ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ ନାଗରିକ ମଞ୍ଚ ପକ୍ଷରୁ ଗୁମ୍ମା ଲେଲିବାଡି ଗାଆଁରେ ବସ୍ତ୍ରଦାନ କାର୍ଯ୍ୟକ୍ରମ

ରାୟଗଡ଼ା : ତା: ୧୨/୦୩/୨୩ : ରାୟଗଡ ବ୍ଲକ ଅନ୍ତର୍ଗତ ଗୁମ୍ମା ପଞ୍ଚାୟତ ଲେଲିବାଡ଼ି ଗ୍ରାମରେ ରାୟଗଡ଼ା ନାଗରିକ ମଞ୍ଚ ପକ୍ଷରୁ ବସ୍ତ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡା ବିଧାୟକ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି , ସମ୍ମାନିତ ଅତିଥି ଭାବେ ସ୍ଥାୟୀ ଲୋକ ଅଦାଲତ ର ସଭ୍ୟ ପ୍ରାଧ୍ୟାପକ ଡଃ ଦୁଷ୍ମନ୍ତ କୁମାର ମହାନ୍ତି , ଅଧିବକ୍ତା ଶ୍ରୀ ଲାବଣ୍ୟ ମୋହନ ପଟ୍ଟନାୟକ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଶ୍ରୀ ଶଶିଭୂଷଣ ହୋତା, ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ୱର ଦାସ , ବରିଷ୍ଠ ସାମ୍ବାଦିକ ତଥା ଜିସିଡି ୱାକର୍ସ କ୍ଳବ୍ ସଭାପତି ଶ୍ରୀ ଦୀପକ କୁମାର ପୃଷ୍ଟି, ଓଡ଼ିଶା ଜର୍ନାଲିଷ୍ଟ ଏସୋସିଏସନ୍ ସଭାପତି ଶ୍ରୀ ସୁବ୍ରତ ଚୌଧୁରୀ, ସୂଚନା ଅଧିକାର ଅଭିଯାନର ଆବାହକ ଶ୍ରୀ ରବୀନ୍ଦ୍ର ପାଟଖଣ୍ଡାଳ, ଓଡ଼ିଶା ଆଦିବାସୀ ମଞ୍ଚର ଶ୍ରୀ ରିକି ରହମତ୍ ଗୌତମ୍, ସୋସାଇଟି ଫର୍ ଫାଷ୍ଟ ଜଷ୍ଟିସ ର ଅଧ୍ୟକ୍ଷ ଡ଼ଃ ବାଦଲ କୁମାର ତା ପ୍ରମୁଖ ଯୋଗ ଦେଇଥିଲେ । 

ବସ୍ତ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ ଲେଲିବାଡ଼ି ଗ୍ରାମର ଜାନି, ସାଉନ୍ତା, ଦିସାରୀ, ପୂର୍ବତନ ୱାର୍ଡ଼ ମେମ୍ବରଙ୍କ ଦ୍ଵାରା ହୋଇଥିଲା ପରେ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା କାର୍ଯ୍ୟ ପରିଚାଳନା କାରା ଯାଇଥିଲା। ପ୍ରଥମେ ବୃଦ୍ଧା ମାନଙ୍କୁ ନୂତନ ବେଡ ସିଟ, ଶାଢ଼ୀ, କମ୍ବଳ ଇତ୍ୟାଦି ବଣ୍ଟନ ପରେ ଦିବ୍ୟାଙ୍ଗ ଶିଶୁମାନଙ୍କୁ ପୋଷାକ ଓ ବୃଦ୍ଧ ମାନଙ୍କୁ ଧୁତି ଇତ୍ୟାଦି ବଣ୍ଟନ କରାଯାଇଥିଲା । ଗ୍ରାମର ସମସ୍ତ ଛୋଟ ଛୋଟ ଶିଶୁମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ବିସ୍କୁଟ ବାଣ୍ଟା ଯାଇଥିଲେ । ଶେଷରେ ରାୟଗଡ଼ା ନାଗରିକ ମଞ୍ଚର ଶୁଭେଚ୍ଛୁ ମାନଙ୍କଠାରୁ ମିଳିଥିବା ଅନେକ ପୁରୁଣା ବ୍ୟବହାର ହେବା ଭଳି ବସ୍ତ୍ରଗୁଡ଼ିକ ଗାଆଁ ଲୋକଙ୍କ ସହମତିରେ ବିତରଣ କରିଥିଲେ ଗାଁର ଉଦୀୟମାନ ଯୁବକମାନେ।

