ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୂଜା ଗେଷ୍ଟ ହାଉସ ପାଖରେ ଜୀବନ୍ତ ଵଜ୍ରକାପ୍ତା ସହ ୮ ଆନ୍ତଃ ରାଜ୍ୟ ବନ ତସ୍କରୀଙ୍କୁ ମାଡ଼ି ବସିଲା ବନ ବିଭାଗ

 ମୟୂରଭଞ୍ଜ -୨/୦୮ ( ମସିହା) ଦିନକୁ ଦିନ ଵନ୍ଯଜନ୍ତୁ ଉପରେ ଅମାନୁଷିକ ଅତ୍ୟାଚାର ବଢି ଚାଲିଛି । ବେଆଇନ ବନ୍ଯଜନ୍ତୁ ସଚୋରାଚାଲାଣ ବୃଦ୍ଧି ପାଉଛି ।ସରକାର ଯେତେ ଆଇନ କଠୋର କଲେ ମଧ୍ୟ ବନ ମାଫିଆମାନେ ଆଇନକୁ ଫୁ କରି ଦେଉଛନ୍ତି । ସୂଚନାଯୋଗ୍ୟ ରାଇରଙ୍ଗପୁର ସହରର ଏକ ଘରୋଇ ଲଜ ପୂଜା ଗେଷ୍ଟ ହାଉସ ନିକଟରେ ମଙ୍ଗଳବାର ରାତିରେ ଓଡ଼ିଶା ସିମାନ୍ତ ଝାଡ଼ଖଣ୍ଡର ୮ ଜଣ ବ୍ୟକ୍ତି ଏକ ଜୀବନ୍ତ ବଜ୍ରକାପ୍ତା ଧରି ବୋଲେରୋ ଏବଂ ସ୍କୁଟିରେ ଆସି ପୂଜା ଗେଷ୍ଟ ହାଉସ ପାଖରେ ପହଞିଥିଲେ । ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ସେମାନଙ୍କୁ ଧରିବା ପାଇଁ ପୂର୍ବରୁ ଜାଲ ବିଛାଇ ରଖିଥିଲା । ରାତି ୧ ଟା ପାଖାପାଖି ସମୟରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ଉପନିର୍ଦେଶକ ସମ୍ରାଟ ଗୌଡା ଏବଂ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ନଳିନୀକାନ୍ତ ବେହେରାଙ୍କ ନେତୃତ୍ବରେ ବନ ବିଭାଗ ତରଫରୁ ମିଳିତ ଚଢାଉ କରି ୮ ଜଣ ବନ ତସ୍କରୀଙ୍କୁ ଗିରଫ କରିବା ସହ ଏକ ଜୀବନ୍ତ ବଜ୍ରକାପ୍ତା, ୮ ଟି ମୋବାଇଲ ଉଦ୍ଧାର କରିଥିଲେ ।ତଦସହ ସେମାନେ ଆସିଥିବା ବୋଲେରୋ ଏବଂ ସ୍କୁଟି ଜବତ କରି ବନଖଣ୍ଡ କାର୍ଯ୍ୟାଳୟକୁ ଆଣିଥିଲେ ।ବଜ୍ରକାପ୍ତାର ବୟସ ୧୨ ବର୍ଷ ହୋଇଥିବା ବେଳେ ତା’ର ର ଓଜନ ୧୦ ରୁ ୧୨ କେଜି ହେଵ ।