ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ : ସ୍କୁଲରେ ତାଲା ପକାଇଲେ ଲୋକେ, ଉଦ୍ଧାର ପାଇଁ ଯାଇଥିବା ପୋଲିସକୁ ଘେରାଉ କଲେ ଲୋକେ

ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ : ସ୍କୁଲରେ ତାଲା ପକାଇଲେ ଲୋକେ, ଉଦ୍ଧାର ପାଇଁ ଯାଇଥିବା ପୋଲିସକୁ ଘେରାଉ କଲେ ଲୋକେ

କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଅପରାହ୍ନରେ ହାଇଡ୍ରାମା ଦେଖିବାକୁ ମିଳିଛି। ସ୍ଥାନୀୟ ପ୍ରଧାନଶିକ୍ଷକ ଦୁଲେନ୍ଦ୍ର ମେହେର ସ୍କୁଲର କିଛି ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଓ ବିଭିନ୍ନ ସମୟରେ ତାଙ୍କୁ ସ୍ପର୍ଶ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଜୁନାଗଡ଼ ବିଇଓଙ୍କ ଠାରେ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରିବା ପାଇଁ ଅପରାହ୍ନରେ ଜୁନାଗଡ଼ ଶିକ୍ଷା ବିଭାଗର ବିଆରସିସି ସୁଶାନ୍ତ ଠାକୁର, ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ କ୍ଷୀରୋଦ ଭୋଇ, ଶିକ୍ଷୟତ୍ରୀ ଚିନ୍ମୟୀ ପରିଡା ସ୍କୁଲକୁ ଯାଇଥିଲେ। ତେବେ ଏହି ସମୟରେ ଛାତ୍ରୀଙ୍କ ଅଭିଭାବକ ଓ ଗ୍ରାମବାସୀ ସ୍କୁଲ କୁ ଉତ୍ୟକ୍ତ ହୋଇ ଆସିବାରୁ ଭୟରେ ପ୍ରଧାନ ଶିକ୍ଷକ ମେହେର ସ୍କୁଲ ଭିତରକୁ ଯାଇ କବାଟ ବନ୍ଦ କରିଦେଇଥିଲେ। ଉପସ୍ଥିତ ଗ୍ରାମବାସୀ ଓ ଅଭିଭାବକ ମାନେ ମଧ୍ୟ ଆଗ ପଟରୁ ତାଲା ପକାଇ ଦେଇଥିଲେ। ପରେ ସେଠାରେ ପରିସ୍ଥିତି ଅଣାୟତ ହେବାରୁ ଜୁନାଗଡ଼ ବିଇଓ ତପନ ମାଝୀ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଜୁନାଗଡ଼ ପୋଲିସ ଘଟଣା ସ୍ଥଳକୁ ପହଞ୍ଚିଥିଲା। ସ୍କୁଲର ଭିତରୁ ପ୍ରଧାନ ଶିକ୍ଷକ ମେହେରଙ୍କୁ ପୋଲିସ ଉଦ୍ଧାର କରି ଗାଡ଼ିରେ ବସାଇବାବେଳେ ସ୍ଥାନୀୟ ଲୋକେ ପୋଲିସ ଗାଡିକୁ ଛାଡି ନ ଥିଲେ। ଯାହାଫଳରେ ଦୀର୍ଘ ସମୟ ଧରି ସେଠାରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ଏହାଯୋଗୁଁ ସ୍କୁଲ ଆଗରେ ଯାଇଥିବା ୨୬ ନଂ ଜାତୀୟ ରାଜପଥରେ ଯାନ ବାହାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଏପରିକି ପ୍ରଧାନ ଶିକ୍ଷକ ମେହେରଙ୍କୁ ସ୍କୁଲ ବାହାରକୁ ଆଣିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡୁଥିଲା। ପ୍ରାୟ ଘଣ୍ଟାଏ ପରେ ପୋଲିସ ପ୍ରଧାନ ଶିକ୍ଷକଙ୍କୁ ଉଦ୍ଧାର କରି ଥାନାକୁ ଆଣିବାରେ ସକ୍ଷମ ହୋଇଥିଲା। ଏ ନେଇ ଜୁନାଗଡ଼ ବିଇଓ ତପନ ମାଝୀଙ୍କୁ ପଚାରିବାରୁ ପ୍ରଧାନ ଶିକ୍ଷକଙ୍କ ନାମରେ ଅଭିଯୋଗ ଆସିବା ପରେ ତଦନ୍ତ ପାଇଁ ଦୁଇଜଣ ଏବିଇଓ ଜଣେ ଶିକ୍ଷୟତ୍ରୀଙ୍କୁ ପଠାଯାଇଥିଲା। ତଦନ୍ତ ପରେ ବୁଧବାର ପ୍ରଧାନଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ। ଅନ୍ୟପଟେ ପ୍ରଧାନ ଶିକ୍ଷକ ମେହେରଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ତେନ୍ତୁଳିଖୁଣ୍ଟି ପୋଲିସ : କୁକୁଡ଼ା ଗାଲି ଚଢ଼ାଉ ତିନି ଗିରଫ 2100 ଟଙ୍କା ଓ 5 ସେଟ ଗୋଟି ଓ ତିନି ରସିଦ ଜବତ

Sunil Chandra Nayak

ବଲାଙ୍ଗୀର ପାଟଣାଗଡ ହୀରାସାଗର ବନ୍ଧଠାରେ ଘଟିଥିବା ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗିରଫ, ସିନ୍‌ ରିକ୍ରିଏସନ୍‌ କଲା ପୋଲିସ

masiha

ନକଲି ସୁନାଶଙ୍ଖ କାରବାର ଜଣେ ଗିରଫ

masiha

Leave a Comment

error: Content is protected !!