ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାଗ୍ରତ ଜଳେଶ୍ୱର ପକ୍ଷରୁ ୫୭ ନଂ ଜାତୀୟ ରାଜପଥର ଦୁରାବସ୍ଥା ନେଇ ମୁଖ୍ୟଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଜାଗ୍ରତ ଜଳେଶ୍ୱର ପକ୍ଷରୁ ୫୭ ନଂ ଜାତୀୟ ରାଜପଥର ଦୁରାବସ୍ଥା ନେଇ ମୁଖ୍ୟଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଜଳେଶ୍ଵର,୨୩/୭(ମନିସ)-ଜଳେଶ୍ୱର ସହର ମଧ୍ୟ ଦେଇ ଯାଇଥିବା ୫୭ ନଂ ରାଜ୍ୟ ରାଜପଥର ବର୍ତ୍ତମାନର ଶୋଚନୀୟ ଅବସ୍ଥା ସାଧାରଣ ଜନତାଙ୍କ ପାଇଁ ଗଭୀର ଚିନ୍ତାର ବିଷୟ ପାଲଟିଛି। ରାସ୍ତାର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଖାଲ ଓ ଗାତ ଯୋଗୁଁ ପ୍ରତିଦିନ ମଟରସାଇକେଲ ଆରୋହୀ, ସାଇକେଲ ଚାଳକ ଏବଂ ସାଧାରଣ ଯାତ୍ରୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହି ସମସ୍ୟା ଦିନକୁ ଦିନ ଉଦ୍ବେଗଜନକ ରୂପ ନେଉଥିବାରୁ ଜାଗ୍ରତ ଜଳେଶ୍ୱର ପକ୍ଷରୁ ଏକ ପ୍ରତିନିଧି ଦଳ ବାଲେଶ୍ୱର ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ଇ.ମାନସ କୁମାର ସେଠୀଙ୍କୁ ସାକ୍ଷାତ କରି ଏହି ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଛି।ଏହି ପ୍ରତିନିଧି ଦଳରେ ସଂଗଠନର ଅଧକ୍ଷ କମଳ ଲୋଚନ ମହାପାତ୍ର, ସିପ୍ରା ବାଜପେୟୀ, ପ୍ରତିମା ରାଣୀ ଭଞ୍ଜ, ନନ୍ଦିତା ବକ୍ସି ଦାସ, ସତ୍ୟ ଶୋଭନ ମିଶ୍ର, ସମର କରଣ, ଜୟନ୍ତ କୁମାର ଜେନା, ସଂଗ୍ରାମ କେଶରୀ ପରିଡ଼ା , ରବୀନ୍ଦ୍ର କୁମାର ପାତ୍ର ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି ମୁଖ୍ୟଯନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।ଜନ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଅତିଶୀଘ୍ର ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ କରାଯିବା ପାଇଁ ଜାଗ୍ରତ ଜଳେଶ୍ୱର ପକ୍ଷରୁ ଦୃଢ଼ ଦାବି କରାଯାଇଛି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ନର୍ଲା ବିଦ୍ୟୁତ୍ ବିଭାଗ ତରଫରୁ ତିନି ଜଣ ବିଦ୍ୟୁତ୍ ଉପୋଭୋକ୍ତା ସମ୍ବର୍ଦ୍ଧିତ

masiha

ଅସମ୍ପୂର୍ଣ୍ଣ ରାସ୍ତା ଶେଷ କରିବା ପାଇଁ ରାସ୍ତାରୋକ

masiha

ଛାତ୍ରଙ୍କୁ ଫାଙ୍କିଦେଲେ କୁଳପତି ଡ. ଗୀତାଞ୍ଜଳୀ ଦାସ : ପୁଣି ଆଦାୟ ହେବ ହଷ୍ଟେଲ ଫି

Leave a Comment

error: Content is protected !!