ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଲକ୍ଷ୍ମୀପୁର ବ୍ଲକରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି , ଆଜି ଜଣେ ଗର୍ଭବତୀ ମହିଳା ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି ଗତ ଫେବୃଆରୀ ୧୨ ତାରିଖ ଦିନ ତୋୟାପୁଟ ଗ୍ରାମର ଗୋଟିଏ ପରିବାରର ସ୍ତ୍ରୀ ଓ ଦୁଇ ବର୍ଷ କୁନି ଝିଅ କୁ ମାରିବା ପରେ ନିଜେ ଆତ୍ମହତ୍ୟା ଦେଇଥିବା ବେଳେ ମାର୍ଚ୍ଚ ୧୬ ତାରିଖ ଦିନ ଲଚ୍ଛମଣୀ ଗ୍ରାମରେ ମଧ୍ୟ ସମାନ ଦୃଶ୍ୟ ସ୍ଵାମୀ ନଥିବା ଅବସ୍ଥାରେ ମାଆ ନିଜ ଦୁଇ ବର୍ଷ ଛଅ ମାସର କୁନି ଝିଅକୁ ମାରିବା ପରେ ମାଆ ନିଜେ ଆତ୍ମହତ୍ୟା କରିଥିଲା ଆଜି ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ସାନ କେଲାର ଗ୍ରାମର ଅଜୟ ଖୋସ୍ଲା ଗତ ଦୁଇ ବର୍ଷ ତଳେ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ କୁଚେପଦର ଗ୍ରାମର ରାଜେନ୍ଦ୍ର ନାଏକଙ୍କ ଝିଅ ଦିୱାନି ଖୋସ୍ଲାକୁ ପ୍ରେମ କରି ଘରକୁ ଆଣିଥିଲେ। ଘର ସଂସାର ମଧ୍ୟ ଭଲରେ ବିତେଇ ଆସୁଥିଲେ କିନ୍ତୁ ସ୍ଵାମୀ ଅଜୟ ଖସ୍ଲାଙ୍କ ରୋଜଗାର ଏତେଟା ଭଲ ନଥିବାରୁ ପରିବାର ମଧ୍ୟରେ ତୁତୁ ମେଁ ମେଁ ଲାଗି ରହିଥିଲା। ଏହି ସମୟରେ ନିଜ ଶ୍ଵଶୁର ରାଜେନ୍ଦ୍ର ନାଏକ ତାଙ୍କ ଗ୍ରାମ ନିକଟରେ ଥିବା ଉତ୍କଳ ଆଲୁମିନା କମ୍ପାନୀ ଠାରେ ନିଜ ଜ୍ବାଇଁକୁ କମ୍ପାନୀ ଭର୍ତ୍ତି କରିଦେଇଥିଲେ ହେଲେ କ’ଣ ହବ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ପାରିବାରିକ କନ୍ଦଳ ଲାଗି ରହିଥିଲା ଯାହା ଫଳରେ ନିଜ ବୁଢ଼ୀ ମାଆ ନିକଟରେ ସ୍ତ୍ରୀକୁ ଛାଡ଼ି ନିଜର କର୍ତ୍ତବ୍ୟ ସ୍ଥଳରେ ଥିବା ସମୟରେ ଅଜୟ ଖସ୍ଲାର ସ୍ତ୍ରୀ ଦିୱାନି ଖୋସ୍ଲା ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କର କୁଆଡ଼େ ୬/୭ ମାସ ଗର୍ଭବତୀ ଥିବା ଗ୍ରାମର ଲୋକେ କହିଥିବା ବେଳେ ଘଟଣା ସ୍ଥଳରେ ଲକ୍ଷ୍ମୀପୁର ଏସଡ଼ିପିଓ ଅଶ୍ଵିନ କୁମାର ନାୟକ ଓ କୋରାପୁଟ ସାଇନଟିପେଟ୍ ଟିମ୍ ଏବଂ କାକିରିଗୁମ୍ମା, ଲକ୍ଷ୍ମୀପୁର ପୋଲିସ ପହଞ୍ଚି ରସିରେ ଝୁଲୁଥିବା ଶବକୁ ଉଦ୍ଧାର କରି ପୋଲିସ ତଦନ୍ତ ଜାରି ରଖିବା ସହ ଶବ ବ୍ୟବଚ୍ଛେଦ ପାଇଁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।ତେବେ ଝିଅର ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି ଏକ ଲିଖିତ ଅଭିଯୋଗ ଆଣି ଥିବାରୁ କାକିରିଗୁମ୍ମା ଥାନା ଅଧିକାରୀ ଦାମୋଦର ବିହାରୀ ୩୮/୨୩ ରେ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଛନ୍ତି।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଖବର ସଂଗ୍ରହ ବେଳେ ପୂର୍ବତନ ସରପଞ୍ଚ ଓ ତାଙ୍କ ଭାଇଙ୍କ ଦ୍ୱାରା ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ,ଥାନାରେ ଅଭିଯୋଗ 

Sunil Chandra Nayak

ଅପରାଧ ନିୟନ୍ତ୍ରଣ ପାଇଁ ରାଉରକେଲା ପୁଲିସ୍ ପକ୍ଷରୁ ପ୍ରୋଜେକ୍ଟ ଶିଲଡ୍ ଶୁଭାରମ୍ଭ

Sunil Chandra Nayak

ଯୁବତୀ ନିଖୋଜ ପରିବାର ଲୋକେ ଚିନ୍ତାରେ

Leave a Comment

error: Content is protected !!