ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଛତିଶଗଡ଼ କମ୍ପାନୀ ଓଡ଼ିଶାରେ କରୁଛି ବିସ୍ତାର ଅର୍ଥ ପ୍ରଲୋଭନ ଦେଖାଇ ଯୁବପିଢ଼ିଙ୍କୁ ଶୋଷଣ , ଭଡା ଘରେ ଚାଲିଚି କାର୍ଯ୍ୟାଳୟ , କାର୍ଯ୍ୟାଳୟ ସମ୍ବନ୍ଧେ ଘର ମାଲିକ ଅଜଣା ତଦନ୍ତ ଦାବୀ

ରାଇଘର ( )୧/୦୮- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଏକ ସୀମାନ୍ତ ଅଞ୍ଚଳ ହୋଇଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପ୍ରତେକ୍ ସମୟରେ ବେଆଇନ କାରବାର ଜାରୀ ରହୁଥିବା ବେଳେ ପ୍ରଶାସନିକ ସ୍ତରରେ ଏହାର ତଦନ୍ତ ହେବା ଆବଶ୍ୟକତା ରହିଛି l ରାଇଘର ଠାରେ କିଛି ଦିନ ହେବ ଛତିଶଗଡ ରାଜ୍ୟର ଏକ କମ୍ପାନୀ ସ୍ଥାନୀୟ ଅଞ୍ଚଳରେ ଶାଖା ଭାବେ ଏକ ଘର ଭଡ଼ା ନେଇ ବେଆଇନ ସାମଗ୍ରୀ ବିକ୍ରୀ ନାମରେ ଅର୍ଥ ଆଦାୟ କାରବାର କରୁଥିବା ନେଇ ଅଭିଯୋଗ ହୋଇଛି ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେବା ଆବଶ୍ୟକତା ରହିଛି l 

    ରାଇଘର ସଦର ମହକୁମା ସ୍ଥିତ ଡିଏନକେ ଠାରେ ଏକ ଭଡ଼ା ଘରେ କିଛି ଦିନ ହେବ କିଛି ଯୁବକ ଯୁବତୀ ରହି ଆସୁଥିବା ବେଳେ ସମସ୍ତେ ହିନ୍ଦୀ ଭାଷାରେ କଥା ବାର୍ତ୍ତା ଜାରୀ ରହୁଥିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅବଗତ କରିଥିଲେ l ଖବର ପାଇ ରାଇଘର ଗଣମାଧ୍ୟମ ପ୍ରତିନିଧିଗଣ ଘଟଣା ସ୍ଥଳରେ ଯାଇ ବୁଝିବା ବେଳକୁ ଏହା ଏକ ଛତିଶଗଡ କମ୍ପାନୀ ବୋଲି ଜଣା ପଡିଥିଲା ସତ ବାହାରେ କିମ୍ବା ଭିତରେ କୌଣସି ବ୍ୟାନର ପୋଷ୍ଟର ସୁଚନା ଦିଆ ଯାଇନାହିଁ l ଉକ୍ତ ଭଡ଼ା ଘରେ ଦୁଇ ଜଣ ଯୁବତୀ ତିନି ଜଣ ଯୁବକ ରହିଥିବା ବେଳେ କମ୍ପାନୀ ବିଷୟରେ ପଚାରିବା ବେଳକୁ କୌଣସି ସଠିକ୍ ତଥ୍ୟ ସେମାନଙ୍କ ନିକଟରେ ନାହିଁ l ଦାୟିତ୍ୱରେ ଥିବା ଯୁବକ ମାନେ ଛତିଶଗଡ ମୁଖିଆକୁ ଫୋନ୍ ମାଧ୍ୟମରେ ସାମ୍ୱାଦିକ ମାନେ କମ୍ପାନୀ ବିଷୟରେ ଜାଣିବା ନିମନ୍ତେ ଆସିଥିବା ପଚାରିବା ବେଳକୁ କିଏ କୌଣସି ଉତ୍ତର ଦେଇ ନ ଥିଲେ l ଉକ୍ତ ଭଡ଼ା ଘର ଭିତରେ ବିଭିନ୍ନ କାଗଜ ମଧ୍ୟରେ ଏକ ସାର୍ଟିଫିକେଟ ଦେଖିବା ପରେ ଜଣା ପଡିଲା କ୍ୟୁନ(୧) ହେଲ୍ଥ କେର ପ୍ରାଇଭେଟ୍ ଲିମିଟେଡ ନାମରେ ଛତିଶଗଡ କଣ୍ଡାଗାଁ ଠାରେ ୨୦୨୩ ମସିହା ଜୁଲାଇ ୧୨ତାରିଖ ଅର୍ଥାତ ମାତ୍ର ୨୦ ଦିନ ତଳେ ନିର୍ମାଣ ହୋଇଥିବା ବେଳେ ଏହା ଛତିଶଗଡ ଅଞ୍ଚଳ ଛାଡି ମାତ୍ର ୨୦ ଦିନ ଭିତରେ ଓଡ଼ିଶା ମଧ୍ୟରେ ପ୍ରବେଶ କରିବା ଚର୍ଚ୍ଚାର ବିଷୟ ପାଲଟିଛି l ଓଡ଼ିଶା ସରକାରଙ୍କ ଠାରୁ କୌଣସି ପ୍ରମାଣ ପତ୍ର ନ ନେଇ ସ୍ଥାନୀୟ ଅଧିବାସୀଙ୍କ ଠାରୁ କିଭଳି ନିର୍ଭୟ ସହ ଶୋଷଣ ଆରମ୍ଭ କରିବା ଚର୍ଚ୍ଚାର ବିଷୟ ପାଲଟିଛି l ସାମଗ୍ରୀ ବିକ୍ରୀ କମ୍ପାନୀ କୌଣସି ସାମଗ୍ରୀ ନିଜ ପାଖରେ ନ ରଖି ସ୍ଥାନୀୟ ରାଇଘର ଅଞ୍ଚଳରେ ବେଆଇନ୍ ଭାବେ ଆଦିବାସୀ ଅଧ୍ୟୁଷିତ ନିରୀହ ଯୁବ ପୀଢ଼ିକୁ ଶୋଷଣ କରିବା ଆରମ୍ଭ କରିଛି l ବର୍ତ୍ତମାନ ସୁଦ୍ଧା ରାଇଘର ବ୍ଲକର ୪୦/୫୦ଜଣ ଯୁବକ ଯୁବତୀ ମାନଙ୍କୁ ବ୍ୟକ୍ତିଗତ ଭାବରେ ୪ ହଜାର ରୁ ୫ହଜାର ଟଙ୍କା ନେଇ କମ୍ପାନୀ ନିଯୁକ୍ତି ସହ ଦରମା ଦେବା ପ୍ରଲୋଭନ ଦେଖାଇଛି l ଦାୟିତ୍ୱରେ ଥିବା କମ୍ପାନୀ କର୍ମଚାରୀ ରହିତ କୁମାର କରମ୍ ଙ୍କୁ ପଚାରିବାରୁ କମ୍ପାନୀ ଜଣ ପିଛା ୩୯୯୯ ଟଙ୍କା ରେ ନିଯୁକ୍ତି ଦେଉଥିବା ବେଳେ ଜଣେ ଅନ୍ୟ ଜଣକୁ ନିଯୁକ୍ତି କଲେ କମ୍ପାନୀ ୪ଶହ ଟଙ୍କା ଦେଉଥିବା ପ୍ରକାଶ କରିଛନ୍ତି l ତେବେ କୃଷିଭିତ୍ତିକ ସାମଗ୍ରୀ, ସ୍ଵାସ୍ଥ୍ୟ ସାମଗ୍ରୀ ସହ ଘର ଅତ୍ୟାବସିକ ସାମଗ୍ରୀ ସହ ସିଧାସଳଖ ହୋଲସେଲ, ରିଟେଲର୍ ବିକ୍ରୀ କରିବାକୁ କମ୍ପାନୀ ମୂଳ ଉଦ୍ଦେଶ୍ୟ ରହିଥିବା ବେଳେ ରାଇଘର ଅଞ୍ଚଳରେ କମ୍ପାନୀ ଭିନ୍ନ ଉଦ୍ଦେଶ୍ୟ ରଖି କାର୍ଯ୍ଯ ଆରମ୍ଭ କରିଛି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି l କ୍ୟୁନ ୧ ନାମକ କମ୍ପାନୀ ନୂତନ ଭାବେ ଏକ ମାସ ପୂରଣ ହୋଇ ନ ଥିବା ବେଳେ ରାଇଘର ଅଞ୍ଚଳରେ ଶୋଷଣ କରିବା ଘଟଣା ଉପରେ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l ପୂର୍ବରୁ ଅନେକ କମ୍ପାନୀ ରାଇଘର ଅଞ୍ଚଳରେ ବେଆଇନ କାରବାର କରି ଫେରାର ହୋଇ ଯାଇଥିବା ବେଳେ ବର୍ତ୍ତମାନ ସମୟରେ କ୍ୟୁନ ୧ କମ୍ପାନୀ ସହ ନାନା କମ୍ପାନୀ ରାଇଘର ଅଂଚଳରେ କାରବାର କରି ବେଆଇନ ଅର୍ଥ କାରବାର କରୁଥିବା ଜଣାପଡିଛି l ପ୍ରଶାସନିକ ସ୍ତରରେ ଏଭଳି କମ୍ପାନୀ ଗୁଡ଼ିକର ସ୍ୱତନ୍ତ୍ର ଯାଞ୍ଚ ସହ ତଦନ୍ତ କରିବା ଆବଶ୍ୟକତା ରହିଛି l 

