ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନବରଙ୍ଗପୁର ର ସୁନା ଝିଅ ମିନା ସାନ୍ତା ଭାରତର ଗର୍ବ

ନବରଙ୍ଗପୁର ର ସୁନା ଝିଅ ମିନା ସାନ୍ତା ଭାରତର ଗର୍ବ

 ନବରଙ୍ଗପୁର ; (୧୮|୯)(ରବି ନାରାୟଣ ମହାନ୍ତି )ଫିଜି ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ ଭାର ଉତ୍ତୋଳନ ପ୍ରତିଯୋଗିତାରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ଵ କରି ନବରଙ୍ଗପୁର ଜିଲ୍ଲାର ଝିଅ ମିନା ସାନ୍ତା ସ୍ନାଚ ରେ ୮୧ କିଲୋ ଓ କ୍ଳିନ ଏଣ୍ଡ ଜର୍କରେ ୯୯ କିଲୋର ଓଜନ ଉଠାଇ ,ସର୍ବମୋଟ ଦୁଇଟି ସ୍ଵର୍ଣ ପଦକ ସହ ଗୋଟିଏ ରୋପ୍ୟ ପଦକ ହାସଲ କରି ନା କେବଳ ଦେଶର ନାମ ଗର୍ବିତ କରିଛନ୍ତି ବରଂ ରାଜ୍ୟ ତଥା ଜିଲାର ନାମ ଉଚ୍ଚ କରିପାରିଛନ୍ତି। ନବରଙ୍ଗପୁର ଭଳି ଗୋଟାଏ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଯାଇ ଦେଶ ପାଇଁ ଖେଳିବା ଏକ ଗର୍ବ ଓ ଗୌରବର ବିଷୟ ବୋଲି ନବରଙ୍ଗପୁର ଜିଲାର କ୍ରୀଡାବିତ ମାନେ ମତ ପୋଷଣ କରିଛନ୍ତି। ଜିଲ୍ଲାପାଳ ତଥା କ୍ରିଡା ସଂଘର ସଭାପତି ଡ॰ ଶୁଭଙ୍କର ମହାପାତ୍ର, ଉପସଭାପତି ତଥା ଅରକ୍ଷୀ ଅଧିକ୍ଷକ ରୋହିତ ବର୍ମା , କ୍ରିଡା ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ , ଉପସଭାପତି ଏମ. ବାଲାକୃଷ୍ଣା ରାଓ , ସହ ସଂପାଦକ ମନୋଜ କୁମାର ପଟନାୟକ, କ୍ରିକେଟ ସମ୍ପାଦକ ଅଶୋକ ନାୟକ ସମେତ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ ଉମରକୋଟ ନିକଟସ୍ଥ କୁରୁମାହାଣ୍ଡି ଗ୍ରାମର ବାସିନ୍ଦା କାଶୁ ସାନ୍ତା ଓ ଫୁଲମୀ ସାନ୍ତାଙ୍କ ଔରୋସରୁ ଜନ୍ମିତ ମିନା ସାନ୍ତା ମଙ୍ଗଳ ବିଭାଗର ଜାମୁରୁଣ୍ଡା ଉଚ୍ଚ ବାଳିକା ବିଦ୍ୟାଳୟରେ ଦଶମ ପଢିସାରିବା ପରେ ଭୁବନେଶ୍ବର ସ୍ଥିତ କିସ ଅନୁଷ୍ଠାନ ରେ ଯୁକ୍ତ ଦୁଇ ବର୍ଷର ଛାତ୍ରୀ ଭାବରେ ଅଧ୍ୟୟନ କରୁଛନ୍ତି । ଜାମୁରୁଣ୍ଡା ଉଚ୍ଚ ବାଳିକା ବିଦ୍ୟାଳୟରେ ପଢୁଥିବା ସମୟରେ ସେ ତାଙ୍କର ପ୍ରଥମ କୋଚ ଭାବରେ ସମ୍ପୃକ୍ତ ବିଦ୍ୟାଳୟର ତତ୍କାଳୀନ କ୍ରିଡା ଶିକ୍ଷକ କିଶୋର ସିଲ ଏବଂ ତନୁଜା ବିଶ୍ଵାସ ଠାରୁ ପ୍ରଶିକ୍ଷଣ ନେଉଥିଲେ ତତ୍ପରେ ମିନାର କ୍ରିଡା ନୌପୁଣ୍ୟତାକୁ ଆଧାର କରି ଭୁବନେଶ୍ବର ସ୍ଥିତ କିସ୍ ଅନୁଷ୍ଠାନ ରେ ପଢିବାର ସୁଯୋଗ ମିଳିଥିଲା । ସେଠାରୁ ସେ ଉନ୍ନତ ମାନର କୋଚିଙ୍ଗ ସୁବିଧା ପାଇବା ପରେ ହିମାଚଳ ପ୍ରଦେଶ ରେ ଅନୁଷ୍ଠିତ ଜାତୀୟ ଖେଳ ଇଣ୍ଡିଆ ପ୍ରତିଯୋଗିତାରେ ସ୍ଵର୍ଣ ପଦକ , ଦିଲ୍ଲୀ ଠାରେ ଅନୁଷ୍ଠିତ ଜୁନିୟର ଉତ୍ତୋଳନ ଚମ୍ପିୟାନସିପ ରେ ଚତୁର୍ଥ ସ୍ଥାନ ଏବଂ ଆଲବାନିଆ ଦେଶରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତୀୟ ଭାର ଉତ୍ତୋଳନ ଯୁବ କ୍ରିଡା ପ୍ରତିଯୋଗିତାରେ ତେରତମ ସ୍ଥାନ ହାସଲ କରିଥିଲେ। ଉରରପ୍ରଦେଶ ରେ ରୋପ୍ୟ ପଦକ, ଜାତୀୟ ଯୁବ ଚମ୍ପିୟାନସିପ ତାମିଲନାଡୁ ରେ ରୋପ୍ୟ ପଦକ ସେହିପରି ମଧ୍ୟପ୍ରଦେଶ ରେ ବ୍ରୋଞ୍ଜ , କମନୱେଲଥ ଯୁବ ଜୁନିଅର ଏବଂ ସିନିୟର ଚମ୍ପିୟାନସିପରେ ଭାର ଉତ୍ତୋଳନ ରେ ସ୍ଵର୍ଣ ପଦକ ହାସଲ କରିପାରିଛନ୍ତି । ମିନା, ନବରଙ୍ଗପୁର ଜିଲ୍ଲାର ମଙ୍ଗଳ ବିଭାଗର ଛାତ୍ରୀ ହୋଇଥିବାରୁ, ମଙ୍ଗଳ ବିଭାଗର ସମସ୍ତ କର୍ମକର୍ତ୍ତା ଓ ଛାତ୍ର ଛାତ୍ରୀ ସମେତ ଜିଲ୍ଲା ମଙ୍ଗଳ ଅଧିକାରୀ ପାଳକା ରବୀନ୍ଦ୍ର ଏହି ସଫଳତା ପାଇ ଶୁଭେଚ୍ଛା ଜଣାଇଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ନେସନାଲ କଲେଜ ନୂଆପଡ଼ାରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ କବାଡି ପ୍ରତିଯୋଗିତା ଉଦ୍ଘାଟନ କଲେ 

masiha

ପାରା ବ୍ୟାଡମିଣ୍ଟନ୍ ଆଥଲେଟ ଆକାଶ ଙ୍କୁ ଏମସିଏଲ ର ସ୍ପନସରସିପ

masiha

ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ 

Leave a Comment

error: Content is protected !!