ବିଶୋଇ ଥାନା ଭିତରେ ଥାନାଧିକାରୀଙ୍କୁ ଗଳାକାଟି ହତ୍ୟା ଉଦ୍ୟମ ମାମଲାରେ ଯୁବକ ଗିରଫ
ମୟୂରଭଞ୍ଜ – ୨୮/୧୦ ( ମସିହା )ବିଶୋଇ ଥାନା ଭିତରେ ଜନୈକ ଯୁବକ ଏକ ଉନ୍ମତ୍ତ କାଣ୍ଡରେ ମହିଳା ଥାନାଧିକାରୀ ମିନି ଭୋଇ ଆହତ । ସୂଚନାଯୋଗ୍ୟ ଗତ ଅକ୍ଟୋବର ୧୬ ତାରିଖ ଦିନ ବିଶୋଇ ଶିବ ମନ୍ଦିର ହୁଣ୍ଡି ଚୋରୀ ଘଟଣା ନେଇଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।ଏହି ମାମଲାରେ ତଦନ୍ତ ଜାରି ଶୁକ୍ରବାର ଦିନ ବିଶୋଇ ଗାଁ ର ଶୁଶାନ୍ତ ଦେଓ ନାମକ ଜନୈକ ଯୁବକଙ୍କୁ ଥାନାକୁ ଡ଼ାକି ଶୁକ୍ରବାର ସଂଧ୍ୟା ୭ ଟା ବେଳେ ପଚରା ଉଚୁରା କରିଥିଲେ । ଥାନାଧିକାରୀ ଯୁବକଙ୍କୁ ପଚରା ଉଚୁରା କରି ସାରିବା ପରେ ଅଫିସ କାମ ଲେଖୁଥିଲେ । ହଠାତ୍ ଯୁବକଟି ଏକ ବ୍ଲେଡ଼ ବାହାର କରି ଥାନାଧିକାରୀଙ୍କ ବେକକୁ ଧରି ଗଳା କାଟିବା ଉଦ୍ୟମ କରିଥିବାଵେଳେ । ଥାନାଧିକାରୀ କୌଣସି ପ୍ରକାରରେ ନିଜକୁ ବଂଚାଇ ଚିତ୍କାର କରିବା ସହ ବାହାରକୁ ପଳାଇ ଆସିଥିଲେ । ତାଙ୍କ ଗଳାରେ ଏବଂ ଦୁଇଟି ଆଙ୍ଗୁଳିରେ ଫ୍ରେଣ୍ଡ୍ ବାଜିବାରୁ ରକ୍ତାକ୍ତ ହୋଇଥିଲେ ।ଅନ୍ୟ କର୍ମଚାରୀ ମାଡାମଙ୍କ ଚିତ୍କାର ଶୁଣି ସଙ୍ଗେ ସଙ୍ଗେ ପହଞ୍ଚି ମାଡାମଙ୍କୁ ରକ୍ଷା କରିବା ସହ ଯୁବକକୁ ମାଡ଼ିଵସି କାବୁ କରିଥିଲେ । ଘଟଣାକୁ ନେଇ ଦୁବୃର୍ତ୍ତ ନାମରେ କେଶ ନଂ ୨୦୯/୨୩ ଦଫା ୩୪,୩୩୨,୩୩୩,୩୨୪,୩୫୪ ଏବଂ ୩୦୭ ରୁଜୁ କରିବା ସହ ଆଜି କୋର୍ଟ ଚାଲାଣ କରିଛନ୍ତି ।