ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ସଂକଳ୍ପ “ନିଶା ନୁହେଁ, ଜୀବନ” ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୁଦ୍ଧରେ ସଚେତନତା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ 

ଆମ ସଂକଳ୍ପ “ନିଶା ନୁହେଁ, ଜୀବନ”

ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୁଦ୍ଧରେ ସଚେତନତା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ 

ନବରଙ୍ଗପୁର:(୩୧/୫/୨୦୨୫)(ରବି ନାରାୟଣ ମହାନ୍ତି)ବିଶ୍ୱ ତମାଖୁ ନିରୋଧ ଦିବସ ପାଳନ ଅବସରରେ ଆଜି ରାଜ୍ୟ ସରକାରଙ୍କ ଦ୍ବାରା ନିଶା ଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୁଦ୍ଧରେ ସଚେତନତା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଅଭିଯାନ ଶୁଭାରମ୍ଭ ହୋଇଯାଇଛି। ଭୁବନେଶ୍ୱର ଲୋକସଭା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ସଚେତନତା ଅଭିଯାନ ଆମ ସଂକଳ୍ପ” ନିଶା ନୁହେଁ, ଜୀବନ”(ଲୋଗୋ) ଏବଂ ସଚେତନତା ବାର୍ତ୍ତା ସଙ୍ଗୀତ ଓ ସୂଚନା ପୁସ୍ତିକା ଉନ୍ମୋଚନ କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅ ସୱାନ ଗୃହରେ ଆଭାସି ମାଧ୍ୟମରେ ଜିଲାପାଳ ଡା. ଶୁଭଙ୍କର ମହାପାତ୍ରଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ତମାଖୁ, ବିଷାକ୍ତ ମାଦକ ଦ୍ରବ୍ୟ ଓ ନିଶା ଦ୍ରଵ୍ୟ ବ୍ୟବହାର ଓ ତାର ଅପକାରିତା ଯୋଗୁଁ ପ୍ରତି ବର୍ଷ ବହୁ ମୂଲ୍ୟବାନ ଜୀବନ ନଷ୍ଟ ହୋଇଥାଏ ।ଏହାର କ୍ରମାଗତ ବ୍ୟବହାର ଯୋଗୁଁ ମଣିଷ ବିଭିନ୍ନ ମାରାତ୍ମକ ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି ।ତମାଖୁ ଓ ବିଷାକ୍ତ ମାଦକ ଦ୍ରବ୍ୟ ସେବନ ଯୋଗୁଁ କର୍କଟ, ହୃଦରୋଗ, ଯକୃତ, ଫୁସଫୁସ ଓ ଶ୍ବାସ ଜନିତ ରୋଗରେ ଆକ୍ରାନ୍ତ ହୋଇ ଜୀବନ ଲୋକେ ହାରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସଚେତନତା ଚାରୋଟି ପର୍ଯ୍ୟାୟରେ କରୁଛନ୍ତି । ପ୍ରଥମ ପର୍ଯ୍ୟାୟ ମେ ୩୧ ଠାରୁ ଜୁନ ୨୬ ପର୍ଯ୍ୟନ୍ତ , ଦ୍ଵିତୀୟ ପର୍ଯ୍ୟାୟ ଜୁନ ୨୬ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ, ତୃତୀୟ ଅକ୍ତବର ୨ରୁ, ଚତୁର୍ଥ ପର୍ଯ୍ୟାୟ ଡିସେମ୍ବର ୨୫ରୁ ଜାନୁୟାରୀ ୧୫ ତାରିଖ ପର୍ଯ୍ୟନ୍ତ ହେବ । ଏହି ସଚେତନତା ଅଭିଯାନ ଜିଲ୍ଲା ସ୍ତରରେ ଗ୍ରାମଞ୍ଚଳରୁ ସହର ରେ ପାଲା, ଦାସକାଠିଆ ଓ ଅନ୍ୟାନ୍ୟ ଲୋକ ନୃତ୍ୟ ମାଧ୍ୟମରେ ବିଭିନ୍ନ ସାଂସ୍କୃତିକ ଦଳ ଦ୍ଵାରା ସଚେତନତା ବାର୍ତ୍ତା ର ପ୍ରଚାର ପ୍ରସାର କରାଯିବ । ଲିଫଲେଟ ,ପାମ୍ପ୍ଲେଟ ବଣ୍ଟନ ସହିତ ବ୍ୟାନର ଦ୍ଵାରା ଜନ ସଚେତନ କରାଯିବ। ସଚେତନତା ରଥରେ ଏହି ଅଭିଯାନ ପାଇଁ ପ୍ରସ୍ତୁତ ସଙ୍ଗୀତ ମାଧ୍ୟମରେ ବ୍ଲକ୍ ଓ ସହରରେ ବିଶେଷ ପ୍ରଚାର କରାଯିବ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପ୍ରତିଯୋଗୀତା , ଗଣ ଦୌଡ଼, ଯୋଗ ଶିବିର ଅନୁଷ୍ଠିତ ହେବ। ତମାଖୁ ମୁକ୍ତ ଓ ସ୍ୱଚ୍ଛ ପରିବେଶ ଗଠନରେ ସମସ୍ତେ ସାମିଲ ହୋଇ ୨୦୩୬ ବିକଶିତ ଓଡ଼ିଶାର ସ୍ବପ୍ନକୁ ସାକାର କରିବାପାଇଁ ବାର୍ତ୍ତା ଦିଆଯାଇଥିଲା। ଏହି ଆଭାସି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, ଅତିରିକ୍ତ ଜିଲାପାଳ(ରାଜସ୍ବ) ବିଶ୍ଵଜିତ ବର୍ମନ, ଅତିରିକ୍ତ ଜିଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ, ଉପଜିଲାପାଳ ପ୍ରକାଶ କୁମାର ମିଶ୍ର, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ତୋଶ କୁମାର ପଣ୍ଡା, ଜିଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ଜିଲା କ୍ରୀଡା ଅଧିକାରୀ ସମୀର କୁମାର ପାତ୍ର, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଆଞ୍ଚଳିକ ପରିବହନ ଅଧିକାରୀ ଜିତେନ୍ଦ୍ର କୁମାର ଭୋଇ, ଜିଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁର ଓ ଅବକାରୀ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

*BELKONA ASHRAM BIDYALAYA HOSTS SUCCESSFUL PARENT-TEACHER MEET*

masiha

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର ସାଧାରଣ ବୈଠକ 

Sunil Chandra Nayak

ପେନସନ ଗ୍ରାହୀ ସଙ୍ଘ ର ସାଧାରଣ ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!