ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମଦନପୁର ରାମପୁର ସବ୍ ଜେଲ ରୁ ବିଚାରାଧୀନ କଏଦୀ ଫେରାର

ମ.ରାମପୁର,୧୩/୨(ମସୀହା): କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ସବ୍ ଜେଲ ରୁ ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଥିବା ଜଣାପଡିଛି। ଫେରାର୍ କଏଦୀ ଜଣକ ନର୍ଲା ଥାନା ରୁପ୍ରା ରୋଡ ଅଞ୍ଚଳର ବିଶ୍ୱାମିତ୍ର ମାଝୀ ବୋଲି ଜଣାପଡିଛି। ଏକ ଘରୋଇ ଗଣ୍ଡଗୋଳ କେଶ ରେ ନର୍ଲା ପୁଲିସ ବିଶ୍ଵାମିତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ନିର୍ଯାତନାରେ ଅତିଷ୍ଠ ହୋଇ ପରିବାର ଲୋକେ ହିଂସ୍ରକ ସାଜିଥିବା ଅଭିଯୁକ୍ତର ଜାମିନ ଆବେଦନ କରି ନ ଥିଲେ । ଫଳରେ ଗତ ଡିସେମ୍ବରରୁ ସେ ମଦନପୁର ରାମପୁର ସବ୍‌ଜେଲରେ ରହୁଥିଲେ। ଗତ କାଲି କୌଶଳ କ୍ରମେ ସେ ଜେଲ୍ ରୁ ଫେରାର ହୋଇଯାଇଛି । ବହୁ ଖୋଜାଖୋଜି କରିବା ପରେ ଜେଲ କତୃପକ୍ଷ ତାକୁ ପାଇ ପାରିନାହାନ୍ତି l ଏନେଇ ମଦନପୁର ରାମପୁର ଥାନାରେ ଅଭିଯୋଗ ହୋଇଛି। କଏଦୀ ଫେରାର ହେବା ଘଟଣା ପରେ ଜେଲ ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ବିଶ୍ରା ଥାନା ଅନ୍ତର୍ଗତ ସାରୁବାହାଲର ଢ଼ାବା ମାଲିକଙ୍କୁ ଗୁଳି କରି ସଶସ୍ତ୍ର ଡକାୟତି… ପୁଲିସ ର ତ୍ଵରିତ କାର୍ଯ୍ୟନୁଷ୍ଠାନ…

masiha

ନ୍ୟାୟ ପାଇଁ ଧାରଣାରେ ବସିଥିବା ଯୁବତୀଙ୍କୁ ହତ୍ୟା । ପ୍ରେମିକଙ୍କ ସାନ ଭାଇର ଟାଙ୍ଗିଆ ଚୋଟରେ ପ୍ରେମିକା ମୃତ 

ସ୍ଵାମୀ ଓ ସ୍ତ୍ରୀ ଙ୍କ ଆତ୍ମହତ୍ୟା 

masiha

Leave a Comment

error: Content is protected !!