ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ରେ ଅନ୍ତର୍ଜାତୀୟ କିନ୍ନର ଦିବସ ପାଳିତ

ନବରଙ୍ଗପୁର–(ମସିହା) ଅନ୍ତର୍ଜାତୀୟ କିନ୍ନର ଦିବସ ପାଳନ ଅବସରରେ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସରକାର ଙ୍କ ବିଭିନ୍ନ ଯୋଜନାରେ ଜିଲ୍ଲାର କିନ୍ନର ମାନେ ନିଜକୁ ସାମିଲ ହେବାକୁ ପରାମର୍ଶ ଦେବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଯୋଗ ଦେଇ କିନ୍ନର ମାନଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।ସେହିପରି ଜିଲ୍ଲା କିନ୍ନର ସଙ୍ଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ କିନ୍ନର ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କିନ୍ନର ସଙ୍ଘର ପ୍ରଜେକ୍ଟ ଲିଡ଼ର ଏମ.ବାଲାକୃଷ୍ନ ରାଓ ସମେତ ସଙ୍ଘର ସଭାପତି କାଜଲ କିନ୍ନର, ସମ୍ପାଦକ ଚୁମିକି କିନ୍ନର, ସହ ସମ୍ପାଦକ ପ୍ରୀତି କିନ୍ନର, କାର୍ଯ୍ୟ ନିର୍ବାହୀ ସଭ୍ୟ କୃଷ୍ଣ ପ୍ରସାଦ ରଥ, ସଂଜୀବ ସିଂ ସମେତ ଜିଲ୍ଲାର ସମସ୍ତ ବ୍ଲକ ର କିନ୍ନର ମାନେ ଯୋଗ ଦେଇଥିଲେ। ରାୟଗଡା ର ମା ମାଝୀ ଗୌରୀ ସଂସ୍ଥା ଦ୍ୱାରା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିବା ବେଳେ ସୁଶାନ୍ତ ଗୋରଡା ସହଯୋଗ କରିଥିଲେ।ଶେଷରେ କିନ୍ନର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ପୂର୍ବତନ ଛାତ୍ରଙ୍କୁ ସମ୍ବର୍ଦ୍ଧନା 

masiha

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଙ୍କ ପର୍ଯ୍ୟଟନ ସ୍ଥଳି ଗୁଡହାଣ୍ଡି ଡୋକରିଚଞ୍ଚରା ଗ୍ରସ୍ତ

Sunil Chandra Nayak

ସାମ୍ବାଦିକଙ୍କୁ ହତ୍ୟା ଧମକ ପ୍ରତିବାଦ ରେ ଏସପି ଙ୍କୁ ଭେଟିଲେ କଳାହାଣ୍ଡି ସାମ୍ବାଦିକ ସଂଘ

Sunil Chandra Nayak

Leave a Comment

error: Content is protected !!