ବଜ୍ରକାପ୍ତାଟି ସୁସ୍ଥ ଥିଲା । ୮ ଜଣ ବନ ତସ୍କରୀ ହେଲେ ଝାଡ଼ଖଣ୍ଡ ରାଜ୍ୟର ଖରସୁଆଁ ଥାନା ଅନ୍ତର୍ଗତ ରାଇଜାମା ଗ୍ରାମର ସୋନା ସର୍ଦ୍ଦାର (୨୮),ରାମେଶ୍ଵର ସର୍ଦ୍ଦାର (୩୩),ଲକ୍ଷୀ ଚରଣ ସର୍ଦାର (୩୦),ଯାମସେଦପୁର ଥାନା ଅନ୍ତର୍ଗତ ହଳଦୀବଣି ଗ୍ରାମର ଚୁନୁ ଗାଗରାଇ(୩୩), ଖରସୁଆଁ ଥାନା ଅନ୍ତର୍ଗତ ଓଡଙ୍ଗ ଗ୍ରାମର ମଣି ନାଗ(୪୨),ମାଞ୍ଝାରୀ ଥାନା ଅନ୍ତର୍ଗତ ସେରେଙ୍ଗବିଲ ଗ୍ରାମର ସେଲାଇ ଚରଣ ବିରୁଳି(୪୨) ଓ ଗାରଭେଟ କାରୁଆ୍ଁ(୩୩) ଓ କୁଚେଇ ଥାନା ଅନ୍ତର୍ଗତ ସୁରଵେରା ଗ୍ରାମର ମଙ୍ଗତ ଗୋପ (୩୦) ।ସେମାନେ ରାଇରଙ୍ଗପୁର ଆସି ବଜ୍ରକାପ୍ତା ବିକିବା ଉଦେଶ୍ୟରେ ଆସିଥିଲେ ବୋଲି ବନବିଭାଗ ପାଖରେ ପୂର୍ବରୁ ଖବର ଥିଲା ।ହେଲେ ବିକ୍ରି ହେବା ଡିଲ ପୂର୍ବରୁ ସେମାନଙ୍କ ସମସ୍ତ ଯୋଜନା ବନ ବିଭାଗ ପଣ୍ଡ କରି ଦେଇଥିଲା ।ବନ ବିଭାଗ ସେମାନଙ୍କୁ ଅଟକ ରଖି ଛାନଭିନ କରୁଛି । କେଉଁଠି ଵଜ୍ରକାପ୍ତା ପାଇଲେ । କେଉଁମାନେ ବଜ୍ରକାପ୍ତା କିଣିବାକୁ ଆସୁଥିଲେ ।ଏହି ବେଆଇନ ବନ୍ୟଜନ୍ତୁ ଚୋରା ଚାଲାଣରେ କାହା ଲିଙ୍କ ଓ ସଂପର୍କରେ ଅଛନ୍ତି । ତାହାକୁ ଜାଣିବା ପାଇଁ ବନ ବିଭାଗ ଜୋରଦାର ତଦନ୍ତ ଚଳାଇଛି । ରାଇରଙ୍ଗପୁରରେ ପ୍ରଥମ ଥର ପାଇଁ ଆନ୍ତଃ ରାଜ୍ୟ ୮ ବନ ତସ୍କରୀ ଗିରଫ ନେଇ ଚାରିଆଡ଼େ ଚର୍ଚ୍ଚା ଜୋରଦାର ଧରିଛି । ରାଇରଙ୍ଗପୁର ଡିଏଫଓ ନଳିନୀକାନ୍ତ ବେହେରା ଗଣମାଧ୍ୟମକୁ ସୂଚାଇଛନ୍ତି ଯେ ଏହି ବନ ତସ୍କରୀଙ୍କ କହିବାନୁଯାୟୀ ସେମାନେ ଝାଡଖଣ୍ଡରୁ ଵଜ୍ରକାପ୍ତାଟି ଧରି ଆଣିଛନ୍ତି ଏବଂ ରାଇରଙ୍ଗପୁରର ଏକ ଘରୋଇ ଲଜରେ କିଣାଵିକା କରାଇବା ପାଇଁ ଆସିଥିଲେ ।ବନ ବିଭାଗ ତରଫରୁ ମାରାଥନ୍ ଜେରା ପରେ ସତ୍ଯ ପଦାକୁ ଆସିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳଙ୍କ ରିପୋର୍ଟ

Related posts

ଚାରି ବାଘ ଛାଲ ଜବତ

Sunil Chandra Nayak

ଗଞ୍ଜେଇ ଭର୍ତ୍ତି ପିକ୍ ଅପ୍ ଭ୍ୟାନ୍ ଜବତ: ପୋଲିସକୁ ଚକମା ଦେଇ ଦୁଇ ମାଫିଆ ଫେରାର୍

Sunil Chandra Nayak

ଅବକାରୀ ଚଢାଉ: ୧୦୫ ଲିଟର ମଦ ଜବତ , ୪ ଗିରଫ୍

masiha

Leave a Comment

error: Content is protected !!