ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁଷ୍ଠିତ ହେଲା ପଞ୍ଚାୟତର ମାସିକ ବୈଠକ

ଅନୁଷ୍ଠିତ ହେଲା ପଞ୍ଚାୟତର ମାସିକ ବୈଠକ

ବାଲେଶ୍ଵର,୨୨/୯/୨୩ – ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବର୍ତ୍ତନା ପଞ୍ଚାୟତ ଗୃହ ମଧ୍ୟ ପଞ୍ଚାୟତର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ବୀଣାପାଣି ପଣ୍ଡାଙ୍କ ଅଧ୍ଯକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ସମିତି ସଭ୍ୟା ରଶ୍ମିବାଳା କର ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ବୈଠକ ପ୍ରାରମ୍ଭରେ ପୂର୍ବତନ ସରପଞ୍ଚ ବାବାଜି ଚରଣ ସେଣ୍ଢଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା ପାଇଁ ସରପଞ୍ଚ ଶ୍ରୀମତୀ ପଣ୍ଡାଙ୍କ ପ୍ରସ୍ତାବ ଆଗତ ପରେ ସମସ୍ତେ ଛିଡା ହୋଇ ନୀରବ ପ୍ରାର୍ଥନା କରିଥିଲେ । ପରେ ସରପଞ୍ଚ ବୈଠକ କାର୍ଯ୍ୟ ଆରମ୍ଭ କରିଥିଲେ । ଉକ୍ତ ବୈଠକରେ ୨୦୨୩ ମସିହା ବଜେଟ ଓ ଜିପିଡିପି ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏଥିରେ ପଞ୍ଚାୟତର ୱାର୍ଡ ସଭ୍ୟ/ସଭ୍ୟା ମାନେ ଉପସ୍ଥିତ ହୋଇ ବୈଠକରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ସରପଞ୍ଚ ସମସ୍ତଙ୍କୁ ଧନ୍ୟବାଦ ଦେଇ ବୈଠକ ସମାପ୍ତ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଦୁଇ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ୨ ଜଣ ମୃତ 

masiha

ଧର୍ମଗଡ ଏନ୍ଏସି ପକ୍ଷରୁ ସ୍ୱଚ୍ଛତା ଏବଂ ପରିମଳର ସଚେତନତା ବାର୍ତ୍ତା ନେଇ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ

masiha

ଓଡ଼ିଆ ଭାଷା ବିକାଶ ମଞ୍ଚ ର ସ୍ବଭାବକବି ଗଙ୍ଗାଧର ମେହେର ଙ୍କ ତିରୋଧାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!