ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚୋରା କାଠ ଜବତ, ଜଣେ ଗିରଫ 

ଚୋରା କାଠ ଜବତ, ଜଣେ ଗିରଫ 

ଡାବୁଗାଁ, ୩୧/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ଅଧୀନ ଜୁନାପାଣି ଗ୍ରାମ ନିକଟରେ ଏକ ନମ୍ବର ବିହୀନ ଟ୍ରାକ୍ଟର ଯୋଗେ ଚୋରା କାଠ ଚାଲାଣ ସମୟରେ ଶୁକ୍ରବାର ରାତିରେ ଡାବୁଗାଁ ବନ ବିଭାଗ ଜବତ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ବନାଞ୍ଚଳ ଅଧୀନ ଦରଗୁଲା ଏକଟାଗୁଡା ଗ୍ରାମର ଏକ ବେସରକାରୀ ଜମିରୁ ଗିର୍ଲା ଗ୍ରାମର ଜଗନ୍ନାଥ ଭତ୍ରା ଜଙ୍ଗଲି ବୃକ୍ଷ କରଞ୍ଜ, ଗମ୍ବାରୀ ଓ ଡିମିରି ଗଛ କାଟି ଜାଳେଣୀ ଉଦ୍ଦେଶ୍ୟରେ ଏକ ଏକ ନମ୍ବର ବିହୀନ ଟ୍ରାକ୍ଟର ଯୋଗେ ଗିର୍ଲା ଗ୍ରାମକୁ ଆଣୁଥିବା ବେଳେ ବନ ବିଭାଗ କର୍ମଚାରୀ ମାନେ ଚଢାଉ କରି କାଠ ଜବତ କରି ଗାଡି ସହ ଡାବୁଗାଁ ବନାଞ୍ଚଳ କାର୍ଯ୍ୟଳୟ କୁ ଆଣିଥିଲେ | ଏଥିରେ ସମ୍ପୃକ୍ତ ଗିର୍ଲା ଗ୍ରାମର ଜଗନ୍ନାଥ ଭତ୍ରା ଙ୍କୁ ଗିରଫ କରିଥିଲେ | ଶୁକ୍ରବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି | ଟ୍ରାକ୍ଟର ରେ ଥିବା ୧୨ ସହ କିଗ୍ରା କାଠ ଜବତ କରାଯାଇଛି | ଜବତ କାଠ ର ଆନୁମାନିକ ସରକାରୀ ମୂଲ୍ୟ ୧୮ ହଜାର ରୁ ଊର୍ଦ୍ଧ୍ଵ ହେବ ବୋଲି ଭରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଉମାକାନ୍ତ ପଟ୍ଟନାୟକ କହିଛନ୍ତି | ଏହି ଚଢାଉରେ ବନରକ୍ଷୀ ରିତାରାଣୀ ବିଶ୍ଵାସରାୟ, କାର୍ତ୍ତିକ ମାଝି, ପାରା ଷ୍ଟାଫ କନି ନାୟକ ଓ ତ୍ରିନାଥ ବିଶୋଇ ପ୍ରମୁଖ ସାମିଲ ଥିଲେ | ଏନେଇ ବନାଞ୍ଚଳ କାର୍ଯ୍ୟଳୟ କେସ ନଂ ୫୬/୨୦୨୫-୨୬ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଗୋରୁ ନେବା ବେଳେ ଆକ୍ରମଣ ଘଟଣା , 5 ଅଭିଯୁକ୍ତ ଗିରଫ 

masiha

ଗତ ରାତ୍ରି ରୁ ଦୁର୍ଘଟଣା କାର ଜଗନ୍ନାଥ ମନ୍ଦିର ନିକଟରେ ପଡ଼ିରହିଛି:ଦୁର୍ଘଟଣା ସ୍ଥାନରୁ ଡ୍ରାଇଭର ଫେରାର

masiha

ଖାକିରେ ଲାଗିଲା ଦାଗ, ସ୍ତ୍ରୀର ପରକ୍ରୀୟା ପ୍ରୀତିକୁ ନେଇ ସ୍ବାମୀଙ୍କୁ ଆକ୍ରମଣ, ପ୍ରେମିକ ଗିରଫ

Leave a Comment

error: Content is protected !!