ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୈତ୍ରେୟୀ ଲେଖିକା ସଂଗଠନର ଚତୁର୍ଥ ବାର୍ଷିକ ବନ୍ଧୁମିଳନ ଓ ପତ୍ରିକା ଉନ୍ମୋଚନ 

ମୈତ୍ରେୟୀ ଲେଖିକା ସଂଗଠନର ଚତୁର୍ଥ ବାର୍ଷିକ ବନ୍ଧୁମିଳନ ଓ ପତ୍ରିକା ଉନ୍ମୋଚନ 

ଭୁବନେଶ୍ବର : ବୁଦ୍ଧ ମନ୍ଦିର ଭୁବନେଶ୍ବର ପ୍ରାଙ୍ଗଣରେ ମୈତ୍ରେୟୀ ଲେଖିକା ସଂଗଠନର ଚତୁର୍ଥ ବାର୍ଷିକ ବନ୍ଧୁମିଳନ ଓ ପତ୍ରିକା ଉନ୍ମୋଚନ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଶିଷ୍ଟ ଲେଖକ ଅଜୟ ସ୍ୱାଇଁ ଅତିଥି ହିସାବରେ ଯୋଗ ଦେଇ ସୃଜନଶୀଳତା ଏବଂ କୃତ୍ରିମ ବୁଦ୍ଧିମତ୍ତା ଉପରେ କହିଲେ ଯେ ଯାହା ପ୍ରାକୃତିକ ତାହା ପ୍ରାକୃତିକ ହିଁ ରହିବ,କମ୍ପୁଟରରେ ଯେତିକି ଫିଡିଂ କରାଯାଇଥାଏ ସେତିକି ବାହାରେ । ସଭାର ଅନ୍ୟତମ ଅତିଥି ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ପାରମିତା ଶତପଥୀ କହିଲେ ଯେ ଆଧୁନିକତା ସହ ସୃଜନଶୀଳତା ଯେମିତି ଜଡ଼ିତ ଠିକ୍ ସେମିତି ସୃଜନଶୀଳତା ସହ କୃତ୍ରିମ ବୁଦ୍ଧିମତ୍ତା ଜଡ଼ିତ । ତେଣୁ ଆମକୁ ଆଗକୁ ବଢିବାକୁ ହେଲେ ନୂତନତ୍ୱ ସହ ସନ୍ଧି କରିବାକୁ ପଡ଼ିବ,ନଚେତ୍ ଆମେ ପଛରେ ପଡ଼ିଯିବା । ସେହିପରି ଅନ୍ୟତମ ଅତିଥି ବିୟତପ୍ରଜ୍ଞା ତ୍ରିପାଠୀ ଏଆଇ କିପରି ସୃଜନଶୀଳତାକୁ କପି କରି ତାକୁ ବିକୃତ କରୁଛି ପରୀକ୍ଷା କରି ଦେଖେଇ ଦେଇଥିଲେ ଏବଂ କହିଥିଲେ ଯେ ଆପଣମାନେ ସବୁକଥା ଜାଣନ୍ତି ଅଥଚ ଜାଣିଛନ୍ତି ବୋଲି ଜାଣନ୍ତି ନାହିଁ, ଯେତେବେଳେ ତାହା ଜାଣିଯିବେ ସବୁକିଛି ସହଜ ହୋଇଯିବ । ସୁଷମା ମିଶ୍ର ଏହି ସଭାରେ ସଭାପତିତ୍ଵ କରିଥିଲେ । ସାଧାରଣ ସମ୍ପାଦକ ଲକ୍ଷ୍ମୀ ଚାନ୍ଦ୍ ବାର୍ଷିକ ବିବରଣୀ ପାଠ କରିଥିଲେ । ଛନ୍ଦା ମିଶ୍ର ପ୍ରାରମ୍ଭିକ ଏବଂ ଅନ୍ତିମ ସଙ୍ଗୀତ ଗାନ କରିଥିଲେ । ମୌସୁମୀ ଦାସ୍ ଅତିଥି ପରିଚୟ ଦେଇଥିବା ବେଳେ ଶର୍ମିଷ୍ଠା ମହାନ୍ତି ସଂଯୋଜନା କରିଥିଲେ। ସଂଗଠନ ତରଫରୁ ବିଦ୍ୟୁତଲତା ଦାସଙ୍କୁ ମୈତ୍ରେୟୀ ସମ୍ମାନ,ବିଜନବାଳା ପାଟଯୋଶୀଙ୍କୁ ମୈତ୍ରେୟୀ ଦକ୍ଷତା ସମ୍ମାନ ଏବଂ ସସ୍ମିତା ମହାନ୍ତିଙ୍କୁ ମୈତ୍ରେୟୀ ବିଶେଷ ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିରେ ବିଦ୍ୟୁତ ଲତା ଦାସ,ସୁଷମା ମିଶ୍ର,ଶକ୍ତିପ୍ରଭା ମିଶ୍ର ,ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ଜ୍ୟୋତ୍ସ୍ନା ରାଣୀ ଭୋଇଙ୍କ ପୁସ୍ତକ ଉନ୍ମୋଚିତ ହେଇଥିଲା । କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବିଜୟଲକ୍ଷ୍ମୀ ପାଣିଗ୍ରାହି ।

ଏହି ଉତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫୦ ଜଣ ମୈତ୍ରେୟୀ ଯୋଗ ଦେବା ସହ ବିଶିଷ୍ଟ ଲେଖିକା ଅନୁବାଦିକା ସୁପ୍ରଭା ରାୟ,ବରିଷ୍ଠ ଲେଖିକା ହିରଣ୍ମୟୀ ମିଶ୍ର,ବିଶିଷ୍ଟ ଲେଖକ ପ୍ରଦୀପ ରାୟ,ଲେଖକ ଏବଂ ପ୍ରକାଶକ ବାଦଲ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଚିକିଲି ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ ଓ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜେଏସଡ଼ବ୍ଲୁ ସ୍କାମର ଭାଇରାଲ ଦୃଶ୍ୟ ନୂଆ ନିର୍ଦ୍ଧେଶକଙ୍କୁ ଘାରିବ”ଅଣଓଡ଼ିଆ ନିର୍ଦ୍ଧେଶକ ବିଦା,ଏବେ ଦୁଇ ଅଯୋଗ୍ୟ ସ୍କ୍ୱାଡ଼

masiha

ରାଇରଙ୍ଗପୁରରେ ଵାମନଘାଟୀ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ମହାସମାରୋହରେ ବିଶ୍ବ ପଖାଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!