ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନା କାରଖାନା ବିରୋଧରେ ଅଞ୍ଚଳ ବାସୀଙ୍କ ଆନ୍ଦୋଳନ

କାଶୀପୁର,୧୨/୩(ମ ନି ସ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦୋରାଗୁଡା ଠାରେ ୧୦ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଗଢି ଉଠିଥିବା ଅଦିତ୍ୟ ବିର୍ଲା ଗ୍ରୁପ ର ଉତ୍କଳ ଆଲୁମିନା କାରଖାନା ବର୍ତ୍ତମାନ ଅଞ୍ଚଳ ବାସୀଙ୍କ ପାଇଁ ସମସ୍ୟା ର ଗନ୍ତାଘର ପାଲଟିଛି। ଏକାଧିକ ସମସ୍ୟା ରେ ପୀଡିତ ଅଞ୍ଚଳବାସୀ ସମାଧାନ ର ଦିଗ ପାଇପାରୁନାହାନ୍ତି । ସେ ସମ୍ପର୍କ ପୁଣି ଏକ ଆନ୍ଦୋଳନ ର ମୁଣ୍ଡ ଟେକିଛି । ଯାହା ଅଞ୍ଚଳ ର ଶତାଧିକ ମହିଳା ଯୋଗ ଦେଇ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଆନ୍ଦୋଳନ ଆରମ୍ବ କରିଛନ୍ତି । ହେଲେ ଦୀର୍ଘ ୮ ଦିନ ଧରି ବିଭିନ୍ନ ଦାବି ନେଇ ଉତ୍କଳ ଆଲୁମିନା ଖଣି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିବା ବେଳେ ଏଯାବତ ସେ ସ୍ଥାନ ରେ କାରଖାନା କର୍ତ୍ତୃପକ୍ଷ ନା ପ୍ରଶାସନିକ ଅଧିକାରୀ କାହାରି ଦେଖା ନାହିଁ । ଘଟଣା ହେଉଛି ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ ଲଚୁଗୁଡା ଠାରୁ ବାଫଳାମାଳି ଖଣି ପରିବହନ ର ମୁଖ୍ୟ ରାସ୍ତା କୁ ଅବରୋଧ କରିଥିବା ଦେଖିବାକୁ ମିଳିଛି। ଅଞ୍ଚଳବାସୀଙ୍କ ପ୍ରତିକ୍ରିୟା ଅନୁଯାଇ ଦୀର୍ଘଦିନ ଧରି ରାୟଗଡା ଜିଲ୍ଲାପାଳ, ଜିଲ୍ଲା ପୋଲିସ ପ୍ରଶାସନ ସମେତ ଉତ୍କଳ ଆଲୁମିନା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅଞ୍ଚଳରେ ଧୂଳି ମାଟି ଭଳି ପ୍ରଦ୍ୟୁଷଣ ପାଇଁ , ଜଙ୍ଗଲ , ଉଚ୍ଚ ଶିକ୍ଷା ଓ ଉନ୍ନତ ମାନର ଚିକିତ୍ସା ଭଳି ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । କିନ୍ତୁ ପ୍ରଶାସନ ଓ କାରଖାନା କର୍ତ୍ତୃପକ୍ଷ ପୂର୍ବ ଭଳି ନିରବ ଦ୍ରଷ୍ଟା ଦେଖି ଶେଷରେ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଆନ୍ଦୋଳନ ର ପନ୍ଥା ଅବଲମ୍ବନ କରିଥିବା ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି କାରଖାନା ପ୍ରତିଷ୍ଠା ପୂର୍ବରୁ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଗମନାଗମନ, ଜୀବିକା ନିର୍ବାହ ଓ କୃଷି କ୍ଷେତ୍ରରେ ପ୍ରାଥମିକତା ଦେବାର ପ୍ରତିଶ୍ରୁତି ଦେଇଥିଲେ । ବର୍ତ୍ତମାନ ବାସ୍ତବ ଚିତ୍ର କିନ୍ତୁ ଠିକ ଓଲଟା ଦେଖିବାକୁ ମିଳୁଛି l ଅଳ୍ପ ଦିନ ପୂର୍ବରୁ ଅଞ୍ଚଳର ମହିଳା ମାନେ ନିଜ ଅଧିକାର ଓ ଉକ୍ତ ଦାବି କୁ ନେଇ ରାସ୍ତା ଅବରୋଧ କରିଥିଲେ । କିନ୍ତୁ ଦୁର୍ଭାଗ୍ୟ ସେଥିମଧ୍ୟରୁ ପ୍ରାୟ ୧୫ ଜଣ ମହିଳାଙ୍କୁ ଅମାନବିକତା ଭାବେ ଜେଲ ଯିବାକୁ ପଡିଥିଲା ସେଥି ମଧ୍ୟରୁ ଜଣେ ୯ ମାସର ଗର୍ଭବତୀ ମହିଳା ଙ୍କୁ ବି ପ୍ରଶାସନ ଛାଡି ନ ଥିଲା । ପରବର୍ତୀ ସମୟରେ କୌଣସି କାରଣ ରୁ ତାଙ୍କର ଅକାଳ ମୃତ୍ୟୁ ଘଟିଯାଇଥିଲା । ତଥାପି ନ୍ୟାୟ ର ଅପେକ୍ଷା ରେ ବାରମ୍ବାର ଦାବି ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଦେଖିବାକୁ ବାକି ରହିଲା କାରଖାନା ପ୍ରତିଷ୍ଠା ପାଇଁ ଜମି ଓ ଆବାସ ହରାଇ ଏଭଳି କେତେ ଧନଜୀବନ ବଳି ପଡିବା ପରେ ଲୋକଙ୍କ ସମସ୍ୟା ପ୍ରତି ସରକାର ଙ୍କ ଦୃଷ୍ଟି ପଡିବ ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ମହାବୀର ଜୟନ୍ତୀ ଅବସରରେ ରାଉରକେଲାରେ ବିଶାଳ ଶୋଭାଯାତ୍ରା

Sunil Chandra Nayak

ସମଗ୍ର ହିନ୍ଦୁ ସମାଜ ନର୍ଲା ଶାଖା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ 

Sunil Chandra Nayak

ନଟାକଟାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!