ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଵହଳଦା ଥାନା! ବେଆଇନ ଗୋ ଚମଡା ବୋଝେଇ ଟ୍ରକ ଜବତ,୩ ଅଟକ

ଵହଳଦା ଥାନା! ବେଆଇନ ଗୋ ଚମଡା ବୋଝେଇ ଟ୍ରକ ଜବତ,୩ ଅଟକ

 ମୟୂରଭଞ୍ଜ- ୪/୦୩ ( ମସିହା)ଆଜି ଭୋରୁ ମୟୂରଭଞ୍ଜ ଜିଲ୍ଲାର ବହଳଦା ବାଇପାସ୍ ରୋଡ଼ ଛକରେ ବେଆଇନ ଗୋ ଚମଡା ବୋଝେଇ ଟ୍ରକ OD 09 K 6941କୁ ପୋଲିସ ଜବତ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ବେଆଇନ ଗୋ ଚମଡା ବୋଝେଇ ଟ୍ରକକୁ କୌଣସି ସୂତ୍ରରୁ ଖବର ପାଇ ଵହଳଦା ପୋଲିସ ଆଜି ଭୋରୁ ବହଳଦା ବାଇପାସ୍ ଛକ ନିକଟରେ ଜବତ କରିବା ସହ ପୋଲିସ କେଶ ନମ୍ବର ୨୯/୨୪ ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରଖିଛି । ଟ୍ରକଟି ଭଦ୍ରକ ଜିଲ୍ଲାର ଜନୈକ ମାଲିକଙ୍କର ।ଗୋରୁ ଚମଡାର ଆନୁମାନିକ ପାଖାପାଖି ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ପୋଲିସ ଟ୍ରକ ଜବତ ସହ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ଗୋ ଚମଡା ଵୋଝେଇ ଟ୍ରକଟି ଭଦ୍ରକ ଯାଇ ସେଠାରୁ ପଶ୍ଚିମବଙ୍ଗ ଯିବାର ଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଚୋରା ସିମେଣ୍ଟ ସହ ଅଟୋ ଗାଡି ଜବତ 

masiha

ମ.ରାମପୁର ଅଞ୍ଚଳରେ ଲାଗୁଛି ମାଓ ପୋଷ୍ଟର: ଗତକାଲି ମାଣିକେରା ଓ ଆଜି ପୁଣି ବାରବନ୍ଧା ଅଞ୍ଚଳରେ

୫-ଟି’ ରୂପାନ୍ତର କାମର ବିଲ୍ ପାଇଁ ବି ଲାଞ୍ଚ , ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

masiha

Leave a Comment

error: Content is protected !!