ପାପଡାହାଣ୍ଡି,12/3, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ସୋରିଷ ପଦର ଜମି ଭିତରେ ଥିବା ଏକ ତେନ୍ତୁଳି ଗଛ ରୁ ରବିବାର ସକାଳୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହକୁ ପୋଲିସ ଉଦ୍ଧାର କରିଛି | ତାଙ୍କ ନାମ କମଳସିଂ ଅମନାତ୍ୟ | ପୋଲିସ ଶବ ଜବତ କରି ବ୍ୟାବଛେଦ ପରେ ପରିବାର କୁ ହସ୍ତାନ୍ତର କରିଛି | ଗତ ଜାନୁଆରୀ 31 ତାରିଖରେ ତାଙ୍କ ପ୍ରେମିକା କବିତା ମାଝୀ ଙ୍କ ଝୁଲନ୍ତା ମୃତ ଦେହ ସହ କମଳଙ୍କ ବେକ କାଟି ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହୋଇ ଚିକିତ୍ସା ପରେ ସୁସ୍ଥ ଥିଲେ | ଗତ କାଲି ରାତିରେ ସେ ଖାଇ ସାରିବା ପରେ ବାହାରକୁ ପରିସ୍ରା କରିବାକୁ ଯାଇ ଫେରିନଥିଲେ, ସକାଳୁ ତାଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଛି | ଖବର ପାଇ ପାପଡାହାଣ୍ଡି ପୋଲିସ ଏସଆଇ ଶିବଜି ପଣ୍ଡା, ଏଏସଆଇ ହରିହର ଭତରା, ଏଏସଆଇ ଲାବନ୍ୟ ବେମାଲ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି |