ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଣ୍ଟେନର ରେ ବେଆଇନ ଗୋରୁ ଚାଲାଣ ବେଳେ ମାଡି ବସିଲା ପୋଲିସ, ଚାରି ଜଣ ଙ୍କୁ କୋର୍ଟ ଚାଲାଣ

କଣ୍ଟେନର ରେ ବେଆଇନ ଗୋରୁ ଚାଲାଣ ବେଳେ ମାଡି ବସିଲା ପୋଲିସ, ଚାରି ଜଣ ଙ୍କୁ କୋର୍ଟ ଚାଲାଣ

ଭବାନୀପାଟଣା :କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ବିଳମ୍ବିତ ରାତିରେ ବେଆଇନ ଭାବେ ଏକ କଣ୍ଟେନର ରେ ଗୋରୁ ଚାଲାଣ ହେଉଥିବା ଖବର ପାଇ ସଦର ଥାନା ପୋଲିସ ପହଞ୍ଚିଥିଲା ।ନୂଆପଡ଼ାରୁ ଆନ୍ଧ୍ରପ୍ରଦେଶକୁ ଯାଉଥିବା ଏହି କଣ୍ଟେନରରେ ବେଆଇନ ଗୋରୁ ଚାଲାଣ ହେଉଥିବା ଖବର ପାଇ ପ୍ରଥମେ ସ୍ଥାନୀୟ ଗୋରକ୍ଷକ ମାନେ ଅଟକାଇ ପୋଲିସକୁ ସୂଚନା ଦେଇଥିଲେ। ପରେ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ବେଆଇନ ଗୋରୁ ଚାଲାଣରେ ସାମିଲ ଥିବା ଆନ୍ଧ୍ରପ୍ରଦେଶ ରାଜ୍ୟ ବିଶାଖପାଟ୍ଟନମ ଜିଲ୍ଲାର ମମିଡ଼ି ଶିବା (୪୨), ଆଇ ରାଜୁ (୪୦), କେରଳର ଜୋବିଶ ପି. କୁରିଆନ (୪୯) ତାମିଲନାଡୁର ଟି ଶଶୀ କୁମାର (୩୮)କୁ ଏନିମଲ ଆକ୍ଟର ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ବ୍ୟବହୃତ କଣ୍ଟେନର ନଂ (କେ ଏ ୫୧-ବି ୮୯୩୮)କୁ ପୋଲିସ ଜବତ କରି ଥାନାରେ ଅଟକ ରଖିଛି। ଏ ନେଇ ଭବାନୀପାଟଣା ସଦର ଥାନାରେ ପୋଲିସ ଏକ ମାମଲା ନଂ(୧୨୪/୨୬) ରୁଜୁ ହୋଇଥିବା ସ୍ଥାନୀୟ ଏସଡିପିଓ ନରେଶ ପ୍ରଧାନ ସୂଚନା ଦେଇଛନ୍ତି। ଏଠାରେ ପ୍ରକାଶ ଯେ, ରବିବାର ଉପରୋକ୍ତ ଥାନା ଅନ୍ତର୍ଗତ ବଣ୍ଡେଲଗୁଡା ଗ୍ରାମରୁ ବେଆଇନ ଗୋରୁ ମାଂସ ଜବତ ହୋଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ଏକକାଳୀନ ୮ ଠିକଣାରେ ଚଢ଼ଉ ଜାରି

Sunil Chandra Nayak

ଝିଅକୁ ମାରିଦେଇଥିବା ଅଭିଯୋଗ ଆଣିଲେ ବାପା ଘର ଲୋକେ 

masiha

ଓଡିଶା ଛତିଶଗଡ଼ ସୀମାରେ ମାଓ ସାମଗ୍ରୀ ଜବତ

masiha

Leave a Comment

error: Content is protected !!