ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗଞ୍ଜେଇ ଜବତ ମହିଳା ଗିରଫ 

ଗଞ୍ଜେଇ ଜବତ ମହିଳା ଗିରଫ 

ଡାବୁଗାଁ, ୧୧/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଅବକାରୀ ବିଭାଗ ଗଞ୍ଜେଇ ନେଇ ଯାଉଥିବା ସମୟରେ ଜଣେ ମହିଳା ଙ୍କୁ ସୋମବାର ଗିରଫ କରିଛି | ସୂଚନାଯୋଗ୍ୟ:- ଜିଲା ଅବକାରୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ଉମରକୋଟ ଅବକାରୀ ନିରିକ୍ଷକ ହରିହର ସିଂଙ୍କ ତତ୍ଵାବଧାନରେ ଡାବୁଗାଁ ଅବକାରୀ ବିଭାଗ ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରୁଥିବା ବେଳେ ସକାଳ ୯.୩୦ ଘ. ସମୟରେ ଫୁଲଭଟ୍ଟା ଗ୍ରାମ ନିକଟ ରାସ୍ତାରେ ଜଣେ ମହିଳା ଏକ ବ୍ୟାଗ ଧରି ଯାଉଥିଲା | ଅବକାରୀ କର୍ମଚାରୀ ଙ୍କୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ କର୍ମଚାରୀ ମାନେ ପଛରେ ଯାଇ ମହିଳା ଜଣଙ୍କୁ କାବୁ କରିଥିଲେ | ତାଙ୍କ ପାଖରେ ଥିବା ବ୍ୟାଗକୁ ଯାଞ୍ଚ କରି ଦେଖିଥିଲେ ଯେ ସେଥିରେ ଗଞ୍ଜେଇ ରହିଛି | ଉକ୍ତ ମହିଳା ଓ ଗଞ୍ଜେଇ ଭର୍ତ୍ତି ବ୍ୟାଗକୁ ଧରି କର୍ମଚାରୀ ମାନେ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟକୁ ଆଣିଥିଲେ | ସେଠାରେ ତାଙ୍କଠାରୁ ୫.୫୦୦ କି.ଗ୍ରା. ଓଜନର ଗଞ୍ଜେଇ କୁ ଜବତ କରି ମହିଳା ଜଣଙ୍କୁ ଗିରଫ କରିଥିଲେ | ଗିରଫ ମହିଳା ଜଣଙ୍କ ହେଲେ କୋଷାଗୁମୁଡା ବ୍ଲକ ଅଧୀନ ସାନଗୁମୁଡା ଗ୍ରାମର ନୀଳା ବିଶୋୟୀ (୩୯) | ଅପରାହ୍ନରେ ଅଭିଯୁକ୍ତ ମହିଳା ଙ୍କୁ କୋର୍ଟ ଚାଲାଣ କରାଯାଇଛି | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୧୦୫/୨୦୨୩-୨୪ ରେ ଏକ ମାମଲା ରୁଜୁ କରାଯାଇଛି | ଏହି ଚଢାଉରେ ଡାବୁଗାଁ ଅବକାରୀ ଇଉପିଏ ନିରିକ୍ଷକ ବୁଲୁ ପାତ୍ର, ସହ ଉପନିରୀକ୍ଷକ ଏସ.କେ ପଣ୍ଡା, କର୍ମଚାରୀ ନାରାୟଣ ମୁଦୁଲି, ଶ୍ରୀକାନ୍ତ ବିଶୋୟୀ ଓ ସୁରେଖା ଭତ୍ରା ପ୍ରମୁଖ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବର୍ତ୍ତମାନର ବଡ ଖବର , ପୋଲିସ୍ ବିଭାଗର ନିଶ ତଳୁ ଲୁଟି ନେଲେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରୁ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା 

Sunil Chandra Nayak

ଦୁର୍ଘଟଣାରେ ମାମୁ ଭଣଜା ମୃତ

Sunil Chandra Nayak

ଆଇପିଏଲ୍ ବେଟିଂ ରାକେଟର ପର୍ଦ୍ଦାଫାସ : ୨ ଅଭିଯୁକ୍ତଙ୍କ ଗିରଫ୍, ୪ ଲକ୍ଷ ନଗଦ ଟଙ୍କା, କାର୍ ଏବଂ ବ୍ୟାଙ୍କ ପାସବୁକ୍ ଜବତ

Leave a Comment

error: Content is protected !!