସ ର ସ୍ୱତନ୍ତ୍ର ଜଜ, ଭିଜିଲାନ୍ସ ନିର୍ଦେଶକ କଟକ ଙ୍କୁ ହସ୍ତାନ୍ତର କରାଯାଇଛି ! ଜବତ ହୋଇଥିବା ସମ୍ପତିର ତାଲିକା 191% ରୁ ଅଧିକ ଜଣା ପଡ଼ିଥିବାରୁ ଅପରାଧିକ ମାମଲାରେ ମହାଶୟ ଆଇନର ଫାସରେ ଫସିଗଲେ ବୋଲି ଗିରଫ ହୋଇଥିବାର ଜଣାପଡିଛି ! ଡେରିରେ ହେଲେବି ସତଟା ସାମ୍ନାକୁ ଆସିପାରିଥିବାରୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି !

ଜଗତସିଂହପୁର ପୁରରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା news Odisha.

Related posts

ରାଉରକେଲା ପୋଲିସ ପକ୍ଷରୁ ଅଢେଇ ବର୍ଷର ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ

Sunil Chandra Nayak

ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ରାଉରକେଲା ପୋଲିସ୍ ଦ୍ବାରା ଜଣେ ଅଭିଯୁକ୍ତ ଗିରଫ ସହ ୨ ପିସ୍ତଲ ଜବତ୍

ଦେଶୀ ମହୁଲି ମଦ ଜବତ, ୩ କୋର୍ଟ ଚାଲାଣ 

masiha

Leave a Comment

error: Content is protected !!