କାଶୀପୁର,୧୨/୩(ମ ନି ସ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦୋରାଗୁଡା ଠାରେ ୧୦ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଗଢି ଉଠିଥିବା ଅଦିତ୍ୟ ବିର୍ଲା ଗ୍ରୁପ ର ଉତ୍କଳ ଆଲୁମିନା କାରଖାନା ବର୍ତ୍ତମାନ ଅଞ୍ଚଳ ବାସୀଙ୍କ ପାଇଁ ସମସ୍ୟା ର ଗନ୍ତାଘର ପାଲଟିଛି। ଏକାଧିକ ସମସ୍ୟା ରେ ପୀଡିତ ଅଞ୍ଚଳବାସୀ ସମାଧାନ ର ଦିଗ ପାଇପାରୁନାହାନ୍ତି । ସେ ସମ୍ପର୍କ ପୁଣି ଏକ ଆନ୍ଦୋଳନ ର ମୁଣ୍ଡ ଟେକିଛି । ଯାହା ଅଞ୍ଚଳ ର ଶତାଧିକ ମହିଳା ଯୋଗ ଦେଇ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଆନ୍ଦୋଳନ ଆରମ୍ବ କରିଛନ୍ତି । ହେଲେ ଦୀର୍ଘ ୮ ଦିନ ଧରି ବିଭିନ୍ନ ଦାବି ନେଇ ଉତ୍କଳ ଆଲୁମିନା ଖଣି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିବା ବେଳେ ଏଯାବତ ସେ ସ୍ଥାନ ରେ କାରଖାନା କର୍ତ୍ତୃପକ୍ଷ ନା ପ୍ରଶାସନିକ ଅଧିକାରୀ କାହାରି ଦେଖା ନାହିଁ । ଘଟଣା ହେଉଛି ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ ଲଚୁଗୁଡା ଠାରୁ ବାଫଳାମାଳି ଖଣି ପରିବହନ ର ମୁଖ୍ୟ ରାସ୍ତା କୁ ଅବରୋଧ କରିଥିବା ଦେଖିବାକୁ ମିଳିଛି। ଅଞ୍ଚଳବାସୀଙ୍କ ପ୍ରତିକ୍ରିୟା ଅନୁଯାଇ ଦୀର୍ଘଦିନ ଧରି ରାୟଗଡା ଜିଲ୍ଲାପାଳ, ଜିଲ୍ଲା ପୋଲିସ ପ୍ରଶାସନ ସମେତ ଉତ୍କଳ ଆଲୁମିନା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅଞ୍ଚଳରେ ଧୂଳି ମାଟି ଭଳି ପ୍ରଦ୍ୟୁଷଣ ପାଇଁ , ଜଙ୍ଗଲ , ଉଚ୍ଚ ଶିକ୍ଷା ଓ ଉନ୍ନତ ମାନର ଚିକିତ୍ସା ଭଳି ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । କିନ୍ତୁ ପ୍ରଶାସନ ଓ କାରଖାନା କର୍ତ୍ତୃପକ୍ଷ ପୂର୍ବ ଭଳି ନିରବ ଦ୍ରଷ୍ଟା ଦେଖି ଶେଷରେ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଆନ୍ଦୋଳନ ର ପନ୍ଥା ଅବଲମ୍ବନ କରିଥିବା ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି କାରଖାନା ପ୍ରତିଷ୍ଠା ପୂର୍ବରୁ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଗମନାଗମନ, ଜୀବିକା ନିର୍ବାହ ଓ କୃଷି କ୍ଷେତ୍ରରେ ପ୍ରାଥମିକତା ଦେବାର ପ୍ରତିଶ୍ରୁତି ଦେଇଥିଲେ । ବର୍ତ୍ତମାନ ବାସ୍ତବ ଚିତ୍ର କିନ୍ତୁ ଠିକ ଓଲଟା ଦେଖିବାକୁ ମିଳୁଛି l ଅଳ୍ପ ଦିନ ପୂର୍ବରୁ ଅଞ୍ଚଳର ମହିଳା ମାନେ ନିଜ ଅଧିକାର ଓ ଉକ୍ତ ଦାବି କୁ ନେଇ ରାସ୍ତା ଅବରୋଧ କରିଥିଲେ । କିନ୍ତୁ ଦୁର୍ଭାଗ୍ୟ ସେଥିମଧ୍ୟରୁ ପ୍ରାୟ ୧୫ ଜଣ ମହିଳାଙ୍କୁ ଅମାନବିକତା ଭାବେ ଜେଲ ଯିବାକୁ ପଡିଥିଲା ସେଥି ମଧ୍ୟରୁ ଜଣେ ୯ ମାସର ଗର୍ଭବତୀ ମହିଳା ଙ୍କୁ ବି ପ୍ରଶାସନ ଛାଡି ନ ଥିଲା । ପରବର୍ତୀ ସମୟରେ କୌଣସି କାରଣ ରୁ ତାଙ୍କର ଅକାଳ ମୃତ୍ୟୁ ଘଟିଯାଇଥିଲା । ତଥାପି ନ୍ୟାୟ ର ଅପେକ୍ଷା ରେ ବାରମ୍ବାର ଦାବି ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଦେଖିବାକୁ ବାକି ରହିଲା କାରଖାନା ପ୍ରତିଷ୍ଠା ପାଇଁ ଜମି ଓ ଆବାସ ହରାଇ ଏଭଳି କେତେ ଧନଜୀବନ ବଳି ପଡିବା ପରେ ଲୋକଙ୍କ ସମସ୍ୟା ପ୍ରତି ସରକାର ଙ୍କ ଦୃଷ୍ଟି ପଡିବ ।
previous post