ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁର ପୌର ପାଳିକାର ସ୍ୱତନ୍ତ୍ର ସ୍କ୍ୱାଡ଼ ଦ୍ୱାରା ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଉପରେ ଚଢ଼ାଉ

ରାଇରଙ୍ଗପୁର ପୌର ପାଳିକାର ସ୍ୱତନ୍ତ୍ର ସ୍କ୍ୱାଡ଼ ଦ୍ୱାରା ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଉପରେ ଚଢ଼ାଉ

୧୨୦ ମାଇକ୍ରୋନ ରୁ କମ ମୋଟେଇ ବିପୁଳ ପରିମାଣ ର ପ୍ଲାଷ୍ଟିକ ଓ ଥର୍ମକୋଲ ଜାତୀୟ ସାମଗ୍ରୀ ଜବତ

 ମୟୂରଭଞ୍ଜ:ତା ୧୮-୦୯-୨୦୨୪ ( ମସିହା )ରାଇରଙ୍ଗପୁର ସହର ରେ ପ୍ଲାଷ୍ଟିକ ଓ ଥର୍ମାକୋଲ ଜାତୀୟ ସାମଗ୍ରୀ ର ବିପୁଳ ବ୍ୟବହାର ଫଳରେ ସହରର ନାଳ ଗୁଡିକ ରେ ଜଳ ନିଷ୍କାସନ ବ୍ୟବସ୍ଥା ଘୋର ବାଧାପ୍ରାପ୍ତ ହେଉଛି ଏବଂ ବିଭିନ୍ନ ଜାଗାରେ କ୍ରମାଗତ ଭାବେ ପାଣି ଜମି ରହୁଛି ଯାହାକି ବାୟୁ ପ୍ରଦ୍ୟୁଷଣର ଏକ ମୁଖ୍ୟ କାରଣ ପାଲଟିଛି.।

ଏଥିପାଇଁ ଜନସାଧାରଣ ବିଭିନ୍ନ ପ୍ରକାର ସଂକ୍ରମଣ ର ଶିକାର ହେବା ସାଙ୍ଗକୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି.।ଉପରୋକ୍ତ ସମସ୍ୟା କୁ ଦୃଷ୍ଟି ରେ ରଖି ରାଜ୍ୟ ପ୍ରଦ୍ୟୁଷଣ ବୋର୍ଡ଼ ଙ୍କ ନିର୍ଦେଶ କ୍ରମେ କିଛି ଦିନ ପୂର୍ବରୁ ରାଇରଙ୍ଗପୁର ପୌରପାଳିକା ତରଫରୁ ଏକ ସ୍ୱତନ୍ତ୍ର ସ୍କ୍ୱାଡ଼ ଗଠନ କରାଯିବା ସହିତ ଡାକବାଜି ଯନ୍ତ୍ର ଯୋଗେ ରାଇରଙ୍ଗପୁର ସହରାଞ୍ଚଳର ଜନସାଧାରଣ ତଥା ବ୍ୟବସାୟିକ ଅନୁଷ୍ଠାନ ମାନଙ୍କୁ ୧୨୦ ମାଇକ୍ରୋନ ରୁ କମ ମୋଟେଇ ପ୍ଲାଷ୍ଟିକ ଓ ଥର୍ମାକୋଲ ଜାତୀୟ ସାମଗ୍ରୀ ଯଥା ଜରି, କେରିବେଗ, ଗ୍ଲାସ, ଚାମଚ ଇତ୍ୟାଦି ସାମଗ୍ରୀ ବ୍ୟବହାର ନକରିବା ତଥା ବିକ୍ରି ନକରିବା ପାଇଁ ସଚେତନ କରିବା ସହ ଏହାର ଉଲଘଂନ କଲେ ଉଲଂଘନକାରିଙ୍କ ପାଖରୁ ୧୦୦୦/- ଟଙ୍କା ରୁ ୫୦୦୦/-ଟଙ୍କା ଜରିମାନା ଏବଂ ଆବଶ୍ୟକ ସ୍ଥଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସତର୍କ କରାଇ ଦିଆଯାଇଥିଲା।

ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ରାଇରଙ୍ଗପୁର ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ନେତୃତ୍ୱ ରେ ସ୍ୱତନ୍ତ୍ର ସ୍କ୍ୱାଡ଼ ଟିମ ଦ୍ୱାରା ରାଇରଙ୍ଗପୁର ସହରାଞ୍ଚଳ ର ୱାର୍ଡ ନମ୍ବର ୩,୫, ୬, ୧୪ ଓ ୧୫ ସ୍ଥିତ କିଛି ବ୍ୟବସାୟୀକ ଅନୁଷ୍ଠାନ ଗୁଡିକରେ ଅଚାନକ ଚଢ଼ାଉ କରାଯାଇ ବିପୁଳ ପରିମାଣ ର ୧୨୦ ମାଇକ୍ରୋନ ରୁ କମ ମୋଟେଇ ପ୍ଲାଷ୍ଟିକ ଓ ଥର୍ମାକୋଲ ସାମଗ୍ରୀ ଜବତ କରାଯାଇଛି.।ପ୍ରକାଶ ଥାଉକି ରାଇରଙ୍ଗପୁର ସହରାଞ୍ଚଳ ରେ ପ୍ରଦ୍ୟୁଷଣ କୁ ନିୟନ୍ତ୍ରଣ କରିବା ତଥା ସ୍ୱଚ୍ଛତା ବଜାୟ ରଖିବା ପାଇଁ ପୌରପାଳିକା ତରଫରୁ ଆଗକୁ ଏହି ଚଢ଼ାଉ କାର୍ଯ୍ୟକ୍ରମ କୁ ଆହୁରି ବ୍ୟାପକ କରାଯିବ.।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ହତ୍ୟା ଉଦ୍ୟମକାରୀ ଅଭିଯୁକ୍ତ କୁ ସାତ ବର୍ଷ କାରାଦଣ୍ଡ

Sunil Chandra Nayak

ଵହଳଦା ଥାନା !ଅଜଣା ଗାଡ଼ି ଧକ୍କାରେ ପ୍ରାତଃ ଭ୍ରମଣକାରୀଙ୍କ ମୃତ୍ୟୁ 

masiha

ଅବକାରୀ ଚଢାଉ ୧ ଗିରଫ 

masiha

Leave a Comment

error: Content is protected !!