ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସ୍ତ୍ରୀକୁ କିରାସିନି ଢାଲି ହତ୍ୟା ମାମଲା: ସ୍ୱାମୀକୁ ଆଜୀବନ କାରାଦଣ୍ଡ

ସ୍ତ୍ରୀକୁ କିରାସିନି ଢାଲି ହତ୍ୟା ମାମଲା: ସ୍ୱାମୀକୁ ଆଜୀବନ କାରାଦଣ୍ଡ

ଧର୍ମଗଡ଼ :ପାରିବାରିକ କଳହରୁ ନିଜ ସ୍ତ୍ରୀ ଉପରେ କିରାସିନି ଢାଲି ହତ୍ୟା କରିବା ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଗୁଣ୍ଡିଚା ସାମନ୍ତସିଂହାର ଏହି ସେନ୍ସେସନାଲ୍ ମାମଲାର ବିଚାର କରି ଶନିବାର ଏହି ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। କୋର୍ଟ ଅଭିଯୁକ୍ତକୁ ଆଜୀବନ ସଜା ଶୁଣାଇବା ସହ ୫ ହଜାର ଟଙ୍କା ଜୋରିମାନା କରିଛନ୍ତି। ଜୋରିମାନା ଅନାଦେୟ ହେଲେ ଅଧିକ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ଗତ ୨୦୨୧ ମସିହା ଜୁଲାଇ ୨ ତାରିଖରେ ଜୁନାଗଡ଼ ଥାନା ଅନ୍ତର୍ଗତ ତେନ୍ତୁଳିପଡା ଗ୍ରାମର ସୁଦାମ ମାଝୀ (୩୧) ପାରିବାରିକ ତିକ୍ତତା ଯୋଗୁଁ ନିଜ ସ୍ତ୍ରୀ ରଶ୍ମିତା ସରାଫଙ୍କ ଶରୀରରେ କିରାସିନି ଢାଲି ନିଆଁ ଲଗାଇ ଦେଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ରଶ୍ମିତାଙ୍କ ମୃତ୍ୟୁ ଘଟିଥିଲା।ଏହି ବର୍ବରକାଣ୍ଡ ନେଇ ମୃତ ରଶ୍ମିତାଙ୍କ ଭଉଣୀ ଐଶ୍ୱର୍ଯ୍ୟା ସରାଫ ଜୁନାଗଡ଼ ଥାନାରେ ଏକ ଲିଖିତ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ଜୁନାଗଡ଼ ପୁଲିସ ଆଇପିସିର ଧାରା ୪୯୮(A), ୨୯୪, ୩୦୭, ୩୨୪, ୫୦୬ ଏବଂ ୩୪ ଅଧୀନରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୁଦାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଦୀର୍ଘ ଦିନର ସାକ୍ଷ୍ୟ ପ୍ରମାଣ ଓ ଗୁରୁତ୍ୱପୂର୍ଣ୍ଣ ଦଲିଲ୍‌କୁ ଭିତ୍ତି କରି ମାନ୍ୟବର କୋର୍ଟ ଆଜି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ପ୍ରଶାନ୍ତ ତନ୍ତୀ ପରିଚାଳନା କରୁଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଛାତ କାଟି କମ୍ପ୍ୟୁଟର ଚୋରି, ପୋଲିସ୍ ଦ୍ବାରା ଚୋର ଗିରଫ ରାଉରକେଲା ସେକ୍ଟର-୧୯ ପୋଲିସ୍ ଦ୍ବାରା ଚୋରି ଜିନିଷ ଉଦ୍ଧାର

Sunil Chandra Nayak

ଖଣି ବ୍ୟବସାୟୀ ନିରାକାର ହତ୍ୟା ଘଟଣା ,  ଆଉ ଜଣେ ଅଭିଯୁକ୍ତ ଙ୍କୁ କୋର୍ଟଚାଲାଣ କଲା ପୋଲିସ

masiha

ବହୁ ଚର୍ଚ୍ଚିତ ସୁଧୀର ହତ୍ୟା ମାମଲା ୨ ଜଣକୁ ଏନ୍‌କାଉଣ୍ଟର୍  ୧୧ଦିନରେ ୫ଜଣ ଏନ୍‌କାଉଣ୍ଟର୍ 

Leave a Comment

error: Content is protected !!