ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର

ପାପଡାହାଣ୍ଡି,12/3, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ସୋରିଷ ପଦର ଜମି ଭିତରେ ଥିବା ଏକ ତେନ୍ତୁଳି ଗଛ ରୁ ରବିବାର ସକାଳୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହକୁ ପୋଲିସ ଉଦ୍ଧାର କରିଛି | ତାଙ୍କ ନାମ କମଳସିଂ ଅମନାତ୍ୟ | ପୋଲିସ ଶବ ଜବତ କରି ବ୍ୟାବଛେଦ ପରେ ପରିବାର କୁ ହସ୍ତାନ୍ତର କରିଛି | ଗତ ଜାନୁଆରୀ 31 ତାରିଖରେ ତାଙ୍କ ପ୍ରେମିକା କବିତା ମାଝୀ ଙ୍କ ଝୁଲନ୍ତା ମୃତ ଦେହ ସହ କମଳଙ୍କ ବେକ କାଟି ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହୋଇ ଚିକିତ୍ସା ପରେ ସୁସ୍ଥ ଥିଲେ | ଗତ କାଲି ରାତିରେ ସେ ଖାଇ ସାରିବା ପରେ ବାହାରକୁ ପରିସ୍ରା କରିବାକୁ ଯାଇ ଫେରିନଥିଲେ, ସକାଳୁ ତାଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଛି | ଖବର ପାଇ ପାପଡାହାଣ୍ଡି ପୋଲିସ ଏସଆଇ ଶିବଜି ପଣ୍ଡା, ଏଏସଆଇ ହରିହର ଭତରା, ଏଏସଆଇ ଲାବନ୍ୟ ବେମାଲ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ପାଟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚୋରି 

masiha

ବେଲଗାଁ ପୋଲିସର ବଡ଼ ସଫଳତା, ୧୨,୪୦୦ ଜେଲାଟିନ୍ ଷ୍ଟିକ୍ ଓ ୪୭ ବ୍ଲାଷ୍ଟିଂ ୱାୟାର କଏଲ୍ ଜବତ; ଜଣେ ଗିରଫ 

କନ୍ଦାବୁଟୁରା କେନାଲରୁ ବିଳମ୍ବିତ ରାତିରେ ସନ୍ଦିଗ୍ଧ ଅବସ୍ଥାରେ ବାଇକ ଉଦ୍ଧାର, ପୁଲିସର ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!