ତିର୍ତୋଲ :-30/03/23:- ସର୍ବପୁରାତନ ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ଼ବାସିନୀ ସାରଳାଙ୍କ ମନ୍ଦିରରେ ଅନୁଷ୍ଠିତ ହେଉଛି ବାସନ୍ତିକ ନବରାତ୍ର ପୂଜା ! ଏହି ପୂଜା ର ଉପଚାର ଵିଧି ଚୈତ୍ରମାସ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ଶୁକ୍ଲପକ୍ଷ ନବମୀ ପର୍ଯ୍ୟନ୍ତ ନବ ଦିନ ବ୍ୟାପି କରାଯାଇ ଥାଏ ! ଏହି ଦିନ ମାନଙ୍କରେ ଷୋଡଶ ପୂଜା, ଚଣ୍ଡୀ ପାଠ, ହୋମଯଜ୍ଞ ଆଦି ନୀତିକାନ୍ତି କରାଯାଇ ମା’ ଙ୍କର ଆରାଧନା ହୁଏ !
କୌଣସି ଭକ୍ତ ନିଜର ମାନସିକ ପୂରଣ ପାଇଁ ଏହି ପୂଜା ଅତି ନିଷ୍ଠାର ସହିତ କଲେ, ନିଶ୍ଚିତ ଫଳପ୍ରାପ୍ତ ହୋଇଥାଏ ବୋଲି ବହୁ ଜନମତ କେଉଁ ଆବାହମାନ କାଳରୁ ରହି ଆସିଛି ! ଆଜିର ନବମୀ ରାମନବମୀ ଭାବେ ମଧ୍ୟ ପ୍ରସିଦ୍ଧ ! ଏହି ପୁଣ୍ୟ ତିଥି ନବମୀ ରେ ବହୁ ଦୂର ଦୁରାନ୍ତରୁ ଭକ୍ତ ମାନେ ଧାଇଁ ଆସିଥାନ୍ତି ! ବେଢା ଭିତରେ ଥିବା ବଉଳ ଗଛରେ ମାନସିକ କରି ଡୋରିଟିଏ ବାନ୍ଧି, ଅପେକ୍ଷା କରିଥାନ୍ତି, କେବେ ପୂରଣ ହେବ ମାନସିକ ! ଅତି ଖୁସିର କଥା ଏହି ଶକ୍ତିପୀଠ କୁ 5T ସରକାର ନୂତନୀକରଣ ପାଇଁ 42 କୋଟି ବ୍ୟୟ ବରାଦ କରି କାର୍ଯ୍ୟ ଆରମ୍ଭ କରିଛନ୍ତି ! କିନ୍ତୁ ଦୁଃଖ ଓ ପରିତାପର କଥା, ଯେତେ ଦୂର କାର୍ଯ୍ୟ ତ୍ୱରାନ୍ୱିତ ପ୍ରକ୍ରିୟାରେ ଚାଲିବା କଥା, ତାହା ଅତି ମନ୍ଥର ଗତିରେ ଚାଲିଛି ! ମନ୍ଦିରର ଚୌହଦି ଭଗ୍ନ ଓ ଆବର୍ଜନା ମୟ ହୋଇ ପଡି ରହିଛି ! ଆଗାମୀ ମହାବିଷୁବ ପଣାସଂକ୍ରାତି ରେ ଝାମୁଯାତ୍ରା ଦେଖିବାକୁ ସାହସ୍ରାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାବେଳେ, ମନ୍ଦିରର ଚାରିପଟେ ଅପରିଷ୍କାର ପରିବେଶ ଘୋର ନକାରାତ୍ମକ ପ୍ରଭାବ ପକାଇବା ଆଶଙ୍କା ରହିଥିବାର ଚର୍ଚ୍ଚା ହେଉଛି ! ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ସେବାୟତ ମାନେ ! ଦେଖିବାକୁ ରହିଲା ଭକ୍ତିକ୍ଷେତ୍ର ଶକ୍ତିପୀଠର କାର୍ଯ୍ୟ କେବେ ଶେଷ ହେଉଛି !