ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା; ମୁଣ୍ଡାଠାକୁରା ଗ୍ରାମରେ ପୋଲିସ ଦ୍ବାରା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା; ମୁଣ୍ଡାଠାକୁରା ଗ୍ରାମରେ ପୋଲିସ ଦ୍ବାରା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

 ମୟୂରଭଂଜ – ୧୨/୦୬ —  ଦିନକୁ ଦିନ ମହିଳାଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି ।କେଉଁଠି ଅଭାବ ଅନାଟନ,ଶାରିରୀକ ଓ ମାନସିକ ନିର୍ଯାତନା ସହି ନ ପାରି ମହିଳାମାନେ ନିଜକୁ ଅସହାୟ ମନେକରି ଅକାଳରେ ଜୀବନ ହାରି ଦେଉଛନ୍ତି ।ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଵିଜାତଳା ବ୍ଳକର ମୁଣ୍ଡାଠାକୁରା ଗ୍ରାମର ଜନୈକ ମହିଳା ରଶି ଲଗାଇ ଝୁଲି ପଡି ଜୀବନ ହାରିଥିବା ଅଭିଯୋଗ ହୋଇଛି ।ସୂଚନା ଯୋଗ୍ୟ ମୁଣ୍ଡାଠାକୁରା ଗ୍ରାମର କରିମ ବେହେରା ଙ୍କ ପତ୍ନୀ ନନ୍ଦିନୀ ରଶି ଲଗାଇ ଝୁଲି ପଡ଼ିଥିଲେ ।ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାଧିକାରିଣୀ ସରସ୍ବତୀ ଟୁଡୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର‌କରିବା ସହ ଏକ ମାମଲା କେଶ ନମ୍ବର ୮୭/୨୫ ରୁଜୁ କରି ରାଇରଙ୍ଗପୁର ହସପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।ରାଖାସାହି ଗ୍ରାମର ଲୋହିତ ମହାରଣାଙ୍କ ଝିଅ ନନ୍ଦିନୀ ୬ ବର୍ଷ ତଳେ କରିମ ବେହେରାଙ୍କ ସହ ବୈଦିକ ରୀତିରେ ବିବାହ କରିଥିଲେ ।ତାଙ୍କର ୪ ବର୍ଷର କନ୍ୟା ଅଛି ।ନନ୍ଦିନୀର ମୃତ୍ୟୁ ନେଇ ବାପଘର ଲୋକେ କରିମ ପରିବାର‌ଲୋକେ ଶାରିରୀକ,ମାନସିକ ଓ ଯୌତୁକ ନେଇ ହତ୍ୟା କରିଥିବା ଲିଖିତ ଅଭିଯୋଗ ଦେଇଛନ୍ତି ।ଶଵ ଵ୍ଯବଛେଦ‌ରିପୋର୍ଟ ଏବଂ ପୋଲିସ ତଦନ୍ତ ପରେ ଅସଲି ଘଟଣାର ପର୍ଦାଫାଶ ହେବ ।ନନ୍ଦିନୀ ର ଅଭାବନୀୟ ମୃତ୍ୟୁ ନେଇ ମୁଣ୍ଡାଠାକୁରା ଗ୍ରାମରେ‌ ଶୋକର ଛାୟା ଖେଳିଯାଇଛି ।କେଉଁ ପରିସ୍ଥିତିରେ ନନ୍ଦିନୀ ନିଜର ୪ ବର୍ଷର ଶିଶୁ କନ୍ୟାର କୋମଳ ମୁହଁକୁ ନ ଚାହିଁ ନିଜର ଅମୂଲ୍ୟ ଜୀବନ ହାରି ଦେଲା ତାହା ଚର୍ଚ୍ଚାର ବିଷୟ ପାଲଟିଛି !

 ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଅଜଣା ଗାଡି ଧକ୍କାରେ ମହିଳା ମୃତ

Breaking – ଅମାଠ ଠାରେ ମହିନ୍ଦ୍ରା ପିକ୍ ଅପ୍ ରୁ ୩୩ ପକେଟ୍ ଗଞ୍ଜେଇ ଜବତ

Sunil Chandra Nayak

ବାଇକ୍ ଚୋର ଧରିପଡିବା ପରେ ପୁଲିସ୍ କୁ ହସ୍ତାନ୍ତର କଲେ ଲୋକେ 

Leave a Comment

error: Content is protected !!