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କମ୍ପାନୀ କାରବାର ମଧ୍ୟରେ ଗୋଟିଏ ଭଡ଼ା ଘରେ ଛତିଶଗଡ ଅଞ୍ଚଳର ଯୁବତୀ ସହ ଯୁବକ ମାନେ ଏକା ସଙ୍ଗେ ସ୍ଥାନୀୟ ଯୁବ ପୀଢ଼ି ମାନଙ୍କୁ ରଖିବା କେତେ ସୁରକ୍ଷିତ ତାହା ପ୍ରଶାସନ ଗୁରୁତ୍ଵ ଦେବା ଆବଶ୍ୟକତା ରହିଛି l ଉକ୍ତ ଭଡା ଘରେ ବର୍ତ୍ତମାନ ଟ୍ରେନର ଭାବେ ଛତିଶଗଡର ରହିତ କୁମାର କରମ, କର୍ଡିନେଟର ଭାବେ ଛତିଶଗଡ ଯୁବତୀ ସିମରନ ଧୃ, ଅନ୍ୟ ଜଣେ ଛତିଶଗଡ ଯୁବତୀ ମୁକେସ୍ୱରି ଭିଡିଆ ସହ ରାଇଘର ବ୍ଲକର ତିନି ଜଣ ଯୁବକ ରହିଛନ୍ତି l ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ନିଜର ପ୍ରଲୋଭନ ଶିକାର କରିବା ସହ ସମସ୍ତେ କମ୍ପାନୀ ସପକ୍ଷରେ ମତାମତ ଦେଇ ମାସକୁ କମ୍ପାନୀ ୮ ହଜାର ଦରମା ଦେବା ପ୍ରକାଶ କରିଛନ୍ତି ତେବେ ଆଦିବାସୀ ଅଧ୍ୟୁଷିତ ସହ ଛତିଶଗଡ ସୀମାନ୍ତ ଅଞ୍ଚଳ ବୋଲି ଏଠାକାର ଯୁବକ ଯୁବତୀ ମାନେ ପାଠ ପଢା ସାରି ଦୁଇ ପଇସା ରୋଜଗାର ଆଶାରେ ଏଭଳି ବେଆଇନ କମ୍ପାନୀରେ ଋହନ୍ତି ପୂର୍ବରୁ ଅନେକ ଶୋଷଣ ହେଉଥିବା ବେଳେ ବର୍ତ୍ତମାନ ପୁଣି ଥରେ ପୁନରାବୃତ୍ତି ହେବାକୁ ଯାଉଛି l ଅନେକ କମ୍ପାନୀ ଏଭଳି ଘର ଭଡା ସୂତ୍ରରେ ନେଇ କାର୍ଯ୍ଯ କରୁଥିବା ବେଳେ ଘର ମାଲିକ ମାନେ ତଦାରଖ ନ କରି ଘର ଦେବା ଚର୍ଚ୍ଚାର ବିଷୟ ପାଲଟିଛି l ସୀମାନ୍ତ ଛତିଶଗଡ ର କେସକାଲ ଅଞ୍ଚଳର ବ୍ୟକ୍ତି ବିଶେଷ ନିକଟବର୍ତ୍ତି କହି ଅଞ୍ଚଳର ଯୁବ ପୀଢ଼ିକୁ ଆକୃଷ୍ଟ କରୁଥିବା ବେଳେ କମ୍ପାନୀ ବିଷୟରେ ସମସ୍ତେ ଅଜଣା l କେଉଁ ସାମଗ୍ରୀ କେଉଁ ଠାରେ ମିଳିବ ନିଯୁକ୍ତି ପିଲାଙ୍କୁ ଦରମା କିଭଳି ମିଳିବ ସମସ୍ତ ଘଟଣା ବିଚାରକୁ ନେଲେ ଏହା ଗୁରୁତ୍ୱ ପୁର୍ଣ୍ଣ ବିଷୟ ପାଲଟିଛି l ଯୁବ ପୀଢ଼ିଙ୍କୁ ଲୋଭନୀୟ ସ୍କିମ୍ ଦେଖାଇ ଭଡା ଘର ଭିତରେ କମ୍ପାନୀ ପକ୍ଷରୁ କୌଣସି ତଥ୍ୟ ନ ଥିବା ବେଳେ କାନ୍ଥ ବାଡରେ ଯାନବହନ, ବାଇକ ଚିତ୍ର ରଖି ଅଧିକ କାର୍ଯ୍ଯ କଲେ ଏହି ସବୁ ହାସଲ ହେବ ବୋଲି କୁହା ଯାଉଛି l ଅନ୍ୟ ପକ୍ଷରେ ରାଇଘର ଡିଏନକେ ସ୍ଥିତ ସ୍ବର୍ଗତ ମହେନ୍ଦ୍ର ମାଳିଙ୍କ ଘରେ ଏହି ଭଡା ସୂତ୍ରରେ କାର୍ଯ୍ୟଳୟ ଚାଲିଥିବା ବେଳେ ତାଙ୍କ ପତ୍ନୀ ଭଡା ସୂତ୍ରରେ ଦେଇ ମାସକୁ ୨୫ ଶହ ଟଙ୍କା ନେଉଥିବା ବେଳେ ଏଠାରେ କେଉଁ ମାନେ ରହୁଛନ୍ତି କେଉଁ କାର୍ଯ୍ଯ ରେ ଗୃହ ବ୍ୟବହାର ହେଉଛି ଅଜଣା ଥିବା ଜଣାପଡିଛି l ଜିଲ୍ଲା ପ୍ରଶାସନ ଏଥି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସବୁ ମହଲରେ ଦାବୀ ହୋଇଛି l ଏ ସମ୍ପର୍କରେ ଭାରପ୍ରାପ୍ତ ତହସିଲଦାର ଯୋଗୁ ପୂଜାରୀଙ୍କୁ ପଚାରିବାରୁ ଏଥି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ ଏଥି ସହ ତଦନ୍ତ କରିବାକୁ ପୋଲିସ ପ୍ରଶାସନ କୁ ଅବଗତ କରାଯିବ ବୋଲି ପ୍ରକାଶ କରିଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଝୁଲନ୍ତା ଶବ କାହାର ଚିହ୍ନଟ ହେଲା : ପରିବାରକୁ ହସ୍ତାନ୍ତର କଲା ଖାତିଗୁଡା ପୋଲିସ 

masiha

ପାଣି ପମ୍ପ ଚୋରୀ ଅଭିଯୋଗରେ ୨ ଗିରଫ 

masiha

ଅନୈତିକ ପ୍ରେମର ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାଶ ନେଇ ଏସଡିପିଓଙ୍କ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort