ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ଏକାଡେମୀର ୪୩ତମ ପ୍ରତିଷ୍ଠା ଦିବସ ପାଳିତ

ସ୍ଥାନୀୟ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ଏକାଡେମୀର ୪୩ତମ ପ୍ରତିଷ୍ଠା ଦିବସ ଅନୁଷ୍ଠାନର ସଭାଗୃହରେ ପାଳିତ ହୋଇଯାଇଛି । ଏହି ସନକ୍ଷତ୍ର ଦିବସ ଅବସରରେ ଅନୁଷ୍ଠାନର ସଭାପତି ଶାନ୍ତନୁ କୁମାର ବେହେରା ସଭାପତିତ୍ବ କରିଥିବାବେଳେ ଭବାନୀପାଟଣା ପୌରପରିଷଦର ଅଧ୍ୟକ୍ଷା ସଂଯୁକ୍ତା ବେହେରା ମୁଖ୍ୟ ଅତିଥି, ଓଡିଶାର ସୁନାମଧନ୍ୟ ସାଂସ୍କୃତିକ ସଂଗଠକ ତଥା ମହାବୀର ସାଂସ୍କୃତିକ ଅନୁଷ୍ଠାନର ପୂର୍ବତନ ସଭାପତି ଜୟନ୍ତ କୁମାର ବେହେରା, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ରର ରାଜଶ୍ରୀ ଚନ୍ଦନ, ଶମ୍ଭୁପ୍ରସାଦ ଦାସ ସମ୍ମାନୀତ ଅତିଥ ଭାବରେ ଯୋଗଦେଇଥିଲେ । ଅନୁଷ୍ଠାନର ସାଧାରଣ ସଂପାଦକ ସତ୍ୟନାରାୟଣ ସିଂହ ଏହି ସ୍ଵନକ୍ଷତ୍ର ଦିବସରେ ଉପସ୍ଥିତ ଜନସାଧାରଣଙ୍କ ଘୁମୁରା ଏକାଡେମୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନୁଷ୍ଠାନର ଉପସଭାପତି ସଞ୍ଜୟ କୁମାର ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ଚଳିତ ବର୍ଷ ଅନୁଷ୍ଠାନର ଘୁମୁରା ଓ ବଜାସାଲ କଳାକାର ମାନେ ଜାପାନରେ ଉଚ୍ଚକୋଟିର ପ୍ରଦର୍ଶନ କରି ସୁନାମ ଅର୍ଜନ କରିଥିବା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଯୁଗ୍ମ ସାଧାରଣ ସଂପାଦକ ସଂଜୀବ କୁମାର ସିଂହ ସଭା ସଂଯୋଜନା କରିଥିବା ବେଳେ ନାଟ୍ୟ ସଂପାଦକ ଶୁଶାନ୍ତ କୁମାର ସିଂହ ଜାପାନ ଗସ୍ତର ଅଭିଜ୍ଞତା ଉପରେ ପ୍ରକାଶ କରିଥିଲେ । ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ଏକାଡେମୀର ଏହି ସ୍ଵନକ୍ଷତ୍ର ଦିବସରେ ଘୁମୁରା ନୃତ୍ୟର ଇତିହାସ, ନୃତ୍ୟ,ପରମ୍ପରା ଓ ଘୁମୁରା ଏକାଡେମୀର ପ୍ରତିଷ୍ଠା ସଂପର୍କରେ ଅତିଥି ଜୟନ୍ତ କୁମାର ବେହେରା ଏକ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସୁରୁ ବାରିକ ଜାପାନ ଗସ୍ତରୁ ଫେରିଥିବା ପାୟଲ ବେହେରା ଓ ଶତାବ୍ଦୀ ନାଏକ ନିଜ ନିଜ ଅଭିଜ୍ଞତା ବିଷୟରେ ଆଲୋକପାତ କରିଥିଲେ । ଘୁମୁରା ପ୍ରତିଷ୍ଠା ଦିବସ ଅବସରରେ ମହାବୀର ଯୁବ କଳାକାର ସମ୍ମାନ ଚନ୍ଦନ କୈବର୍ତ୍ତ ଓ ସୁଶ୍ରୀ ପାୟଲ ବେହେରାଙ୍କୁ ପ୍ରଦାନ କରାଯାଇଥିବା ବେଳେ ଘୁମୁରା କଳାକାର ଅରୁଣ କୁମାର ଗଉତ, ଦେବରାଜ ରାଉତ, ସୁଦାମ ବିଶି, ରଥାଙ୍କ ନାଏକ, ବିଶ୍ବରଞ୍ଜନ ମେହେରଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବଦ୍ଧିତ କରାଯାଇଥଲା । ସେହିଭଳି ଅନୁଷ୍ଠାନର ଯେଉଁ କଳାକାରମାନେ ଜାପାନ ଗସ୍ତ କରିଥିଲେ ସଞ୍ଜୟ କୁମାର, ସୁଶାନ୍ତ କୁମାର ସିଂହ, ପ୍ରଦୀପ କୁମାର ସିଂହ,ବିଷ୍ଣୁ ପ୍ରଧାନ, କ୍ଷୀରସିନ୍ଧୁ ନାଏକ, ଧୀରେନ୍ଦ୍ର ପୋଢ, ଟିଙ୍କ୍ ମାଝୀ, ନିହାରୀକା ନାୟକ, ଆଶ୍ବାସନା ପଟ୍ଟନାୟକ, ଶତାବ୍ଦି ନାଏକ, ପାୟଲ ବେହେରାଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ଘୁମୁରା ପ୍ରତିଷ୍ଠା ଦିବସରେ ମହାବୀର ମଞ୍ଚରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଘୁମୁରା ନୃତ୍ୟ ପରିବେଷଣ କରାଯାଇଥିଲା ।

ଯୋଗଦେଇଥିବା ସମସ୍ତ କଳାକାର ଓ ଜନସାଧାରଣଙ୍କୁ ଅନୁଷ୍ଠାନର ନାଟ୍ୟ ସଂପାଦକ ସୁଶାନ୍ତ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନିଆଁ ଲାଗି ଧାନ ଗଦା ପୋଡ

masiha

ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା ଓ ମୂଲ୍ୟାଙ୍କନ କାର୍ଯ୍ୟକ୍ରମ

masiha

କଳାହାଣ୍ଡି ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ବୈଠକ

masiha

Leave a Comment

error: Content is protected !!