ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଗିରଫ !

ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଗିରଫ !

୨୦୨୧-୨୨ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ ଙ୍କ ଅର୍ଥ ହଡପ ଘଟଣା ରେ ସଂପୃକ୍ତି ଅଭିଯୋଗ ରେ ଗିରଫ ହେଲେ ବିନ୍ଦୁ ମହାନନ୍ଦ।

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କୁ ଆଜି ପୁଲିସ ଗିରଫ କରିଛି। ୨୦୨୧-୨୨ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ଚାଷୀ ଙ୍କ ନାମ ରେ ଅର୍ଥ ହଡ଼ପ ଘଟଣା ରେ ସଂପୃକ୍ତି ନେ଼ଇ ତାଙ୍କୁ ଗିରଫ କରାଯାଇଥିବା ଧର୍ମଗଡ ଏସଡିପିଓ ଧିରଜ୍ ଚୋପଦାର୍ ପ୍ରେସ ରିଲିଜ ମାଧ୍ୟମ ରେ ସୂଚନା ଦେଇଛନ୍ତି । 

ସୂଚନା ଅନୁଯାୟୀ, କେଗାଁ ଥାନା ରେ କ୍ଷେତ୍ର ମୋହନ ବାଗ ନାମକ ଜଣେ ଚାଷୀ ସେ ନ ଜାଣି ତାଙ୍କ ନାମ ରେ ବୀମା ରାଶି ଟଙ୍କା ଉଠାଯାଇଥିବା ନେଇ କେଗାଁ ଥାନା ରେ ଲିଖିତ ଅଭିଯୋଗ କରିଥିଲେ । କେସ ନଂ -୧୯୨ ଦଫା-୪୧୯/୪୨୦/୪୬୭/୪୬୮ /୪୭୧/୩୪ ଆଇପିସି ରେ ମାମଲା ରୁଜୁ ହୋଇ ପରେ ତଦନ୍ତ ଆରମ୍ଭ ହୋଇଥିଲା ।

ଏହି ଘଟଣା ରେ ପୂର୍ବରୁ ଏଥିରେ ସଂପୃକ୍ତ ଥିବା ବାଳକୃଷ୍ଣ ପଟେଲ କୁ ଗିରଫ କରିଛି ପୋଲିସ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

୫-ଟି’ ରୂପାନ୍ତର କାମର ବିଲ୍ ପାଇଁ ବି ଲାଞ୍ଚ , ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

masiha

ଫୁଲ ଚାଷୀଙ୍କ ଘଟଣା, ବାପା ଓ ପୁଅଙ୍କୁ ହତ୍ୟା ଉଦ୍ୟମ ମାମଲାରେ ୨ କୋର୍ଟ ଚାଲାଣ 

Sunil Chandra Nayak

ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ପୁଲିସ କର୍ମୀଙ୍କ ଗୁଳିମାଡ଼: ଅଭିଯୁକ୍ତଙ୍କୁ କାବୁ କଲା ପୁଲିସ, କାରଣ ଅସ୍ପଷ୍ଟ

Sunil Chandra Nayak

Leave a Comment

error: Content is protected !!