ଏହି ବସ୍ତ୍ରଦାନର ଶୁଭାରମ୍ଭ ଗ୍ରାମର ଯୁବକ ମାନଙ୍କର ସହଯୋଗ ଓ କର୍ମ ନିପୁଣତା ପାଇଁ ବସ୍ତ୍ରଦାନ କାର୍ଯ୍ୟକ୍ରମ ଅତି ସଫଳ ସହକାରେ ସମାପନ ହୋଇଥିଲା । ରାୟଗଡ଼ା ନାଗରିକ ମଞ୍ଚ ଗଠନ ହେବା ଠାରୁ ଜୟପୁର ସୁଗାର କମ୍ପାନୀ ଜମି ସରକାରୀ ଖାତାକୁ ଫେରିବା, ରାୟଗଡରେ ମେଡ଼ିକାଲ କଲେଜ ସ୍ଥାପନ ଦାବି ଭଳି ଅନେକ କାର୍ଯ୍ୟକ୍ରମ କରି ଆସିଛି। ତା ସହିତ ରାୟଗଡା ଜିଲ୍ଲାର ସଦର ବ୍ଲକ୍ ବଡ ମାଣଧରା, ଜିଲା ସୀମାନ୍ତ ବନ୍ଧୁଗାଁ ବ୍ଲକ୍ ର କୁଟ୍ରାବେଡା, କୋଲନରା ବ୍ଲକ୍ ର ସୁରି ଓ ମୁନିଗୁଡ଼ା ନିୟମଗିରିର ମଣ୍ଡା, ଆଦି ଗାଆଁ ମାନଙ୍କରେ ବସ୍ତ୍ରଦାନ ଭଳି କାର୍ଯ୍ୟ କରିଆସୁଛନ୍ତି । ଗତ ଦୁଇ ବର୍ଷ ହେବ କରନା କଟକଣା ଯୋଗୁଁ ମଞ୍ଚର ସାମାଜିକ କାର୍ଯ୍ୟ ସ୍ଥଗିତ ରହିଥିଲା। ଏହିଭଳି ଏକ କାର୍ଯ୍ୟକ୍ରମ ଆସନ୍ତା ଏକ ସପ୍ତାହ ମଧ୍ୟରେ କଲ୍ୟାଣ ସିଂହପୁର ବ୍ଲକ୍ ର ଏକ ଆଭ୍ୟନ୍ତରୀଣ ଗ୍ରାମରେ କରିବା ପାଇଁ ହୋତା କ୍ଲିନିକ୍ ର ସତ୍ତ୍ୱାଧିକାରୀ ଶ୍ରୀ ଶଶୀଭୂଷଣ ହୋତା ପ୍ରତିଶୃତି ଦେଇଛନ୍ତି । ଭବିଷ୍ୟତରେ ସାରା ଜିଲ୍ଲାରେ ଏଭଳି ଓ ଅନେକ ଲୋକଭିତ୍ତିକ କାମ ସବୁ ଚାଲୁ ରହିବ ବୋଲି କହିଛନ୍ତି ମଞ୍ଚର ସାଧାରଣ ସମ୍ପାଦକ ଡଃ ବାଦଲ କୁମାର ତା । ଆଜିର ଏହି କାର୍ଯ୍ୟକ୍ରମରେ ବସ୍ତ୍ରଦାନ କରି ସହଯୋଗ କରିଥିବାରୁ ମଞ୍ଚ ପକ୍ଷରୁ ଶ୍ରୀ ଶ୍ରୀ ମାଁ ମଝିଘରିଆଣୀ ମନ୍ଦିର ଟ୍ରଷ୍ଟ ଓ ଅନ୍ୟାନ୍ୟ ସହଯୋଗୀ ଏବଂ ଶୁଭେଚ୍ଛୁ ମାନଙ୍କୁ ମଞ୍ଚ ପକ୍ଷରୁ ଧନ୍ୟବାଦ୍ ଅର୍ପଣ କରାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ମଞ୍ଚର ଆବାହକ ଶ୍ରୀ ଅଜୟ କୁମାର ରଥ ଅତି ସୁଚାରୁରୂପେ ସଂଯୋଜନା କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପ୍ରବେଶ ଉତ୍ସଵ ଅନୁଷ୍ଠିତ

masiha

୭ ଜଣ ଚାଷୀ ଙ୍କ ୧୬ ଏକର ଜମିର ଧାନ ଗଦା ନିଆଁ ଲାଗି ପୋଡି ଯାଇଛି 

masiha

ଏସିଆ କପ୍ ହକି ଚାମ୍ପିଅନସିପରେ ଶିଲାନନ୍ଦ ଲାକ୍ରାଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ସେମିଫାଇନାଲ ମ୍ଯାଚରେ ମ୍ୟାନ୍‌ ଅଫ୍ ଦି ମ୍ୟାଚ୍

Sunil Chandra Nayak

Leave a Comment

error: Content is protected !!