ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସ୍ପଷ୍ଟ ଦିବାଲୋକରେ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେବା ଘଟଣାରେ ୫ ଡ଼କାୟତ ଗିରଫ , ଧରାପଡ଼ିବା ଭୟରେ ବୋମା ପକାଇଲେ ଦୁର୍ବୃତ୍ତ

ସ୍ପଷ୍ଟ ଦିବାଲୋକରେ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେବା ଘଟଣାରେ ୫ ଡ଼କାୟତ ଗିରଫ ,

ଧରାପଡ଼ିବା ଭୟରେ ବୋମା ପକାଇଲେ ଦୁର୍ବୃତ୍ତ

କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଆଜି ସ୍ପଷ୍ଟ ଦିବାଲୋକରେ ଦ ଲୁଟ ଉଦ୍ୟମ ହୋଇଛି। ଟଙ୍କା ଡିପୋଜିଟ କରିବାକୁ ୩ଜଣ କର୍ମଚାରୀ ଏକ ସ୍କୁଟିରେ ବ୍ୟାଙ୍କକୁ ଯାଉଥିବା ବେଳେ ସହରର ମହାବୀରପଡା ସ୍ଥିତ ପୁଷ୍ପା ଲଜ୍‌ ନିକଟରେ ୩ ଦୁର୍ବୁତ୍ତ ହଠାତ୍‌ ଆସି ଲଙ୍କା ଗୁଣ୍ଡ ପକାଇ ଟଙ୍କା ବ୍ୟାଗ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ। ତେବେ ଧସ୍ତାଧସ୍ତି ବେଳେ ସ୍ଥାନୀୟ ଲୋକେ ଆସିଯିବାରୁ ଦୁର୍ବୁତ୍ତମାନେ ଭୟଭୀତ ହୋଇ ବୋମା ମାଡ଼ କରିଥିଲେ।

ଏହି ଘଟଣା ପରେ ୨ ଜଣ ଦୁର୍ବୁତ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଜଣେ ଦୁର୍ବୁତ୍ତଙ୍କୁ ଲୋକେ କାବୁ କରିବାରେ ସମର୍ଥ ହୋଇଥିଲେ। ପରେ ସମ୍ପୃକ୍ତ ଦୁର୍ବୁତ୍ତଙ୍କୁ ଲୋକେ ଥାନାରେ ଜିମା ଦେଇଛନ୍ତି। ଅନ୍ୟପଟେ ବୋମାମାଡରେ କାହାର କିଛି କ୍ଷତି ହୋଇ ନ ଥିବା ବେଳେ ସ୍କୁଟିର ଆଗପଟ ଭାଙ୍ଗି ଚୁର୍‌ମାର୍‌ ହୋଇଯାଇଛି। ଖବର ପାଇ ଘଟଣା ସ୍ଥଳରେ ଭବାନୀପାଟଣା ସଦର ଏସ୍‌ଡିପିଓ ଆଜିଂଙ୍କ୍ୟା ମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ପୋଲିସ ଅଟକ ଯୁବକଙ୍କୁ ଅଧିକ ପଚରାଉଚରା କରିବା ପରେ ଏହି ଘଟଣାରେ ସଂପୃକ୍ତ ମାଷ୍ଟର ମାଇଣ୍ଡ ସମେତ ୫ ଜଣ ଡ଼କାୟତକୁ ଗିରଫ କରିଛି। ଗିରଫ ୫ ଜଣ ହେଲେ ଗଞ୍ଜାମ ଜିଲା ସୋରଡ଼ା ର ଇସାନ ନାୟକ,( ୨୦),ବ୍ରହ୍ମପୁର ର ମନୁ ନାୟକ( ୨୧ ),ସୋରଡା ର ବିରଞ୍ଚି ନାୟକ, ଭବାନୀପାଟଣା ସହର ଶମ୍ଭୁନଗର ର ତ୍ରିଲୋଚନ ପ୍ରଧାନ, ଗୋଦାମ୍ ପଡାର ଅବଦୁଲ ସରଫୋଜ ଖାଁ କୁ ଗିରଫ କରି କେସ ନ ୧୩୯ ୟୁ ଏସ୍ ୩୦୯ (୫),୬୧( ୨) କ କେଶ ନମ୍ବର ୧୪୦ /୨୫ ୟୁ ଏସ୍ (୧ କ) ଧାରାରେ ରୁଜୁ କରି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।ସେମାନଙ୍କ ଠାରୁ ପୋଲିସ ଗୋଟିଏ ପଲସର ବାଇକ, ଗୋଟିଏ ପିସ୍ତଲ ଏବଂ ୫ ଗୋଟି ମୋବାଇଲ ଜବତ କରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶିକ୍ଷକ ଙ୍କ ମାଡ଼ରେ ଛାତ୍ର ଲହୁ ଲୁହାଣ 

masiha

ମାଓବାଦୀ ନାଁରେ ଟଙ୍କା ମାଗିବା ଅଭିଯୋଗ ରେ ୨ଜଣ ଗିରଫ ।

Sunil Chandra Nayak

ବାଲି ମାଫିଆ ଙ୍କ ପୂର୍ବ ପ୍ରସ୍ତୁତି, ବାଲି ବିକିବା ପାଇଁ ସରକାରୀ ବିଦ୍ୟାଳୟ ପରିସରରେ ଠୁଳ କରୁଛନ୍ତି ବାଲି

Leave a Comment

error: Content is protected !!