ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କୋଇଡାରେ “ସିଟୁ” ପକ୍ଷରୁ ବିଶ୍ଵକର୍ମା ପୂଜା ମହାସମାରୋହରେ ପାଳିତ 

କୋଇଡାରେ “ସିଟୁ” ପକ୍ଷରୁ ବିଶ୍ଵକର୍ମା ପୂଜା ମହାସମାରୋହରେ ପାଳିତ 

କୋଇଡା – ୧୮/୦୯ ( ମସିହା)ବିଶ୍ଵକର୍ମା ପୂଜା ପାଇଁ ଲୌହଖଣି ” କୋଇଡା” ଅଂଚଳ ଉତ୍ସବ ମୁଖର ଓ ଚଳ ଚଞ୍ଚଳ ହୋଇଉଠିଛି ।କୋଇଡା ବସଷ୍ଟାଣ୍ଡ,ଥାନାଛକ,ମେଡିକାଲ ଛକ, ବିଭିନ୍ନ ଗ୍ୟାରେଜ,କୋଇଡା ଟ୍ରକ ମାଲିକ ସଂଘ, ବସଷ୍ଟାଣ୍ଡ, ବିଭିନ୍ନ ପ୍ଲାଣ୍ଟ, ବିଭିନ୍ନ ଖଣି ଅଂଚଳ, ବିଶିଷ୍ଟ ମାଲିକମାନେ ନିଜ ବାସ ଭବନରେ ତଥା ବିଭିନ୍ନ ପରିବହନ ସଂସ୍ଥାରେ ବିଶ୍ଵକର୍ମା ପୂଜା ପାଳନ କରାଯାଉଛି ।ଚଳିତ ବର୍ଷ ଦୁଇଦିନ ଧରି ଏହି ପୂଜା ପାଳନ କରାଯାଉଛି ।ଚଳିତ ଵର୍ଷ ଲଗାଣ ବର୍ଷା ସତ୍ବେ ପୂଜା କେଉଁଠି କମି ନ ଥିଲା । ସମସ୍ତେ ନିଜର ପରିବହନ ଗାଡ଼ି,ଡ଼୍ରାଇଭର,ହେଲପର , ମାଲିକମାନଙ୍କର ସୁରକ୍ଷା ,ସୁସ୍ଥ ସ୍ଵାସ୍ଥ୍ୟ ଭଲ ସହ ଧନ ସଂପତ୍ତି ଭରି ରହୁ ବୋଲି ବିଶ୍ଵକର୍ମାଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ । ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁ ମାନଙ୍କୁ ଖିଚୁଡି,କ୍ଷୀରୀ,ଅନ୍ନ, ମାଲପୁଆ,ସେଉ,ବୁନ୍ଦିଆ ଵଣ୍ଟନ କରାଯାଉଥିଲା ।ମଣ୍ଡପରେ ଭକ୍ତଙ୍କ ଗହଳି ଲାଗି ରହିଥିଲା ।” ସିଆଇଟିୟୁ” ତରଫରୁ କୋଇଡା “ସିଟୁ “କାର୍ଯ୍ୟାଳୟ ସମ୍ମୁଖରେ ସମାଜସେବୀ ରଞ୍ଜନ ପଣ୍ଡା,ଅଶୋକ ସାମଲଙ୍କ ଏବଂ ସିଟୁ ସଦସ୍ୟଙ୍କ ଦ୍ୱାରା ବିଶ୍ଵକର୍ମା ପୂଜା ଧୂମଧାମରେ ପାଳନ କରାଯାଇଛି ।କୋଇଡା ପୋଲିସ ତରଫରୁ ଆଇନ ଶୃଙ୍ଖଳା ପ୍ରତି କଡ଼ା ନଜର ରଖା ଯାଇଥିଲା ।

କୋଇଡାରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଶ୍ରୀ ହନୁମାନ ଜିୟୁ ମନ୍ଦିର ଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

masiha

ରାକ୍ଷୀ ପୂର୍ଣ୍ଣିମା

masiha

ବନ୍ଧୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳନ ହେଲା ଶ୍ରୀ ରାମ ନବମୀ

Sunil Chandra Nayak

Leave a Comment

error: Content is protected !!