ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା 

ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା 

ଡାବୁଗାଁ, ୨୮/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ରେଲି ସାହି ଠାରେ ଶନିବାର ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି | ଏଥିରେ ଶୁକ୍ରବାର ସନ୍ଧ୍ୟାରେ ମା ଠାକୁରାଣୀ ମନ୍ଦିର ପୋଖରୀରେ ପୂଜାର୍ଚ୍ଚନା କରି ଶୋଭାଯାତ୍ରାରେ କଳସ ଅଣାଯାଇଥିଲା | ଶନିବାର ସକାଳୁ ମାଙ୍କ ବିଭିନ୍ନ ରୀତିନୀତି ଅନୁଯାଇ ପୂଜା ଆରମ୍ଭ ହୋଇଯାଇଛି | ଏଥିରେ ରଞ୍ଜିତ କୁମାର ଘରାଇ ଓ ଭଗବାନ ଖୁଣ୍ଟିଆ ପ୍ରମୁଖ କର୍ତ୍ତା ଭାବେ ଦାୟିତ୍ଵ ରେ ରହିଥିବା ବେଳେ ମୁଖ୍ୟ ପୂଜକ ଭାବେ ଚୈତନ ଦାସ ମାଁ ଙ୍କ ସମେତ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଓ ସୁବାସ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ପୂଜା କରିଥିଲେ | ଏଥିରେ ମା ଗଜଲକ୍ଷ୍ମୀ ପୂଜା କମିଟିର ଉପଦେଷ୍ଟା କେଶବ ରେଲି, ଜଗନ୍ନାଥ ରେଲି, ଲବ ରେଲି, ପାପନ୍ନା ରେଲି, ସୁରେନ୍ଦ୍ର ରେଲି, ଶୋଭା ରେଲି, ଗୋପୀ ରେଲି, ସୁଦର୍ଶନ ରେଲି, ଶଶୀ ରେଲି, ଜିତୁ ରେଲି ଓ ଅନ୍ୟ ମାନେ ପରିଚାଳନା କରୁଛନ୍ତି | ଆସନ୍ତା ନଭେମ୍ବର ମାସ ୩ ତାରିଖ ଶୁକ୍ରବାର ମାଁ ଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହେବ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାମନାଗୁଡାରେ ଜିଲ୍ଲାପାଳ, ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

ବାମନଘାଟୀ ଉପତ୍ୟକା ମାଇନ୍ସ ଓ୍ବାର୍କରସ୍ ୟୂନିଅନ ତରଫରୁ ସୁଲାଇପାଟ ଲୌହଖଣି ଛଟେଇ ଶ୍ରମିକ ମାନଙ୍କ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର 

Sunil Chandra Nayak

ବଜ୍ରାଘାତରେ ଜଣେ ମହିଳା ମୃତ, ତିନି ମହିଳା ଗୁରୁତର

Sunil Chandra Nayak

Leave a Comment

error: Content is protected !!