ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଲପଡା ରେ ଜିଲ୍ଲା ସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ

ବେଲପଡା ରେ ଜିଲ୍ଲା ସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ

ହକ ଓ ଅଧିକାର , ସାମ୍ବାଧାନିକ ଅଧିକାର ଐତିହ୍ୟ ପରମ୍ପରା ବଜାୟ ପାଇଁ ଆହୁରି ଜନଜାଗରଣ ର ଆବଶ୍ୟକତା ରହିଛି : ସାଂସଦ ଶ୍ରୀ ବିଶି

ପାଟଣାଗଡ଼ ବଲାଙ୍ଗୀର ଜିଲ୍ଲା ବେଲପଡା ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱଆଦିବାସୀ ଦିବସ ବୁଧବାର ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଖେଳ ପଡିଆ ଠାରେ ଶହ ଶହ ଆଦିବାସୀ ମାନେ ଏକତ୍ରିତ ହୋଇଥିଲେ। ପରେ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରାରେ ବାହାରି ସହରର ପରିକ୍ରମା କରି ତାରିଣୀ ମନ୍ଦିର ନିକଟକୁ ଚନ୍ଦ୍ରମା ମିଳନ ମଣ୍ଡପ ପର୍ଯ୍ୟନ୍ତପହଞ୍ଚିଥିଲେ । ସେଠାରେ ଏକ ଆୟୋଜିତ ସଭାରେ ସମସ୍ତ ଆଦିବାସୀ ଦେବାଦେବୀ ଙ୍କ ସହ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ପୂଜାର୍ଚ୍ଚନା ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥଲା। ଏଥିରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବେଲପଡା ଜିଲ୍ଲା ଆଦିବାସୀ କଲ୍ୟାଣସଂଘ ତରଫରୁ ଆୟୋଜିତ ବିଶ୍ଵ ଆଦିବାସୀ ଦିବସରେ ଆଦିବାସୀ ମାନଙ୍କର ହକ ଓ ଅଧିକାର ,ସାମ୍ବାଧାନିକ ଅଧିକାର , ଐତିହ୍ୟ ପରମ୍ପରା,ଭାଷା ,କଳା ସଂସ୍କୃତ,ଏକତା ଅଖଣ୍ଡତା , ସ୍ବାସ୍ଥ୍ୟ ଶିକ୍ଷା ର ବିକାଶ , ଏକ୍ଟ୍ରୋସିଟି ମୁକ୍ତ କରିବା , ଆଦିବାସୀ ମାନଙ୍କର କଳା ସଂସ୍କୃତ , ଐତିହ୍ୟ ପରମ୍ପରା ଭାଷା କୁ ପୁନଃ ଉଦ୍ଧାର କରିବା ଆଦି ମିଳିତ ଜାତିସଂଘ ଏହାସହ ଉପରେ ଗୁରୁତ୍ବ ଦେଉଛନ୍ତି। ଏଣୁ ସମଗ୍ର ଦେଶରେ ଅଗଷ୍ଟ ୯ ଦିନ କୁ ବିଶ୍ଵ ଆଦିବାସୀ ଦୀବସ ରୁପେ ଘୋଷଣା କରିଛନ୍ତି। ଏଣୁ ଆଦିବାସୀ ମାନଙ୍କର ସାମଗ୍ରିକ ବିକାଶ ଓ ସ୍ବତନ୍ତ୍ର ଆଦିବାସୀ ପରିଚୟ ସୃଷ୍ଟି ଦିଗରେ ଆହୁରୀ ଜନଜାଗରଣର ଆବଶ୍ୟକତା ରହିଛି ଏଣୁ ସମସ୍ତେ ସଜାଗ ରହିବାକୁ ପଡିବ ବୋଲି ମୂଖ୍ୟ ଅତିଥି ଶ୍ରୀବିଶି ତାଙ୍କ ଅଭିଭାଷଣରେ କହିଥିଲେ। ଏଥିରେ ବେଲପଡା ବ୍ଳକ ସଭାପତି ରସିକ ଧରୁଆ, ପାଟଣାଗଡ଼ ବ୍ଳକ ସଂପାଦକ ସାରଥୀ ବାଗ, ଖପ୍ରାଖୋଲ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହା, ନାରୀନେତ୍ରୀ ଲକ୍ଷ୍ମୀ ଶବର ,ବେଲପଡା ସଂପାଦକ ପ୍ରିତିଷ ସିଂ ମଲ୍ଲିକ, କର୍ମଚାରୀ ସଂଘ ଆବାହକ ଭୂପାଲ ସିଂ ବିଶ୍ଵାଳ, ସଭାପତି ଗନ୍ଧର୍ବ ମାଝୀ , ଆଦିବାସୀ ସଂଘ ଉପସଭାପତି ନିରୁପମା ଧରୁଆ ,,ଖପ୍ରାଖୋଲ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହା,ସଭାପତି ଯୁବ ସାଙ୍ଗଠନିକ ଇଂ ଜଗଜୀବନ ଭୋଇ, କେତନ ଛତ୍ରିଆ, ଦୁଃଖ ନାଶକ ମାଝୀ ତୁରେକେଲା ବ୍ଳକ ମୂଖ୍ୟ ଉପଦେଷ୍ଟା ନାରୀନେତ୍ରୀ ଖେଳନ୍ତି ସମରଥ , ଲଲିତ ମଲ୍ଲିକ, ଘନ ଭୋଇ,ଧୂବଲେଶ୍ଵର ଭୋଇ,ହୃଷୀକେଶ ଭୋଇ, ସହଦେବ ଧରୁଆ,ମିନକେତନ ଧରୁଆ, ପ୍ରମୁଖ ଙ୍କ ସମେତ ଶତାଧିକ ଆଦିବାସୀ ମହିଲା ପୁରୁଷ ସାମିଲ ହୋଇ ଥିଲେ। ସୁଶ୍ରୀ ମଧୁସ୍ମିତା ନାଗ ଓ ବିଳାସିନୀ ପୁଟା ସ୍ବାଗତ ସଂଗୀତ ଗାନ କରିଥିବା ବେଳେ ଉପସଭାପତି ଧନିରାମ ମିର୍ଦ୍ଧା ସଭା ପରିଚାଳନା କରିଥିଲେ । ଇଂ ଜଗଜୀବନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ମୁକ ବଧିର ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ 

masiha

ଶାନ୍ତିପୂର୍ଣ୍ଣ ଭାବେ ଡ୍ରାଇଭର ମହାସଂଘ ର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

Sunil Chandra Nayak

ଲିଲି ଇଣ୍ଟରନ୍ୟାସନାଲ୍ ସ୍କୁଲରେ ସ୍ବାଧୀନତା ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!