ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆନ୍ତଃରାଜ୍ୟ ଗଂଜେଇ ମାଫିଆଙ୍କୁ ଆନ୍ଧ୍ରପ୍ରଦେଶ ରୁ ଗିରଫ କଲା କନ୍ଧମାଳ ପୋଲିସ 

ଆନ୍ତଃରାଜ୍ୟ ଗଂଜେଇ ମାଫିଆଙ୍କୁ ଆନ୍ଧ୍ରପ୍ରଦେଶ ରୁ ଗିରଫ କଲା କନ୍ଧମାଳ ପୋଲିସ 

କନ୍ଧମାଳ, ତା, ୨୩/୦୭:(ମନିସ): ଆନ୍ତଃରାଜ୍ୟ ନିଶା କାରବାର ବିରୋଧରେ ସଫଳତା ହାସଲ କରି କନ୍ଧମାଳ ପୋଲିସ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାମ ରୁ ରୂପେଶ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି l ଯିଏକି ଆନ୍ତରାଜ୍ୟ ଗଂଜେଇ ମାଫିଆ ଦିଲୀପ ଗୌଡ଼ଙ୍କ ଗଂଜେଇ ବ୍ୟବସାୟରେ ମୁଖ୍ୟ ପରିଚାଳକ ଥିଲେ l ମାଫିଆ ଦିଲ୍ଲୀପ ଗୌଡ଼ ରୂପେଶ ପ୍ରଧାନଙ୍କ ନାମରେ ଗଂଜେଇ ଚାଲାଣ ପାଇଁ ବ୍ୟବହୃତ ଟ୍ରକ, ବ୍ୟାଙ୍କ ଆକାଉଣ୍ଟ ଖୋଲି ଓଡିଶା ସମେତ ବାହାର ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ଗୁଜୁରାଟକୁ ବେଆଇନ ଭାବେ ଗଂଜେଇ ଚୋରାଚାଲଣ କରୁଥିଲେ l ପୋଲିସ ସୂଚନା ମୁତାବକ ୨୦୨୫ ମସିହା ଜୁନ ମାସ ୪ ତାରିଖରେ କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଦିଲ୍ଲୀପ ଗୌଡ଼ଙ୍କୁ ଏକ ବୋଲେରୋ ଗାଡ଼ି ସହିତ ୯୧କିଲୋ ଗଂଜେଇ ଜବତ କରି ଗିରଫ କରିଥିଲା ବାଲିଗୁଡା ପୋଲିସ l ଏବଂ ତଦନ୍ତ ପରେ ଏଥିରେ ସମ୍ପୃକ୍ତ ଥିବା ୮ଜଣ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଫେରାର ଥିବା ମାଫିଆ ଦିଲ୍ଲୀପ ଗୌଡ଼ଙ୍କ ମୁଖ୍ୟ ସହଯୋଗୀ ରୂପେଶ ପ୍ରଧାନଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାମରୁ ଗିରଫ କରି ଅଧିକ ତଦନ୍ତ କରୁଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଏସପି ରାମେନ୍ଦ୍ର ପ୍ରସାଦ l ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜ଼ିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳର ମାଫିଆ ଦିଲ୍ଲୀପ ଗୌଡ଼, କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ସୁନାପାଙ୍ଗା ଗ୍ରାମର ଦୀନେଶ ନାୟକ,ସିମାଞ୍ଚଳ ବିଶ୍ୱାଳ, କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ପର୍ତମାହା ଗ୍ରାମର ସୁନୀଲ ମଲ୍ଲିକ, କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଗୁଳିମରାସାହିର ଦୀପକ କୁମାର ଦିଗାଲ, ମହେନ୍ଦ୍ର ମଲିକ, ରାଜସ୍ତାନ ର ଇଶ୍ୱର ସିଂ, ଚୁନ୍ଦ ବାଦ ଆର ଓଝା ଏବଂ କନ୍ଧମାଳ ଜ଼ିଲ୍ଲା ଦାରିଙ୍ଗବାଡି ଥାନା ଅଞ୍ଚଳର ରୂପେଶ କୁମାର ପ୍ରଧାନଙ୍କୁ ଗିରଫ କରି ମାଫିଆ ଦିଲ୍ଲୀପ ଗୌଡ଼ଙ୍କ ନାମରେ ଥିବା ୪କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା କନ୍ଧମାଳ ପୋଲିସ l ସେଥିମଧ୍ୟରୁ ବ୍ୟାଙ୍କ ଆକାଉଣ୍ଟ ରେ ଥିବା ୧୬ଲକ୍ଷ ଟଙ୍କା, ୨କୋଟି ଟଙ୍କାର ଜମି ଏଂବ ୩୦ଲକ୍ଷ ଟଙ୍କାର ସୁନା ଗହଣା ଜବତ କରିଥିବା ବିଷୟ ପୋଲିସ ପକ୍ଷରୁ ସୂଚନା ମିଳିଛି l

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ଓ ଏ ଭି ଛାତ୍ରାବାସ ରୁ ଲକ୍ଷ ଲକ୍ଷ ଟଙ୍କାର ବୈଦ୍ୟୁତିକ ସାମଗ୍ରୀ ଚୋରି ,ଥାନାରେ ଏତଲା 

Sunil Chandra Nayak

କୂଅରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

Sunil Chandra Nayak

ମକା ବୋଝେଇ ଟ୍ରକ ଚୋରୀ ଅଭିଯୋଗ, ଟ୍ରକ ଜବତ

Sunil Chandra Nayak

Leave a Comment

error: Content is protected !!