ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପାଠାଗାରର ଗୋପବନ୍ଧୁଙ୍କ ସମ୍ପର୍କୀତ ପ୍ରତିଯୋଗିତା ଆସନ୍ତା ୨୨ରେ….

ଆଦର୍ଶ ପାଠାଗାରର ଗୋପବନ୍ଧୁଙ୍କ ସମ୍ପର୍କୀତ ପ୍ରତିଯୋଗିତା ଆସନ୍ତା ୨୨ରେ….

ରାଉରକେଲା: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନୀ, ଓଡ଼ିଆ ଭାଷା ଓ ଓଡ଼ିଶା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଓଡ଼ିଆ ଭାଷାର ବିଭିନ୍ନ ପ୍ରତିଯୋଗିତା ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଆସନ୍ତା ୨୨ ତାରିଖ ରବିବାର ଦିନ ଭଞ୍ଜ ଭବନ ପରିସରରେ ଅନୁଷ୍ଠିତ ହେବ। ଦୁଇଟି ବିଭାଗ ୪ର୍ଥ ଶ୍ରେଣୀରୁ ୭ମ ଶ୍ରେଣୀ ‘କ’ ବିଭାଗ ଓ ୮ମ ଶ୍ରେଣୀରୁ ୧୦ମ ଶ୍ରେଣୀ ‘ଖ’ ବିଭାଗ କରାଯାଇଛି। ‘କ’ ବିଭାଗ ପାଇଁ ଦରଦୀ ବନ୍ଧୁ ଗୋପବନ୍ଧୁ ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତା ଉକ୍ତ ଦିନ ସକାଳ ୯ଟା ରୁ ୯ଟା ୪୫ ପର୍ଯ୍ୟନ୍ତ,ଶ୍ରୁତଲିଖନ ଓ ବନାନ ଶୁଦ୍ଧି ପ୍ରତିଯୋଗିତା ସକାଳ ୧୦ ଠାରୁ ୧୦ଟା ୩୦ ପର୍ଯ୍ୟନ୍ତ, ସେହିପରି ମହାନାୟକ ଗୋପବନ୍ଧୁ ଶୀର୍ଷକ ବକୃତା ପ୍ରତିଯୋଗୀତା ସନ୍ଧ୍ୟା ୫ଟା ୩୦ ରୁ ୬ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ‘ଖ’ ବିଭାଗ ପାଇଁ ଗୋପବନ୍ଧୁ ଦାସଙ୍କ ସାହିତ୍ୟିକ ଅବଦାନ ( କବିତା, ଗଳ୍ପ, ଉପନ୍ୟାସ ଓ ନିବନ୍ଧ) ସମ୍ପର୍କରେ ପ୍ରବନ୍ଧ ପ୍ରତିଯୋଗିତା ସକାଳ ୯ଟା ରୁ ୯ଟା ୪୫ , ଶ୍ରୁତଲିଖନ ଓ ବନାନ ଶୁଦ୍ଧି ପ୍ରତିଯୋଗିତା ସକାଳ ୧୦ଟା ରୁ ୧୦ ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ୭ମ ଶ୍ରେଣୀ ରୁ ୧୦ମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ଓଡ଼ିଶା ସମ୍ବନ୍ଧୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଦିନ ୧୧ ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ‘ଖ’ ବିଭାଗ ପାଇଁ ଗୋପବନ୍ଧୁ ଦାସଙ୍କ ରାଜନୀତିକ ଅବଦାନ ସମ୍ପର୍କରେ ବକୃତା ପ୍ରତିଯୋଗୀତା ସନ୍ଧ୍ୟା ୫ଟା ୩୦ ରୁ ୬ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ପୁର୍ଣ୍ଣ ପ୍ରତିଯୋଗିତା ନିଃଶୁଳ୍କ ଅଟେ। ଏହି ପ୍ରତିଯୋଗିତା ଗୁଡ଼ିକରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଆସନ୍ତା ଅକ୍ଟୋବର ମାସ ୨୭ ତାରିଖ ରବିବାର ଦିନ ସନ୍ଧ୍ୟା ୬ଘଟିକା ସମୟରେ ଆଦର୍ଶ ସାହିତ୍ୟ ଘର ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉତ୍ସବ ପାଳନ ଅବସରରେ ପୁରସ୍କୃତ କରାଯିବ ବୋଲି ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ ଓ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଜଣାଇଛନ୍ତି। ଏହି ପ୍ରତିଯୋଗିତାରେ ଅଧିକରୁ ଅଧିକ ସଂଖ୍ୟାରେ ଛାତ୍ର ଛାତ୍ରୀ ମାନେ ଯୋଗଦେବାପାଇଁ ଅନୁରୋଧ କରାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସ୍ବାମୀ କ୍ରିଷ୍ଣାନନ୍ଦ ସରସ୍ବତୀଙ୍କ ୧୦୪ ତମ ଜୟନ୍ତୀ ପାଳନ

Sunil Chandra Nayak

ବନୀକରଣରେ ଦୁର୍ନୀତି ଅଭିଯୋଗ, ସପ୍ତାହେ ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ , ଦୋଷ ଲୁଚାଇବାକୁ ଚାଲିଛି ଗଳାବାଟ ଖୋଜା

masiha

ଅତିରିକ୍ତ କମିଶନରଙ୍କ ବିରୋଧରେ ଦେବୋତ୍ତର ବିଭାଗ ନିକଟରେ ଅଭିଯୋଗ କଲା ମନ୍ଦିର ଟ୍ରଷ୍ଟ ବୋର୍ଡ

masiha

Leave a Comment

error: Content is protected !!