ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସଜନା ଚାରା ଓ ନଳକୂପ ଖୋଦେଇ ପାଇଁ ସହାୟତା ନାମରେ ଠକେଇ ର ଶିକାର

ତେନ୍ତୁଳିଖୁଣ୍ଟି ୧୨/୦୨/୨୩ – ନବରଙ୍ଗପୁର ଜିଲ୍ଲା ନନ୍ଦା ହାଣ୍ଡି ବ୍ଲକ ଝାଡ଼ବନ୍ଧ ଗ୍ରାମ ପଞ୍ଚାୟତ ମୂର୍ଲା ବାଇ ଗ୍ରାମର ତଫସିଲ ଭୁକ୍ତ ଜନଜାତି ର ଘନ ମୁଦୁଲି ଙ୍କୁ ସଜନା ଚାଷ ଓ ନଳକୂପ ଖୋଦେଇ ରେ ସହାୟତା ଯୋଗାଇ ଦେବା ନାମରେ 73 ହଜାର ଟଙ୍କା ଗୀତାଞ୍ଜଳି ଆଗ୍ରୋ କେୟାର ର କର୍ମଚାରୀ ଠକି ନେଇଛନ୍ତି।ଏ ନେଇ ଥାନାରେ ଘନ ମୁଦୁଲି ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ଉଦ୍ୟାନ ବିଭାଗ କର୍ମଚାରୀ କହି ଡିସେମ୍ବର ପଚିଶ ତାରିଖ ଦିନ ଅଭୟ ସାହୁ ନାମକ ବ୍ୟକ୍ତି ତାଙ୍କ ଘର ଭୁବନେଶ୍ୱର ଭବାନୀପାଟଣା ରେ ବିବାହ କରିଛନ୍ତି ବୋଲି ବିଶ୍ୱାସ ଜନ୍ମାଇ ଘନ କୁ ସଜନା ଚାଷ ପାଇଁ ଓ ଚାଷ ରେ ସହାୟତା ପାଇଁ ନଳକୂପ ଖନନ ରେ ସହାୟତା କରିବା ନେଇ ଆଶାନ୍ବିତ କରାଇଥିଲେ। ପ୍ରଥମ ପର୍ଯ୍ୟାୟରେ ଗୀତାଞ୍ଜଳି ଆଗ୍ରୋ କେୟାର ହାଇଦ୍ରାବାଦ ନାମରେ ରସିଦ ଦେଇ 28 ଡିସେମ୍ବର ରେ ପାଞ୍ଚ ହଜାର ଦୁଇ ଶହ ନେଇଥିଲେ ଅଭୟ। ଦ୍ଵିତୀୟ କିସ୍ତିରେ 36800 ଟଙ୍କା 21 ଡିସେମ୍ବର ରେ ସେହି ହାଇଦ୍ରାବାଦ କମ୍ପାନୀ ନାମରେ ରସିଦ ଦେଇ ନେଇଥିଲେ ଅଭୟ ଘନ ଙ୍କ ଠାରୁ। ସେହି ଦିନ 350 ସଜନା ଚାର ଦେଇଥିଲେ। ପରେ 11 ହଜାର ଓ 7873441557 ନମ୍ବର ରେ ଜନୈକ ଗ୍ରାହକ ସେବା କେନ୍ଦ୍ର ମାଲିକ ଙ୍କ ଏକାଉଣ୍ଟ ରୁ ଫୋନ ପେ ମାଧ୍ୟମରେ 20 ହଜାର ଟଙ୍କା ନେଇଛନ୍ତି ଅଭୟ। ଅଭୟ ଙ୍କ ସହ ଯୋଗାଯୋଗ ପାଇଁ ଯେଉଁ ନମ୍ବର ଦେଇଥିଲେ ସେହି ନମ୍ବର ରେ ଇନକମିଙ୍ଗ ନଥିବା କହୁଛି। ବିଭିନ୍ନ ପର୍ଯ୍ୟାୟରେ ସମୁଦାୟ 73000 ଟଙ୍କା ପ୍ରଦାନ କରି ମାତ୍ର 350 ସଜନା ଚାରା ପାଇ ନଳକୂପ ଖନନ ପାଇଁ କିଛି ଅଗ୍ରଗତି ନ ହେବା ଯୋଗାଯୋଗ ସମ୍ଭବ ନ ହେବାରୁ ନବରଙ୍ଗପୁର ଉଦ୍ୟାନ ବିଭାଗ କୁ ଯାଇ ଅଭୟ ସାହୁ ସମ୍ପର୍କରେ ପଚାରିଥିଲେ ଘନ । ସେଠାରେ ଅଭୟ ସାହୁ ନାମରେ ବିଭାଗରେ କୌଣସି କର୍ମଚାରୀ ନାହାନ୍ତି କି ଏଭଳି ସ୍କିମ ବିଭାଗର ତୃତୀୟ ପାର୍ଟି ନାମରେ ଚାଷୀଙ୍କ ଠାରୁ ଅର୍ଥ କାରୋବାର ହୁଏନି ବୋଲି କହିଥିଲେ। ଏଣୁ ସେ ଆଜି ମୂର୍ଲା ବାଇ ଖାତିଗୁଡା ଥାନା ଅଧିନରେ ଥିବାରୁ ଏ ନେଇ ଏକ ଅଭିଯୋଗ କରିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

୫-ଟି’ ରୂପାନ୍ତର କାମର ବିଲ୍ ପାଇଁ ବି ଲାଞ୍ଚ , ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

masiha

ଆନ୍ଦ୍ରର ଚାରି ଜଣ ଛେଳି ବ୍ୟବସାୟିଙ୍କ ମୋବାଇଲ ଲୁଟ ଥାନାରେ ଅଭିଯୋଗ 

masiha

ଜାତିକୁ ଆକ୍ଷେପ କରି ଗାଳିଗୁଲଜ ଅଭିଯୋଗ, ଥାନାରେ ଏତଲା

Leave a Comment

error: Content is protected !!